ଭୁବନେଶ୍ବର, ୧୧।୪ : କଂଗ୍ରେସକୁ ଫେରିଲେ ବରଗଡ଼ ନେତା ତଥା ପୂର୍ବତନ ବିଧାୟକ ସାଧୁ ନେପାକ। କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହେଲେ।ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପ ସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି। ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ଥିଲେ। ୨୦୧୯ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ। ଏବେ ପୁଣି କଂଗ୍ରେସ କୁ ଫେରିଛନ୍ତି। ଆଗକୁ ଆହୁରି ବହୁ ନେତା କଂଗ୍ରେସ ରେ ସାମିଲ ହେବେ ବୋଲି ପିସିସି ସଭାପତି କହିଛନ୍ତି।