ନୂଆଦିଲ୍ଲୀ,୧୭/୧୨: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗତକାଲି (ସୋମବାର) ସଂସଦ ଆସିବା ବେଳେ ଏକ ହ୍ୟାଣ୍ଡବ୍ୟାଗ୍ ଧରିଥିଲେ । ଯେଉଁଥିରେ 'ପାଲେଷ୍ଟାଇନ୍' ଲେଖାଥିଲା । ଏହାକୁ ନେଇ ଶାସକ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ । ବର୍ତ୍ତମାନ ଏହି ଘଟଣାକୁ ତାରିଫ କରିଛି ପାକିସ୍ତାନ । ପ୍ରିୟଙ୍କା ପାଲେଷ୍ଟାଇନ୍ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିବା ଘଟଣାକୁ ସମର୍ଥନ କରିଛି ପାକିସ୍ତାନ । ପାକ୍ ପୂର୍ବତନ ମନ୍ତ୍ରୀ ଫାୱଦ ଚୌଧୁରୀ ଏହାର ସମର୍ଥନ କରିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ପାକିସ୍ତାନ ପୂର୍ବତନ ମନ୍ତ୍ରୀ ଫାୱଦ ଚୌଧୁରୀ ପ୍ରିୟଙ୍କାଙ୍କ ପାଲେଷ୍ଟାଇନ ବ୍ୟାଗ ଧରିଥିବା ଫଟୋ ପୋଷ୍ଟ କରି ଲେଖିଛନ୍ତି, ଜବାହାରଲାଲ ନେହେରୁଙ୍କ ଭଳି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ନାତୁଣିଙ୍କଠୁ ଆମେ କଣ ଆଶା କରାଯାଏ । ଏହା ଲଜ୍ୟାକର କଥା ଯେ ଆଜି ଯାଏ ପାକିସ୍ତାନ ସଂସଦର କେହି ସଦସ୍ୟ ଏପରି କରିବାକୁ ସାହାସ କରିନାହାନ୍ତି ।
ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଂସଦକୁ ପାଲେଷ୍ଟାଇନ ସମର୍ଥନରେ ଏକ ବ୍ୟାଗ ଧରି ଆସିବା ପରେ ବିବାଦ ଉପୁଜିଥିଲା । ବିଜେପି ପକ୍ଷରୁ ସମାଲୋଚନା କରାଯାଇଥିଲା । ପ୍ରିୟଙ୍କା ଆଣିଥିବା ବ୍ୟାଗରେ ଲେଖାଥିବା 'ପାଲେଷ୍ଟାଇନ ସ୍ବାଧୀନ ହେବ' । ହ୍ୟାଣ୍ଡବ୍ୟାଗରେ ଶାନ୍ତିର ପ୍ରତୀକ ଧଳ ପାରା ଓ ତରଭୁଜ ଚିତ୍ର ରହିଥିଲା । ଏହାକୁ ପାଲେଷ୍ଟାଇନ ଏକଜୁଟତାର ପ୍ରତୀକ ବିବେଚନା କରାଯାଏ ।
What else could we expect from a granddaughter of a towering freedom fighter like Jawaharlal Nehru? Priyanka Gandhi has stood tall amidst pigmies, such shame that to date, no Pakistani member of Parliament has demonstrated such courage.#ThankYou pic.twitter.com/vV3jfOXLQq
— Ch Fawad Hussain (@fawadchaudhry) December 16, 2024
ପ୍ରକାଶ ଥାଉ କି, ଗତକାଲି (ସୋମବାର) କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଲେଷ୍ଟାଇନୀ ଲେଖାଥିବା ଏକ ହ୍ୟାଣ୍ଡବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ । ପ୍ରିୟଙ୍କାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ପ୍ରିୟଙ୍କା କହିଛନ୍ତି, ଏ ବାବଦରେ ମୋ ବିଚାର କଣ ତାହା ମୁଁ ଅନେକ ଥର କହିସାରିଛି । ମୁଁ କିଭଳି କପଡା ପିନ୍ଧିବି, ଏହା ମୁଁ ନିଷ୍ପତ୍ତି ନେବି। ମୁଁ ଯାହା ଚାହିଁବି, ତାହା ପିନ୍ଧିବି।’