ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲା ସିଡ୍ସ କର୍ମଚାରୀଙ୍କ ବନ୍ଧୁତାପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ; ଭଦ୍ରକ ଏକାଦଶ ବିଜୟୀ

Published By : Gurupada Nath | February 14, 2025 7:20 PM

କେନ୍ଦୁଝର ସଦର,୧୪/୨ : କେନ୍ଦୁଝର ଷ୍ଟାଡିୟମଠାରେ କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲା ସିଡ୍ସ କର୍ମଚାରୀଙ୍କ ବନ୍ଧୁତାପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କେନ୍ଦୁଝର ଏକାଦଶ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ୍ ହରାଇ ୧୧୭ ରନ ସଂଗ୍ରହ କରି ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା। ଜବାବରେ ବିପକ୍ଷ ଦଳ ଭଦ୍ରକ ଏକାଦଶ ୧୧୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୧.୪ ବଲରେ ଚାରି ୱିକେଟ୍ ହରାଇ ୧୧୮ ରନ କରିବା ସହିତ ୬ୱିକେଟରେ ବିଜୟୀ ହୋଇଛି। 

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝୁମ୍ପୁରା ବଜାରର ଅଗ୍ରଣୀ ବିହନ ବିକ୍ରେତା ରଂଜନ କୁମାର ଗୁପ୍ତା ଯୋଗଦେଇ ବିଜୟୀ ଦଳ ଭଦ୍ରକକୁ ନଗଦ ୧୦ହଜାର ୧ଟଙ୍କା ସହ ଟ୍ରଫି ଏବଂ ପରାଜିତ ଦଳ କେନ୍ଦୁଝରକୁ ନଗଦ ୫ ହଜାର ଟଙ୍କା ସହ ଟ୍ରଫି ଏବଂ ଭଦ୍ରକ ଏକାଦଶ ପକ୍ଷରୁ ସଞ୍ଜୟ ପାଣିଗ୍ରାହୀ ୩୦ରନ ବ୍ୟାଟିଂ କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିବାବେଳେ ବେଷ୍ଟ ଫିଲ୍ଡର ଭାବେ ଭଗବାନ ମହାନ୍ତ ପୁରସ୍କୃତ ହୋଇଛନ୍ତି । 

କେନ୍ଦୁଝର ସିଡ୍ସ ସଂଘ ନିହାର ରଞ୍ଜନ ଦାସ, ସୁଧାଂଶୁ ବିଶ୍ଵାଳ, ସାରଦା ପ୍ରସାଦ ନାୟକ, ସତ୍ୟନାରାୟଣ ସାହୁ ପ୍ରତାପ ନାୟକଙ୍କ ମିଳିତ ସହଯୋଗରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିବାବେଳେ ଆଗକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏପରି କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ନିକଟରୁ ସୂଚନା ମିଳିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.