ନୂଆଦିଲ୍ଲୀ, ୨୨।୯: ଫ୍ରାନ୍ସ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀକୁ ବଦଳାଇବା ପାଇଁ ଫ୍ରାନ୍ସ ଗାଜାରେ ଏକ ଅନ୍ତର୍ଜାତୀୟ ବାହିନୀ ମୁତୟନ କରିବାକୁ ପ୍ରସ୍ତୁତି ଚଳାଇଛି । ଯୁଦ୍ଧ ଶେଷ ହେବା ପରେ ହମାସକୁ ନିରସ୍ତ୍ର କରିବା ଏବଂ ଧୀରେ ଧୀରେ ଗାଜାକୁ ଆଭ୍ୟନ୍ତରୀଣ ସୁରକ୍ଷା ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ଏହି ମିଶନର ମୂଳ ଲକ୍ଷ୍ୟ । 'ଟାଇମ୍ସ ଅଫ୍ ଇସ୍ରାଏଲ' ଦ୍ୱାରା ପ୍ରାପ୍ତ ଏକ ଡ୍ରାପ୍ଟ ପ୍ରସ୍ତାବରୁ ଏହି ସୂଚନା ମିଳିଛି । ପ୍ରସ୍ତାବରେ ଜୁଲାଇରେ ଘୋଷଣା ହୋଇଥିବା ଏକ ଅନ୍ତର୍ଜାତୀୟ ଘୋଷଣାନାମା କାର୍ଯ୍ୟକାରୀ କରିବାକୁ କୁହାଯାଇଛି, ଯେଉଁଥିରେ ହମାସର ନିରସ୍ତ୍ରୀକରଣ ଏବଂ ଗାଜାରେ ସୁରକ୍ଷା ହସ୍ତାନ୍ତର ପାଇଁ ଆହ୍ୱାନ ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ଏହଂ ପ୍ରସ୍ତାବରେ ମିଶନର ନେତୃତ୍ୱ ନେବା ପାଇଁ ଅନେକ ଦେଶ ନାମିତ ହୋଇଛନ୍ତି ଯେଉଁଥିରେ ଇଜିପ୍ଟ, ମିଶର, ଜୋର୍ଡାନ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କତାରକୁ ପ୍ରାଥମିକତା ଦିଆଯାଇଛି । ଡ୍ରାପ୍ଟରେ କୁହାଯାଇଛି ଯେ, ଏହି ମିଶନ ନ୍ୟୁୟର୍କ ଘୋଷଣାନାମା ଅନୁଯାୟୀ ଏବଂ ଜାତିସଙ୍ଘର ତତ୍ତ୍ୱାବଧାନରେ ପରିଚାଳିତ ହେବ । ପରିସ୍ଥିତି ସ୍ୱାଭାବିକ ହେବା ପରେ ହିଁ ମିଶନ ସଫଳ ହେବ । ଗାଜା ଉପରେ ନ୍ୟୁୟର୍କ ଘୋଷଣାପତ୍ରକୁ ଜୁଲାଇ ମାସରେ ଫ୍ରାନ୍ସ ଏବଂ ସାଉଦି ଆରବ ଦ୍ୱାରା ଉପସ୍ଥାପନା କରାଯାଇଥିଲା ଏବଂ ପରେ କତାର ଓ ମିଶର ସମେତ ଅନେକ ଆରବ ଦେଶ ଏହାକୁ ସମର୍ଥନ କରିଥିଲେ । ଚଳିତ ମାସ ଆରମ୍ଭରେ ଏହାକୁ ଜାତିସଂଘ ସାଧାରଣ ପରିଷଦ ପ୍ରସ୍ତାବରେ ସାମିଲ କରାଯାଇଥିଲା । ଘୋଷଣାପତ୍ରରେ କୁହାଯାଇଛି ଯେ, ଏହି ମିଶନ ପାଲେଷ୍ଟାଇନୀ ନାଗରିକଙ୍କୁ ସୁରକ୍ଷା ଯୋଗାଇବ, ପାଲେଷ୍ଟାଇନ ରାଷ୍ଟ୍ର ଏବଂ ଏହାର ସୁରକ୍ଷା ବାହିନୀର କ୍ଷମତାକୁ ନିୟନ୍ତ୍ରଣ କରିବ ଏବଂ ପାଲେଷ୍ଟାଇନ ଓ ଇସ୍ରାଏଲ ଉଭୟ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିବ ।