ସମଲିଙ୍ଗୀ ପ୍ରେମକୁ ନେଇ ଫିଲ୍ମ ‘ ଏକ ଲଡକି କୋ ଦେଖା ତୋ ଐସା ଲଗା’

୧୯୯୪ରେ ରିଲିଜ୍ ହୋଇଥିଲା ଅନିଲ୍ କପୁର ଓ ମନିଷା କୋଇରାଲା ଅଭିନୀତ ଫିଲ୍ମ ୧୯୪୨-ଏ ପ୍ରେମ କାହାଣୀ। ଏହି ପାଟ୍ରିଓଟିକ୍ ରୋମାଣ୍ଟିକ୍ ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ-ପ୍ରଯୋଜକ ବିଧୁ ବିନୋଦ୍ ଚୋପ୍ରା। ବକ୍ସ ଅଫିସରେ ଏହି ଫିଲ୍ମଟି ସୁପରହିଟ୍ ହେବା ସହିତ ହାତେଇ ଥିଲା ଅନେକ ଆଓ୍ବାର୍ଡ।ଫିଲ୍ମ ଯେତିକି ହିଟ୍ ହୋଇଥିଲା ତାଠାରୁ ଅଧିକ ଆଦୃତତା ମିଳିଥିଲା। ଫିଲ୍ମର ଗୀତ ଗୁଡିକୁ ଖାସ୍ କରି “ଏକ ଲଡକି କୋ ଦେଖା ତୋ ଐସା ଲଗାଟ୍ଟ” ଗୀତଟିକୁ ଆଜି ବି େଶ୍ରାତାମାନେ ଗୁଣୁଗୁଣାଉ ଥାନ୍ତି।ତେବେ ପାଖାପାଖି ୨୫ ବର୍ଷ ପରେ ପୁଣିଥରେ ବିଗ୍ ସ୍କ୍ରିନ୍ ରେ ସେହି ଗୀତ ଶୁଣିବାକୁ ମିଳିଛି।

ଏହି ଗୀତର ଲିରିକ୍ସକୁ ନେଇ ରିଲିଜ୍ ହୋଇଛି ଫିଲ୍ମ ‘ଏକ୍ ଲଡକି କୋ ଦେଖା ତୋ ଐସା ଲଗା।’ ଫିଲ୍ମରେ ପୁଣିଥରେ ଅନିଲ୍ କପୁର ଓ ବିଧୁ ବିନୋଦ୍ ଚୋପ୍ରା ଏକାଠି ହୋଇଛନ୍ତି।ବିଧୁ ବିନୋଦ୍ ଚୋପ୍ରା ବ୍ୟାନର ତଳେ ତିଆରି ଫିଲ୍ମରେ ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର୍ କରିଛନ୍ତି। ରିଅଲ୍ ଲାଇଫ୍ ଫାଦର୍-ଡଟର ଯୋଡି ତଥା ଅନିଲ୍ କପୁର ଆଣ୍ଡ ସୋନମ୍ କପୁରଙ୍କ ଛଡା ଫିଲ୍ମରେ ଜୁହି ଚାୱଲା, ରାଜକୁମାର୍ ରାଓ, ଅକ୍ଷୟ ଓବରଏ ଓ ରେଜିନା କାସାନ୍ଦ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।ତେବେ ସଂଜୁର ଅଦ୍ଭୁଦପୂର୍ବ ସଫଳତା ପରେ ରାଜକୁମାର୍ ହିରାନି ଓ ବିଧୁବନୋଦ ଚୋପ୍ରା ଫେରିଛନ୍ତି ଏକ ଭିନ୍ନ କାହାଣୀ ସହିତ।‘ଏକ୍ ଲଡକି କୋ ଦେଖା ତୋ ଐସା ଲଗା’ର କାହାଣୀ ସମଲିଙ୍ଗି ପ୍ରେମକୁ ନେଇ ତିଆରି ହୋଇଛି।ଗୋଟେ ଝିଅ ଯଦି ଆଉ ଗୋଟେ ଝିଅକୁ ପ୍ରେମ କରେ ତେବେ ପରିବାର ଓ ସମାଜରେ ତାକୁ କେଉଁ କେଉଁ ପରିସ୍ଥିତିକୁ ସାମ୍ନା କରିବାକୁ ପଡେ ତାହାକୁ ନେଇ ତିଆରି ହୋଇଛି ଏହି ଫିଲ୍ମ।