ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

୧ଅପ୍ରେଲରୁ ବନ୍ଦ ହୋଇ ଯିବ ଏହି ମୋବାଇଲ ନମ୍ୱରର ବ୍ୟାଙ୍କିଂ ଓ ୟୁପିଆଇ ସେବା , ଜାଣନ୍ତୁ ଏହାର କାରଣ

Published By : Prameya | March 18, 2025 4:38 PM

ନୂଆଦିଲ୍ଲୀ : ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ବା ଆପଣ ୟୁପିଆଇର ବ୍ୟବହାର କରୁଛନ୍ତି ତ ,ଏହି ଖବର ଆପଣଙ୍କ ପାଇଁ ପଢିବା ନିହାତି ଜରୁରୀ । କାରଣ ଆସନ୍ତା ମାସରୁ ବ୍ୟାଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛି। ୧ ଅପ୍ରେଲ୍‌ରୁ ବ୍ୟାଙ୍କ ଆକାଉଣ୍ଟ, ଗୁଗଲ ପେ , ଫୋନପେ ଓ ପେଟିଏମ୍‌ ଭଳି ୟୁପିଆଇ ଆପ୍‌ ସହ ଜଡ଼ିତ ସେହି ଆକାଉଣ୍ଟକୁ ବନ୍ଦ କରୁଛି, ଯାହାଙ୍କର ମୋବାଇଲ ନମ୍ୱର ଅନେକ ଦିନରୁ ଇନଆକ୍ଟିଭ୍‌ ଅଛି। 

ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନପିସିଆଇ) ବ୍ୟାଙ୍କ ଓ ଏହି ଆପ୍‌କୁ ୩୧ ମାର୍ଚ୍ଚ ଯାଏ ଏମିତି ନମ୍ୱର ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ଇନଆକ୍ଟିଭ୍‌ ବା ରିସାଇକିଲ କରାଯାଇ ଥିବା ମୋବାଇଲ ନମ୍ୱରରେ ହେବାକୁ ଥିବା ସମସ୍ୟାର ସମାଧାନ କରିବା। ଇନଆକ୍ଟିଭ୍ ବା ରିସାଇକିଲ କରାଯାଇ ଥିବା ମୋବାଇଲ ନମ୍ୱର ନେଣଦେଣରେ ସମସ୍ୟା ସୃଷ୍ଟି ହୋଇଥାଏ। 

କହି ରଖୁଛୁ କି , ଯଦି କୌଣସି ନମ୍ୱରର ବ୍ୟବହାର ୯୦ ଦିନ ଯାଏ ଭଏସ କଲ୍‌, ଏସଏମଏସ ବା ଡାଟା ପାଇଁ କରାଯାଇ ନଥାଏ ତ, ସେ ଇନଆକ୍ଟିଭ୍ ହୋଇ ଯାଏ। ଏମିତି ନମ୍ୱର ପୁଣି ଥରେ ନୂଆ ୟୁଜର୍ସଙ୍କୁ ଦିଆଯାଇ ଥାଏ। ଏଥିରେ ଯେବେ ଏହି ନମ୍ୱର ଆପଣଙ୍କ ବ୍ୟାଙ୍କ ଓ ଅନ୍ୟ ଫାଇନେନ୍ସିଆଲ ସେବା ସହ ଜଡ଼ିତ ଥାଏ ତ ଏଥିରେ ସମସ୍ୟା ସବୁ ହୋଇପାରେ। 

କୌଣସି ବି ପେମେଣ୍ଟ ପାଇଁ ମୋବାଇଲ ନମ୍ୱର ଆବଶ୍ୟକ ହୋଇ ଥାଏ। ଯଦି ଆପଣଙ୍କ ନମ୍ୱରରେ କୌଣସି ସମସ୍ୟା ଅଛି, ତ ନେଣଦେଣ ବିଫଳ ହୋଇ ପାରେ। ଅନେକ ୟୁଜର୍ସ ନିଜର ବ୍ୟାଙ୍କ ଆକାଉଣ୍ଟ ବା ୟୁପିଆଇ ଆପ୍‌ ସହ ଅନେକ ନମ୍ୱରକୁ ଲିଙ୍କ୍‌ କରିଥାନ୍ତି। ଏଥିରେ ଯଦି ଏଥିରୁ କୌଣସି ବି ନମ୍ୱର ମାସ ମାସ ଯାଏ ଇନଆକ୍ଟିଭ୍‌ ରହିଥାଏ , ତ ଏହାକୁ ଡିଲିଟ କରିଦିଆ ଯିବ। 

ନେଣଦେଣ ସମ୍ୱନ୍ଧୀୟ ସମସ୍ୟାକୁ ରୋକିବା ପାଇଁ, ଏନପିସିଆଇ ଅନିବାର୍ଯ୍ୟ କରିଛି ଯେ, ବ୍ୟାଙ୍କ ଓ ୟୁପିଆଇ ଆପ୍‌ ଡିଲିଟ୍‌ କରାଯାଇ ଥିବା ନମ୍ୱରର ଲିଷ୍ଟ ପ୍ରତି ସପ୍ତାହରେ ଅପଡେଟ୍‌ କରନ୍ତୁ। ୧ଅପ୍ରେଲ ପରେ କୌଣସି ବି ଇନଆକ୍ଟିଭ୍‌ ବା ରିସାଇକିଲ କରାଯାଇ ଥିବା ନମ୍ୱର ବ୍ୟାଙ୍କର ସିଷ୍ଟମରୁ ତୁରନ୍ତୁ ହଟେଇ ଦିଆ ଯିବ। ଯଦି ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ବା ୟୁପିଆଇ ଆଇଡି ଆକ୍ଟିଭ୍‌ ରଖିବାକୁ ଚାହାନ୍ତି , ତ ଏହାକୁ ତୁରନ୍ତ ରିଚାର୍ଜ କରନ୍ତୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.