ନୂଆଦିଲ୍ଲୀ –ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ପୁଲିସରେ କରିଛନ୍ତି ଅଭିଯୋଗ। ସୋସିଆଲ ମିଡ଼ିଆରେ ତାଙ୍କ ବିରୁଦ୍ଧରେ ଅପମାନଜନକ ଓ ଅଶ୍ଳୀଳ ଟିପ୍ପଣୀ ସମ୍ୱନ୍ଧରେ ସେ ପୁଲିସରେ ମାମଲା ରୁଜୁ କରାଇଛନ୍ତି।
ଡୋନା ଗାଙ୍ଗୁଲି ଠାକୁରପୁକୁର ପୁଲିସ ଥାନାରେ ତାଙ୍କର ଆନୁଷ୍ଠାନିକ ଅଭିଯୋଗ ରୁଜୁ କରାଇଛନ୍ତି ,ଏହାପରେ ପୁଲିସ ଅଧିକାରୀମାନେ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। କୋଲକାତା ଫିଲ୍ମ ମହୋତ୍ସବରେ ଡୋନା ଗାଙ୍ଗୁଲିଙ୍କ ନୃତ୍ୟ ପ୍ରଦର୍ଶନ ପରେ ଉକ୍ତ ବିବାଦ ସୃଷ୍ଟି ହୋଇଥିଲା। ଯେଉଁଥିରେ ଏକ ସ୍ୱତନ୍ତ୍ର ଫେସବୁକ୍ ପେଜ୍କୁ ଆପତ୍ତିଜନକ ଜିନିଷର ଉତ୍ସ ଭାବେ ଦର୍ଶାଇ ଯାଇଥିଲା।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ ,ପୁଲିସ ଅଧିକାରୀ କହିଛନ୍ତି , କୋଲକାତା ଫିଲ୍ମ ମହୋତ୍ସବରେ ଡୋନା ଗାଙ୍ଗୁଲିଙ୍କ ନୃତ୍ୟ ପ୍ରଦର୍ଶନ ବେଳେ ଆପତ୍ତିଜନକ ପୋଷ୍ଟ ସାମନା ଆସିଥିଲା। ଅଭିଯୋଗରେ ସ୍ୱତନ୍ତ୍ର ରୂପେ ଏକ ଫେସବୁକ୍ ପେଜ୍ ଆଡ଼କୁ ଇସାରା କରାଯାଇଥିଲା, ଯାହାକି ତାଙ୍କୁ ଟାର୍ଗେଟ୍ କରିଥିଲା।
ଅଧିକାରୀ କହିଥିଲେ , ସେ ଏହି କାର୍ଯ୍ୟକୁ ଅପମାନଜନକ ଦର୍ଶାଇଛନ୍ତି ଏବଂ କହିଛନ୍ତି ଯେ, ଏହି ପୋଷ୍ଟ ଗୁଡ଼ିକର ଉଦ୍ଦେଶ୍ୟ ତାଙ୍କର ସମ୍ମାନକୁ ନଷ୍ଟ କରିବାକୁ ଥିଲା। ସେ କହିଥିଲେ ଯେ, ଡୋନା ଗାଙ୍ଗୁଲି ଫେସବୁକ୍ ପେଜ୍ ସହ ଜଡ଼ିତ ମୋବାଇଲ ନମ୍ୱର ସହ ଅପମାନଜନକ ପୋଷ୍ଟ ଗୁଡ଼ିକର ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। ଅଧିକାରୀ କହିଛନ୍ତି , ଆମେ ଅପରାଧୀଙ୍କ ଚିହ୍ନଟ କରିବା ପାଇଁ ପୋଷ୍ଟ ଓ ସମ୍ୱନ୍ଧିତ ମୋବାଇଲ ନମ୍ୱର ବିଷୟରେ ଜାଣିବାକୁ ଚେଷ୍ଟା ଚଳେଇଛୁ।
ଉଲ୍ଲେଖନୀୟ ଯେ, ବୁଧବାର ସନ୍ଧ୍ୟାରେ ରୁଜୁ କରାଯାଇ ଥିବା ନିଜର ଅଭିଯୋଗରେ ଡୋନା ଗାଙ୍ଗୁଲି କହିଥିଲେ ଯେ, କିଛି ଅଜଣା ସୋସିଆଲ ମିଡ଼ିଆ ବ୍ୟବହାରକାରୀ ତାଙ୍କ ଶରୀରକୁ ଇଙ୍ଗିତ କରି ଅଶ୍ଳୀଳ ଓ ଅପମାନଜନ ମନ୍ତବ୍ୟ ଦେଇ ଥିଲେ,ଯାହା ତାଙ୍କର ସମ୍ମାନ ଓ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛି।