ଭୁବନେଶ୍ବର,୧୧।୧୧ : ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀଙ୍କୁ ୩ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲ୍ଲା ଦହ୍ୟା ଆରଆଇ ସର୍କଲର ପୂର୍ବତନ ଆରଆଇ ଗଜେନ୍ଦ୍ର ଡିଗଲ।
ଜମି ଡିର୍ମାକେସନ ପାଇଁ ୧୫ ହଜାର ଟଙ୍କା ଗଜେନ୍ଦ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲା। ଏହି ମାମଲାର ଶୁଣାଣୀ କରି ଉପରୋକ୍ତ ରାୟ ଦେଇଛନ୍ତି।ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ଲାଞ୍ଚ ନେବା ମାମଲାରେ ଗଜେନ୍ଦ୍ର ୨୦୨୧ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।