ଭୁବନେଶ୍ୱର, ୦୮/୦୨: ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା। ଯାଜପୁର ବ୍ୟାସନଗରରରୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହେଲା ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ୯୮ ଲକ୍ଷ ଟପିଲା ‘ସୁଭଦ୍ରା’ ହିତାଧିକାରୀଙ୍କ ସଂଖ୍ୟା। ବାକି ରହିଥିବା ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ପୂର୍ବରୁ ହେବ ଡିବିଟି। ମହିଳା ଦିବସରେ ମିଳିବ ଦ୍ବିତୀୟ କିସ୍ତି।

ସୂଚନା ଅନୁଯାଇ, ପୂର୍ବରୁ ତିନିଟି ପର୍ଯ୍ୟାୟରେ ୮୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଥିଲା। ଆଜି ଆଉ ୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳା ହିତାଧିକାରୀଙ୍କ ଖାତକୁ ଡିବିଟି ମାଧ୍ୟମରେ ଟଙ୍କା ପଠାଯାଇଛି। ବର୍ତ୍ତମାନ ଯାଏ ମୋଟ ୯୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପଠାଇଲେଣି ସରକାର।

ଉଲ୍ଲେଖଯୋଗ୍ୟ, ଯେଉଁମାନେ  ୮ ତାରିଖ ସୁଦ୍ଧା ଟଙ୍କା ନ ପାଇବେ  ୱେବସାଇଟରେ ସେମାନଙ୍କର ନ ମିଳିବା  କାରଣ ବାବଦରେ ଉଲ୍ଲେଖ କରାଯିବ ।  ସେମାନେ କାରଣ ଜାଣି ସମାଧାନ  କରିପାରିବେ । ଅଦ୍ୟାବଧି ମୋଟ ୧  କୋଟି ୭ଲକ୍ଷ ୨୩ ହଜାର ୨୯୪ ଜଣ  ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ  ୯୮୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।