PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ହୃଦ୍‌ଘାତରେ ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ପରଲୋକ, ସାଇଲେଣ୍ଟ ହାର୍ଟଆଟାକ୍‌ ହୋଇଥିବା କହିଲେ ଡାକ୍ତର

ନୂଆଦିଲ୍ଲୀ,୨୫/୦୫: ଜଣାଶୁଣା ବଡି ବିଲ୍ଡର ତଥା ପୂର୍ବତନ ମିଷ୍ଟର ଇଣ୍ଡିଆ ପ୍ରେମରାଜ ଅରୋରାଙ୍କ ବୁଧବାର ହୃଦ୍‌ଘାତରେ ପରଲୋକ ଘଟିଛି । ତାଙ୍କୁ ୪୨ ବର୍ଷ ହୋଇଥିଲା । ପ୍ରେମ୍‌ରାଜଙ୍କ ଏସିଡିଟି ସମସ୍ୟା ପରେ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହସ୍ପିଟାଲରେ ପହଞ୍ଚିବାର ୨୦ ମିନିଟ୍‌ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କୁ ସାଇଲେଣ୍ଟ ହାର୍ଟଆଟାକ୍‌ ହୋଇଥିବା ଡାକ୍ତର କହିଥିଲେ ।

ପ୍ରେମରାଜଙ୍କ ବଡି ବିଲଡିଂ ସହିତ ସାମାଜିକ ସେବା ମଧ୍ୟ କରୁଥିଲେ। କୋଟାରେ ପ୍ରେମରାଜଙ୍କର ୩ ଟି ଜିମ୍ ଥିଲା। ସହରରେ ଅନେକ ବଡି ବିଲଡିଂ ପ୍ରତିଯୋଗିତା ଆୟୋଜନ କରୁଥିଲେ। ପ୍ରେମରାଜ ଅନେକ ପୁରସ୍କାର ଜିତି ଗୌରବ ଆଣିଥିଲେ। ପ୍ରେମରାଜଙ୍କ ପରିବାରରେ ବାପାମାଆ, ଭାଇ, ଭଉଣୀ, ପତ୍ନୀ ଏବଂ ୩ ପିଲାଙ୍କୁ ରହିଛିନ୍ତି। ଯେଉଁଥିରେ ପ୍ରେମରାଜଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ। ତାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି। ପ୍ରେମରାଜଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି।

ସମ୍ବନ୍ଧିତ ଖବର