ନୂଆଦିଲ୍ଲୀ,୦୩/୧୦: ଆମେରିକା ପରେ ଫ୍ରାନ୍ସରେ ସଟ୍‌ଡାଉନ୍‌ ସ୍ଥିତି । ଖର୍ଚ୍ଚ କାଟ ବିରୋଧରେ ବନ୍ଦ ହୋଇଛି ଫ୍ରାନ୍ସ । ୨୦୦ରୁ ଅଧିକ ସହରରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ଯେଉଁଥିରେ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ଏବଂ ଛାତ୍ର ସାମିଲ ହୋଇଛନ୍ତି । ସବୁ ଠପ୍ ହୋଇଛି । ପ୍ରଦର୍ଶନକାରୀ ଖର୍ଚ୍ଚ କାଟ ଓ ଟ୍ୟାକ୍ସ ବଢାଇବାକୁ ବିରୋଧ କରିଛନ୍ତି । ରାଜଧାନୀ ପ୍ୟାରିସ୍‌ର ପ୍ରସିଦ୍ଧ ଆଇଫିଲ ଟାୱାର ବନ୍ଦ ରହିଛି ।

​​​​​​​ୟୁନିୟନ୍‌ ନେତୃତ୍ୱରେ ବିରୋଧ- ଦେଶବ୍ୟାପୀ ଏହି ବିକ୍ଷୋଭ ଫ୍ରାନ୍ସର ପ୍ରମୁଖ ୟୁନିୟନ୍‌ ଡାକରା ଦେଇଛି । ଗତମାସରୁ ବଜେଟକୁ ନେଇ ଚାଲିଥିବା ରାଜନୀତି ହଲଚଲ ଏବଂ ବିତର୍କ, ଚର୍ଚ୍ଚା, ଆଲୋଚନା ବିରୋଧ ପ୍ରଦର୍ଶନର ମୁଖ୍ୟ କାରଣ । ୟୁନିୟନ୍‌ କହିବା ଅନୁସାରେ, ସରକାରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଜେଟ୍ ପ୍ରସ୍ତାବକୁ ଛାଡି ଦେବା କଥା । ଯେଉଁଥିରେ ସାମାଜିକ କଲ୍ୟାଣ ଯୋଜନା ଉପରେ ରୋକ ଏବଂ ଖର୍ଚ୍ଚ କମ୍ ପରି ସେବା ସାମିଲ ରହିଛି । ୟୁନିୟନ୍‌ ଚେତାବନୀ ଦେଇଛି , ଏପରି ପଦକ୍ଷେପ କମ୍ ଏବଂ ମଧ୍ୟମ ଆୟ ବର୍ଗର ଲୋକଙ୍କ କାର୍ଯ୍ୟଶକ୍ତିକୁ ଆହୁରି ଦୁର୍ବଳ କରୁଛି । ଧନୀ ଲୋକଙ୍କ ଉପରେ ଟ୍ୟାକ୍ସ ବୃଦ୍ଧି କରାଯାଉ ବୋଲି ଦାବି କରିଛି ୟୁନିୟନ୍ ।

୨୦୦ରୁ ଅଧିକ ସହରରେ ବିକ୍ଷୋଭ- ଫ୍ରାନ୍ସରେ ୨୦୦ରୁ ଅଧିକ ସହରରେ ହଜାର ହାଜର କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ଏବଂ ଛାତ୍ର ରାସ୍ତାକୁ ଓହ୍ଲାଇଛନ୍ତି । ପ୍ୟାରିସରେ ପ୍ରଦର୍ଶନକାରୀ (ପ୍ଲେସ ଡି'ଇଟଲୀ)ରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ପ୍ରସିଦ୍ଧ ଆଇଫିଲ​​​​​​​​​​​​​​ ଟାୱାର ପ୍ରଶାସନ ତାଙ୍କ ବୟାନରେ କହିଛନ୍ତି କି, ବିକ୍ଷୋଭ କାରଣରୁ ସ୍ମାରକ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରି ଦିଆଯାଇଛି ।

ନୂଆ ସରକାର ଉପରେ ଚାପ- ଗତମାସରେ ପ୍ରଧାନମନ୍ତ୍ରୀ ହୋଇଥିବା ସେବାଷ୍ଟିୟନ ଲେକୋର୍ନୁ ଏ ପର୍ଯ୍ୟନ୍ତ ବଜେଟ୍‌ ବାବଦରେ ସୂଚନା ଦେଇନାହାନ୍ତି । ତାଙ୍କ ମନ୍ତ୍ରୀମଣ୍ଡଳ ଟିମ୍ ମଧ୍ୟ ଘୋଷଣା କରିନାହାନ୍ତି । ଆଶା କରାଯାଉଛି କି, ବର୍ଷ ଶେଷ ଆଡ଼କୁ ସଂସଦରେ ବଜେଟ୍‌ , ବିଲ୍‌ ଉପରେ ଚର୍ଚ୍ଚା ହେବ । ଦେଶରେ ବର୍ତ୍ତମାନ ସ୍ଥିତି ନୂଆ ସରକାରଙ୍କ ଉପରେ ଚାପ ପରି ହୋଇଛି ।

କହି ରଖୁଛୁ କି, ଆମେରିକାରେ ବି ସଟ୍‌ଡାଉନ୍‌ ସ୍ଥିତି ରହିଛି । ୨୦୧୯ ପରେ ଏପରି ପ୍ରଥମ ସରକାରୀ କାର୍ଯ୍ୟ ବନ୍ଦ ହୋଇଛି ।  ଫଣ୍ଡିଂ ବିଲ୍ ପାସ୍ ନହୋଇ ପାରିବାରୁ ଆମେରିକାରେ ସଟ୍‌ଡାଉନ୍ ସଂଙ୍କଟ ଆସିଛି । ସିନେଟ୍‌ରେ ବିଲ୍ ପାସ୍ କରିବାରେ ବିଫଳ ହୋଇଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।