ଭୁବନେଶ୍ଵର, ୨୩/୦୨ : ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ଜଣ ମାଓବାଦୀ। କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମାଓବାଦୀ ସମସ୍ୟା ଜନିତ ସ୍ଥିତିରେ କ୍ରମାଗତ ଭାବରେ ଉନ୍ନତି ପରିଲକ୍ଷିତ ହୋଇଛି। ସାଂପ୍ରତିକ ସ୍ଥିତିରେ କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ଯୋଜନା ଅନୁଯାୟୀ କେବଳ କନ୍ଧମାଳ ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ବର୍ଗରେ ରଖାଯାଇଛି। ଅନ୍ୟ ୮ଟି ଜିଲ୍ଲା ଯଥା :- ମାଲକାନଗିରି, କୋରାପୁଟ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲାକୁ ଲିଗାସୀ ଏବଂ ଥ୍ରଷ୍ଟ ଜିଲ୍ଲା ବର୍ଗରେ ରଖାଯାଇଛି। ଏବେ ରାଜ୍ୟରେ ପ୍ରାୟ ୪୦ଜଣ ସକ୍ରିୟ ମାଓବାଦୀ କଳାହାଣ୍ଡି, ରାୟଗଡା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ କାର୍ଯ୍ୟ କରୁଛନ୍ତି।
ଏହି ଖବରଟିକୁ ପଢନ୍ତୁ- 'ବଜେଟ୍ ବେଳେ ଆଲୋଚନା କରି ଗୃହ ଚଳାଇଲେ, ମଣ୍ଡି ସମସ୍ୟା କହିଲାରୁ ମୁହଁ ବୁଲାଇଲେ'