ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର, ୨୩।୫ ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ (୯୨)ଙ୍କ ସୋମବାର ପରଲୋକ ହୋଇଛି। ସେ ଅସୁସ୍ଥ ଥିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ସୋମବାର ମୃତ୍ୟୁ ଘଟିଛି। ବିଶିଷ୍ଟ ବାମଦଳ ନେତା ଶିବାଜୀ ପଟ୍ଟନାୟକ ଥିଲେ। ସିପିଆଇ (ଏମ)ର ଜଣେ ବରିଷ୍ଠ ନେତା ଶିବାଜୀ ପଟ୍ଟନାୟକ ଥିଲେ। ସେ ଭୂବନେଶ୍ବରରୁ ସାଂସଦ ହୋଇଥିଲେ।