ପ୍ରମୂଖ ଖବର
  • ରିଆମାଳ: ଧରାପଡିଲେ କେନ୍ଦୁପତ୍ର ଚୋର:୧୩ ଜଣ ଲୁଟେରା ଗିରଫ, ୪୫ ବଣ୍ଡଲ କେନ୍ଦୁପତ୍ର ଜବତ
  • ||
  • ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ନବବର୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ୍‌ କାର୍ଡ
  • ||
  • ଆସିକା : ଜମି ବିବାଦରୁ ଗଡ଼ିଲା ମୁଣ୍ଡ, ଗଳା କାଟି ଯୁବକଙ୍କୁ ହତ୍ୟା
  • ||
  • କେନ୍ଦୁଝର : ଚୋରି କରିବାକୁ ଆସି ପେଟପୂଜା, ଦୋକାନ ତାଲା ଭାଙ୍ଗି ଖାଇଦେଲେ ରାବିଡ଼ି ଲସି
  • ||
  • ମାଲକାନଗିରି : ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ରୋଗୀଣା ମା'କୁ ଭାରରେ ବୋହିଲା ପୁଅ
  • ||
  • ବୌଦ୍ଧ : ୨୨ କେଜି ଗଞ୍ଜେଇ ସହ ୪୦ ହଜାର ଟଙ୍କା ଜବତ, ଜଣେ ଗିରଫ
  • ||
  • ଭଦ୍ରକ : ନାଳରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ
  • ||
  • କାମାକ୍ଷାନଗର : ୪ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ, ୨ ଗିରଫ
  • ||
  • ଆଜି ରାଜ୍ୟ କ୍ୟାବିନେଟ୍‌, ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତିର ଲାଗିପାରେ ମୋହର
  • ||
  • ଆସିଲା ଶୀତ : ୨୦ ଡିଗ୍ରୀ ତଳେ ୧୫ ସହର
  • ||
  • ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
  • ||
  • ବଡଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା
  • ||
  • କୋରାପୁଟ : ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ, ଜଣେ ଗିରଫ
  • ||

ପରଲୋକରେ ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ, ଲଢ଼ିଥିଲେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ

ଝାରସୁଗୁଡ଼ା: ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା l ଝାରସୁଗୁଡା ଜିଲ୍ଲା ବାଘମୁଣ୍ଡା ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ପୂର୍ବତନ ବିଧାୟକ ମକରଧ୍ଵଜ ୧୯୨୪ ମସିହା ଜାନୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୫୨ ମସିହାରେ ଓଡିଶାର ପ୍ରଥମ ସାଧାରଣ ନିର୍ବାଚନରେ ମୁରା-ଅମ୍ବାଭନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ । ମକରଧ୍ବଜ ପ୍ରଧାନଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

 ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନରେ ଓଡ଼ିଶାର ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ ମକରଧ୍ୱଜ ପ୍ରଧାନ । ୨୦୨୩ ଜାନୁଆରୀରେ ସେ ଶହେ ବର୍ଷରେ ପଦର୍ପଣ କରିଥିଲେ । ଶହେ ବର୍ଷରେ ପଦାର୍ପଣ ଅବସରରେ ଗାଁରେ ସେଲିବ୍ରେସନ ହୋଇଥିଲା । ବନ୍ଧୁବାନ୍ଧବ ଓ ପାଖ ପଡ଼ୋଶୀଙ୍କ ସହିତ ପରିବାର ଲୋକେ ଧୁମ୍‌ଧାମରେ ମକରଧ୍ୱଜଙ୍କ ଜନ୍ମଦିନ ପାଳିଥିଲେ । ଭୋଜିଭାତର ଆୟୋଜନ ବି ହୋଇଥିଲା । ମକରଧ୍ୱଜଙ୍କ ପ୍ରକୃତ ଗାଁ ରମ୍ପାଲୁଗା ହୀରାକୁଦର ପାଣିରେ ବୁଡ଼ି ଯାଇଛି ।  ମକରଧ୍ୱଜଙ୍କ ୫ ପୁଅ, ୬ ଝିଅ ଅଛନ୍ତି ।  

୧୯୫୨ ମସିହା ମାର୍ଚ୍ଚରେ ହୋଇଥିଲା ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନ। ସେତେବେଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅମ୍ବାଭନା-ମୁରା ନିର୍ବାଚନମଣ୍ଡଳୀରୁ ଜିତି ବିଧାୟକ ହୋଇଥିଲେ ମକରଧ୍ୱଜ। ଭୋଟ୍ କଥା କଥା ମନେ ପକାଇ ସେ କହିଥିଲେ, ସେତେବେଳେ ସାଇକେଲରେ ପ୍ରଚାର କରାଯାଉଥିଲା । ଅର୍ଥବଳ କି ବାହୁବଳ ନୁହେଁ, ବ୍ୟକ୍ତିଗତ ସଂପର୍କ ହିଁ ନିର୍ବାଚନ ଜିତାଉଥିଲା । ସୋସିଆଲିଷ୍ଟ ପାର୍ଟିରୁ ପ୍ରାର୍ଥୀ ହୋଇ ନିର୍ବାଚନରେ ୮୫୦ ଟଙ୍କା ଖର୍ଚ୍ଚ କରିଥିଲେ ମକରଧ୍ୱଜ। ସେ ପାଇଥିଲେ ୩ ହଜାର ୫୦ ଖଣ୍ଡ ଭୋଟ । ଆଉ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ୫୦ଟି ଭୋଟ୍ କମ୍ ପାଇଥିଲେ । କିନ୍ତୁ ଆଜି ସେହି ଶତାୟୁ ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.