ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଶୋଚନୀୟ ପରାଜୟ ପରେ ବି ଇଣ୍ଡିଆକୁ ପାକିସ୍ତାନର ଚ୍ୟାଲେଞ୍ଜ; ରଶି ଜଳିଗଲାଣି ହେଲେ...

Published By : Ankita S | March 2, 2025 10:47 AM

ନୂଆଦିଲ୍ଲୀ,୨/୦୩: ଓଡିଆରେ ଗୋଟିଏ ଢଗ ଅଛି- ରଶି ଜଳିଗଲାଣି ହେଲେ ବଳ ଯାଉନି । ଏତେ ସରି ହେଲା । ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହୋଇ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା । ଗୋଟିଏ ବି ମ୍ୟାଚ ଜିତି ପାରିଲା ନାହିଁ । ତଥାପି ଦଳର ଗର୍ବ କମୁନାହିଁ । ମୁହଁଟାଣ ଦେଖାଉଛି ପାକିସ୍ତାନ । ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହେବା ପରେ ବି ପାକିସ୍ତାନ ଚେତୁନି । ବିସିସିଆଇକୁ ଚ୍ୟାଲେଞ୍ଜ କରିଛନ୍ତି ପାକିସ୍ତାନ ପୂର୍ବତନ କ୍ରିକେଟର ସକଲେନ ମୁସ୍ତାକ୍ ।

ଆମ ସହ ଖେଳିକି ଦେଖ- ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚକୁ କିଛି ଦିନ ବିତି ଗଲାଣି । ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଥିବାରୁ ମ୍ୟାଚକୁ ଚର୍ଚ୍ଚା ଆଲୋଚନା ଚାଲିଛି । ଏହାରି ଭିତରେ ପାକିସ୍ତାନ ପୂର୍ବତନ ସ୍ପିନର ସକଲେନ ମୁସ୍ତାକ୍ ବିସିସିଆଇକୁ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି, ଯଦି ତୁମେ ଭଲ ଟିମ୍ତ ତୁମ ଖେଳାଳି ବହୁତ ଭଲ ତେବେ ପାକିସ୍ତାନ ବିପକ୍ଷରେ ଖେଳି କି ଦେଖାଅ । ଆମ ସହ ୧୦ଟି ଟେଷ୍ଟ, ୧୦ଟି ଦିନିକିଆ ଓ ୧୦ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳି କି ଦେଖ । ଏହା ପରେ ସବୁ ସ୍ପଷ୍ଟ ହୋଇଯିବ ।

ବାରମ୍ବାର ପରାସ୍ତ ହୋଇଛି ପାକିସ୍ତାନ- ଭାରତ ଓ ପାକିସ୍ତାନ ମଧ୍ୟରେ ଚାମ୍ପିଆନ୍ସ ଟ୍ରଫି ୨୦୨୫ରେ ଖେଳାଯାଇଥିବା ମ୍ୟାଚ ଏକତରଫା ରହିଛି । ପାକିସ୍ତାନ ବିପକ୍ଷ ମ୍ୟାଚକୁ ୬ ୱିକେଟରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ଟି-ଟ୍ବେଣ୍ଟି ବିଶ୍ବକପ ୨୦୨୪ରେ ଭାରତ ପାକିସ୍ତାନକୁ ହରାଇଥିଲା । ୨୦୨୩ ବିଶ୍ବକପରେ ମଧ୍ୟ ପାକିସ୍ତାନକୁ ମାତ୍ ଦେଇଥିଲା ଟିମ୍ ଇଣ୍ଡିଆ । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ସବୁ ମ୍ୟାଚ ଭାରତଠୁ ପାକିସ୍ତାନ ହାରିଛି ।

ଅଧିକ ପଢନ୍ତୁ...Champions Trophy: ବର୍ଷା ସାଜିଲା ବାଧକ, ସମ୍ମାନ ବଞ୍ଚାଇ ପାରିଲାନି ପାକିସ୍ତାନ

ପଇସା ଫେରାଇବ ପିସିବି- ପାକିସ୍ତାନ କ୍ରିକେଟ ବୋର୍ଡକୁ ଶନିଦଶା ପଡିଛି । ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ସବୁ ମ୍ୟାଚ ହାରିଲା । ସମର୍ଥକଙ୍କଠୁ ନିନ୍ଦା ମୁଣ୍ଡାଇଲା ।  ଏହା ପରେ ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ଆୟୋଜକ ପାକିସ୍ତାନ । ଏହା ପରେ ବି ଦଳର ଟେନସନ କମୁନାହିଁ । ଲଗାଣ ବର୍ଷା ପାଇଁ ଗୋଟିଏ ହେଲେ ବଲ ପଡିବା ପୂର୍ବରୁ ବାତିଲ ହୋଇଥିବା ଦୁଇଟି ମ୍ୟାଚର ଟିକେଟ ମୂଲ୍ୟ ଫେରାଇବ ପିସିବି । ଆଇସିସି କରିଥିବା ସର୍ତ୍ତମୂଳକ ଘୋଷଣା ଅନୁଯାୟୀ ଦର୍ଶକଙ୍କୁ ଏହି ଦୁଇ ମ୍ୟାଚର ପୂରା ଟିକେଟ୍ ମୂଲ୍ୟ ଫେରସ୍ତ କରାଯିବ । ରାୱଲପିଣ୍ଡ ଷ୍ଚାଡିୟମରେ ଚଳିତ ଚାମ୍ପିଅନ୍ସ ଟ୍ରଫିର ତିନୋଟି ମ୍ୟାଚ  ଖେଳାଯାଇଥିଲା । ଲଗାଣ ବର୍ଷା ପାଇଁ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ-ବାଂଲାଦେଶ ମ୍ୟାଚ ଧୋଇ ଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.