PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସ୍ୱାଧୀନତା ସଂଗ୍ରାମୀ ପଦ୍ମଚରଣ ସାମନ୍ତସିଂହାରଙ୍କ ଶ୍ରାଦ୍ଧ ଦିବସ

ନିମାପଡ଼ା,୨୯ା୧(ଆପ୍ର): ନିମାପଡ଼ା ଶହୀଦ ସ୍ମୃତି ସଂସଦ ଓ ନିମାପଡ଼ା ଡିଏଭି ସ୍କୁଲର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଡିଏଭି ସ୍କୁଲ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବ୍ରହ୍ମଗିରି ବିଧାନସଭା ଓ ପୁରୀ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ପଦ୍ମଚରଣ ସାମନ୍ତସିଂହାରଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।
ଅତିଥି ରୂପେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଏଭି ସ୍କୁଲ ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ନାୟକ, ଅଧ୍ୟକ୍ଷ ଏମ୍‌ ଏମ୍‌ ହକ୍‌, ଶହୀଦ୍‌ ସ୍ମୃତି ସଂସଦର ସଂପାଦକ ବେଣୁଧର ସେନାପତି, ରାମଚନ୍ଦ୍ର ସାହୁ, ଦୟାନିଧି ସାହୁ, ପଦ୍ମଚରଣ ସାମନ୍ତସିଂହାରଙ୍କ ପୁତୁରା ଶଙ୍କର ପରିଡ଼ା, ଶହୀଦ ଉଚ୍ଛବ ମଳିକଙ୍କ ନାତି ଅଭିରାମ ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।
ଗାନ୍ଧିଜୀଙ୍କ ଆଦର୍ଶରେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ସାଢ଼େ ତିନି ବର୍ଷ ଜେଲ ଦଣ୍ଡ ଭୋଗିବା ସହିତ ଗ୍ରାମେ ଗ୍ରାମେ ଖଦିର ପ୍ରଚାର ଓ ପ୍ରସାର ଦିଗରେ ପଦ୍ମଚରଣଙ୍କ ଯଥେଷ୍ଟ ଅବଦାନ ଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିସରରେ ଶିକ୍ଷକ ଶାରଦା ବେହେରାଙ୍କ ଦ୍ୱାରା ସ୍ୱର୍ଗତ ସାମନ୍ତସିଂହାରଙ୍କ ଉପରେ ଏକ ବାଲୁକା କଳା ପ୍ରଦର୍ଶନ କରାଯାଇଥିଲା ।
ବିଦ୍ୟାଳୟ ତରଫରୁ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ, ବିଧାୟକ ଶ୍ରୀ ଦାଶ ଏବଂ ଶହୀଦ୍‌ ସ୍ମୃତି ସଂସଦର ଶ୍ରୀ ସେନାପତିଙ୍କୁୁ ସମାଜ ପ୍ରତି ସେମାନଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ବନ୍ଧିତ ଖବର