ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପାକିସ୍ତାନ ଏବଂ ଋଷ୍ ମଧ୍ୟରେ ମାଲବାହୀ ରେଳପଥ ସଂଯୋଗ କରିବାକୁ ଚୁକ୍ତି ସ୍ବାକ୍ଷରିତ, ଆସନ୍ତା ମାର୍ଚ୍ଚରେ ହେବ ପ୍ରଥମ ପରୀକ୍ଷଣ…

Published By : Ladu Kishor | December 6, 2024 8:52 PM

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଋଷ ମଧ୍ୟରେ ମାଲବାହୀ ଟ୍ରେନ୍ ସଂଯୋଗ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହାର ପ୍ରଥମ ପରୀକ୍ଷା ଆସନ୍ତା ବର୍ଷ ମାର୍ଚ୍ଚରେ ହେବାର ସମ୍ଭାବନା ରହିଛି । ପାକିସ୍ତାନର ଜଣେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ମାଲବାହୀ ଟ୍ରେନ ଲାଇନ ଇରାନ ଏବଂ ଆଜେରବାଇଜାନ ଦେଇ ଯିବ। ସ୍ୱାସ୍ଥ୍ୟ, ବାଣିଜ୍ୟ, ଶିଳ୍ପ ସହଯୋଗ ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ଇସଲାମାବାଦ ଏବଂ ମସ୍କୋ ବୁଧବାର ଆଠଟି ଏମଓୟୁ ସ୍ୱାକ୍ଷର କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୨ ରୁ ୪ ପର୍ଯ୍ୟନ୍ତ ମସ୍କୋରେ ଏହି ବୈଠକ ହୋଇଥିଲା । ନବମ ଆନ୍ତଃ ରାଜ୍ୟ ଆୟୋଗର ବୈଠକରେ ଏହି ଚୁକ୍ତିନାମା ହୋଇଥିଲା।

ଏହା ପୂର୍ବରୁ ମସ୍କୋରେ ପାକିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜମାଲି କହିଛନ୍ତି ଯେ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡରରେ ଯୋଗଦେବାକୁ ତାଙ୍କ ଦେଶ ପ୍ରସ୍ତୁତ। ସୂଚନାଥାଉକି, ଏହି କରିଡରର ଲମ୍ବ ୭ ହଜାର ୨ ଶହ କିଲୋମିଟର, ଯାହା ଋଷ ଏବଂ ମଧ୍ୟ ଏସିଆକୁ ଭାରତ ସହିତ ଇରାନ ମାଧ୍ୟମରେ ସଂଯୋଗ କରେ ।  ଆସନ୍ତା ବର୍ଷ ମାର୍ଚ୍ଚ ଆରମ୍ଭରେ ଚାଲିଥିବା ପ୍ରଥମ ଦକ୍ଷିଣ-ଉତ୍ତର ଟ୍ରେନ୍ ପରୀକ୍ଷା ରୁଷରୁ ଇରାନ ଏବଂ ଆଜେରବାଇଜାନ ଦେଇ ପାକିସ୍ତାନକୁ ସାମଗ୍ରୀ ପହଞ୍ଚାଇବ ବୋଲି ପାକିସ୍ତାନ ଶକ୍ତି ମନ୍ତ୍ରୀ ଅହମ୍ମଦ ଖାନ ଲେଗରୀ ଋଷର ଗଣମାଧ୍ୟମକୁ କହିଛନ୍ତି। ସେ ମସ୍କୋ ଏବଂ ଇସଲାମାବାଦ ମଧ୍ୟରେ ବିମାନ ସେବା ବିଷୟରେ ମଧ୍ୟ କହିଥିଲେ। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ଉପରେ ପାକିସ୍ତାନ ମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

ଜାନୁଆରୀରେ ପାକିସ୍ତାନରେ ରୁଷର ରାଷ୍ଟ୍ରଦୂତ କହିଥିଲେ ଯେ ଦ୍ୱିପାକ୍ଷିକ ବାଣିଜ୍ୟ ସକରାତ୍ମକ ଗତିଶୀଳତା ଦେଖାଉଛି । ସେ ସୂଚନା ଦେଇଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ପ୍ରାୟ ଏକ ବିଲିୟନ ଡଲାର ଅଟେ । ପାକିସ୍ତାନ ମନ୍ତ୍ରୀ ଅହମ୍ମଦ ଖାନ ଲେଗରୀ କହିଛନ୍ତି ଯେ ପାକିସ୍ତାନ ଏବଂ ଋଷ ମଧ୍ୟରେ ବାଣିଜ୍ୟ ଅସନ୍ତୁଳନ ରହିଛି । ତେଣୁ ଏହାକୁ ସୁଧାରିବାକୁ ଦୁଇ ଦେଶ ନିଷ୍ପତ୍ତି ନେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.