PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଫେସବୁକରୁ ଦୋସ୍ତୀ…ଦୋସ୍ତୀରୁ ପ୍ରେମ…ବିବାହର ପ୍ରତିଶ୍ରୁତି ଦେଇ ରଖିଲା ଶାରୀରିକ ସମ୍ପର୍କ…ପରେ ପୁଣି…

source:www.deccanchronicle.com

ମୁମ୍ବାଇ ୨୬।୩: ଫେସବୁକରେ ଦୋସ୍ତୀ କରିବା ଏବେ ମହିଳାଙ୍କ ପାଇଁ ଭାରି ପଡ଼ିଯାଇଛି। ଏହା କୈାଣସି ଛୋଟମୋଟ ସହରରେ ନୁହେଁ ମୁମ୍ବାଇ ପୁଲିସ ୨୬ବର୍ଷର ମହିଳାଙ୍କ ସହିତ ଦୀର୍ଘ ୫ବର୍ଷ ଧରି ଦୁଷ୍କର୍ମ ଅଭିଯୋଗରେ ଏକ ମାମଲା ରୁଜ୍ଜୁ କରିଛି।

ଅଭିଯୁକ୍ତ ଫେସବୁକ ଜରିଆରେ ମହିଳାଙ୍କ ସହିତ ଦୋସ୍ତୀ କରିଥିଲା। ପୁଣି ଶାରୀରିକ ସମ୍ବନ୍ଧ ରଖିବା ପରେ ତାଙ୍କୁ ବ୍ଳାକମେଲ୍ କରି ୫ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିଲା। ଏହା ମଧ୍ୟରେ ପୀଡ଼ିତା ଦୁଇଥର ଗର୍ଭବତୀ ହୋଇଥିଲେ। ଜବରଦସ୍ତୀ କରି ପୀଡ଼ିତାକୁ ଗର୍ଭପାତ ମଧ୍ୟ କରାଇଛି। ପୀଡ଼ିତା ଜଣକ ବୁଝାଇ ସୁଜାଇ ବିବାହ ପାଇଁ ରାଜି କରାଇ ନିର୍ବନ୍ଧ କରାଇଦେଇଥିଲା। କିନ୍ତୁ ନିର୍ବନ୍ଧ ପରେ ବିବାହ କରିବାକୁ ମନା କରିଦେଇଥିଲା।

source:player.98fm.com

ମୁମ୍ବାଇର ଭିଲେ ପାରଲେ ପୁଲିସ ଷ୍ଟେସନର ସିନିଅର ପୁଳଇସ ଇନସ୍ପେକ୍ଟର ଲକ୍ଷଣ ଚୈାହାନ କହିଛନ୍ତି, ଦୁଷ୍କର୍ମ ଓ ଅନ୍ୟ ମାମଲାରେ ଅଭିଯୁକ୍ତ ନାଁରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଅଭିଯୁକ୍ତ ଫେରାର ଥିବାରୁ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି ପୁଲିସ।

ପୀଡ଼ିତା ପୁଲିସକୁ କହିଛି କି, ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ତାଙ୍କୁ ଦୁଷ୍କର୍ମ କରୁଥିଲା। ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ଆପତ୍ତିଜନକ ଭିଡ଼ିଓ ତିଆରି କରିଥିଲା। ଯାହା ଜରିଆରେ ପୀଡ଼ିତାଙ୍କୁ ବ୍ଲାକମେଲ୍ କରୁଥିଲା।

ପୁଲିସ କହିବାନୁସାରେ, ମହିଳା ପେସାରେ ଜଣେ ଅଧ୍ୟାପିକା। ୨୦୧୨ ମସିହାରେ ଦୁହେଁ ପ୍ରଥମେ ଫେସବୁକ ଜରିଆରେ କଥାବର୍ତ୍ତା ହୋଇ ସାଙ୍ଗ ହୋଇଥିଲେ। ପରେ ଦୋସ୍ତୀ ପ୍ରେମରେ ପରିଣତ ହେଲା। ଅଭିଯୁକ୍ତ ମହିଳାଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖିଥିଲା। ଘରବାଲାଙ୍କୁ ବିବାହ ସମ୍ପର୍କରେ କେବେ ଜଣାଇବ ବୋଲି ପୀଡ଼ିତା ବାରମ୍ବାର ପଚାରୁଥିବାବେଳେ ଅଭିଯୁକ୍ତ କିଛି ବି ବାହାନା କରି କଥାକୁ ଟାଳି କରିଦେଉଥିଲା। ଶେଷରେ ପୀଡ଼ିତା ଯେତେବେଳେ ଆତ୍ମହତ୍ୟା କରିବ ବୋଲି ଧମକ ଦେଇଥିଲା ଅଭିଯୁକ୍ତ ନିର୍ବନ୍ଧ କରିବାକୁ ରାଜି ହୋଇଯାଇଥିଲା। ସାଙ୍ଗମାନଙ୍କ ଉପସ୍ଥିତିରେ ସେ ପୀଡ଼ିତାଙ୍କୁ ବିବାହ କରିଥିଲା। ମାତ୍ର ଘରବାଲାଙ୍କୁ ଏ ସମ୍ପର୍କରେ କିଛି ଜଣାଇନଥିଲା।

ଧୀରେ ଧୀରେ ଏମିତି ଶାରୀରିକ ସମ୍ପର୍କ ରଖିବା ପରେ ଅଭିଯୁକ୍ତ ୨୦୧୫ ଓ ୨୦୧୭ରେ ଗର୍ଭପାତ କରାଇବାକୁ ପୀଡ଼ିତାକୁ ବାଧ୍ୟ କରିଥିଲା। ଯେତେବେ​‌ଳେ ପୀଡ଼ିତା ଜଣକ ଗର୍ଭପାତ କରାଇବେ ନାହଁ ବୋଲି ମନାକରିଦେଇଥିଲେ ସେତେବେଳେ ଅଭିଯୁକ୍ତ ଭିଡ଼ିଓ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା।

ଫେବ୍ରୁଆରି ମାସରେ ପୀଡ଼ିତା ଅଭିଯୁକ୍ତର ପରିବାର ଲୋକଙ୍କୁ ବାହାଘର ବିଷୟରେ କଥାବର୍ତା ହେବେ ବୋଲି କହିବାରୁ ଅଭିଯୁକ୍ତ ତାଙ୍କୁ ପୁଣି ଥରେ ଧମକ ଦେବା ସହିତ ନିର୍ଯ୍ୟାତନା ଦେଇଥିଲା। ଶେଷରେ ବାହା ହେବ ନାହିଁ ବୋଲି ମନାକରିଦେଲା। ବର୍ତ୍ତମାନ ଅଭିଯୁକ୍ତ ନାଁରେ ମାମଲା ରୁଜ୍ଜୁ କରିବା ତଦନ୍ତ ଜାରୀ ରହିଛି ବୋଲି ପୁଲିସ କହିଛି।