ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

କୁଲଡିହା ଅଭୟାରଣ୍ୟରେ ଦନ୍ତା ଶିକାରର ୪ମୁଖ୍ୟ ଅଭିଯୁକ୍ତ ଗିରଫ, ୩ ବନ୍ଧୁକ ଓ ଦାନ୍ତ ଜବତ

Published By : Gurupada Nath | June 28, 2025 10:47 PM

ନୀଳଗିରି,୨୮/୬ : ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଥିଲା ବେଳେ ଅଭୟାରଣ୍ୟ ମଧ୍ୟରେ ଥିବା ଏକ ହାତୀର ଗଳିତ ଶବ ୧୭ତାରିଖ ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ପୁଟିବନ୍ଧ ଅଞ୍ଚଳରେ ଉଦ୍ଧାର କରାଯାଇଥିଲା । ଅଭୟାରଣ୍ୟ ମଧ୍ୟରେ ଶିକାରୀଙ୍କୁ ରୋକ୍ ଦେବା ପାଇଁ ଏସିଏଫ ତଥା କୁଲଡିହା ରେଞ୍ଜର ସୁବ୍ରତ ବେହେରା ଶିକାରୀଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖିଥିବାବେଳେ କିଛି ଦିନ ପୂର୍ବରୁ ହୁଡ଼ିସାହି ଗ୍ରାମର ଦଶରଥ ସିଂ(୪୨)ଙ୍କ ଘରେ ଚଢ଼ଉ କରିଥିଲେ। 

ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଦୁଇଟି ଧନୁତୀର ଏବଂ ଗୋଳାବାରୁଦ ଜବତ କରିବା ସହ ଦାଶରଥିକୁ ପୂର୍ବରୁ  ଗିରଫ କରିଥିଲେ। ତେବେ ହାତୀ ମୃତ୍ୟୁ ଘଟଣାରେ ଦଶରଥ ସିଂଙ୍କ ସଂପୃକ୍ତିକୁ ନେଇ ବନ ବିଭାଗ ଅଧିକ ଖୋଳତାଡ଼ ଜାରି ରଖିଥିବାବେଳେ ନୀଳଗିରି କୁଳଡ଼ିହା ଅଭୟାରଣ୍ୟର ହୋଇଥିବା ହାତୀ ମୃତ୍ୟୁ ଘଟଣାରେ ଗତକାଲି ଆଉ ଚାରି ଜଣଙ୍କୁ ସଜନାଗଡ଼ ଅଯୋଧ୍ୟା ମାର୍କେଟ ରାସ୍ତାରେ ଧରିବାରେ ସକ୍ଷମ ହୋଇଛି କୁଳଡ଼ିହା ବନବିଭାଗ। ତେବେ ଏହି ୪ ଅଭିଯୁକ୍ତଙ୍କଠାରୁ ୩ଟି ଗୋଳି ଭର୍ତ୍ତି ବନ୍ଧୁକ, ୨୫୦ଗ୍ରାମ ବାରୁଦ, ୩ଟି ହାତୀ କଳ ଦାନ୍ତ, ବାରାହ ଫାସ, ହରିଣ ସିଂଘ ,ବଜ୍ରକପ୍ତା କାତି, ବେଲେରା ମୂଷା ଛାଲ, ଧାରୁଆ କଟୁରୀ, ଛୁରୀ, ବାଇକ୍ କ୍ଲଚ ତାର ଇତ୍ୟାଦି ଜବତ କରିଛି ବନ ବିଭାଗ। 

ତେବେ ଏହି ଘଟଣାରେ ସୋମନାଥ ସିଂ(୩୫), ମୁନସୀ ସିଂ(୩୦), ତପନ ମାଝୀ(୨୩), ମୁନା ସିଂ(୨୩)କୁ ଗିରଫ କରିବା ପରେ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସିଏଫ ଶୁଭମ୍ ଦିଗନ୍ତ ଚାନ୍ଦ ଓ କୁଲଡ଼ିହା ରେଞ୍ଜର ସୁବ୍ରତ ବେହେରା। ପରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ଗତକାଲି ଶିକାରୀ ମାନେ ଫାର୍ମହାଉସରେ ଗିରଫ ହୋଇଥିବା ବିଜେଡି ନେତା ତଥା ସୁକାନ୍ତ ନାୟକ ଯେଉଁ ଅଭିଯୋଗ ଆଣିଥିବା ବେଳେ ବନବିଭାଗ ସଜନାଗଡ଼ ନିକଟରେ ଗିରଫ କରିବା ସୂଚନା ଦେବାପରେ ଏବେ ନୀଳଗିରି ବିଜେପି କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମିଛ କହି କାହାକୁ ବଦନାମ କରିବା ବେଶିଦିନ ନୁହଁ ବୋଲି କହି ପୂର୍ବତନ ବିଧାୟକ ସୁକାନ୍ତ ନାୟକଙ୍କୁ ସମାଲୋଚନା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.