ପିଲାଙ୍କ ମୋଟାପଣ କମାଇବା ପାଇଁ ‘ଏଫ୍ଏସ୍ଏସ୍ଏଆଇ’ ନେଲା ଏକ ବଡ଼ ନିଷ୍ପତ୍ତି!

ପିଲାଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ମାନକ ପ୍ରାଧୀକରଣ (ଏଫଏସଏସଏଆଇ) ନେଇଛି ଏକ ବନ ନିଷ୍ପତ୍ତି। ଏଫଏସଏସଏଆଇ ର ସିଇଓ ମୟଙ୍କ ଅଗ୍ରଓ୍ବାଲ ସ୍କୁଲ ହେଲ୍ଥ କେୟାର ଉପରେ ହୋଇଥିବା ଏକ ସମ୍ମିଳନୀରେ ଜଙ୍କ୍ ଫୁଡ଼ ବିଜ୍ଞାପନ ଉପରେ ରୋକ୍ ଲଗାଇବା ନେଇ ପ୍ରସ୍ତାବ ଉପରେ ବିଚାର କରିଛନ୍ତି। ଜଙ୍କ୍ ଫୁଡ଼୍ ଏବଂ ସଫ୍ଟ ଡ୍ରିଙ୍କ ପିଲାଙ୍କ ମୋଟାପଣକୁ ବଢ଼ାଇବା ସହିତ ନାନା ପ୍ରକାର ରୋଗ ହେଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଏଭଳି ଭାବରେ ଜଙ୍କ୍ ଫୁଡ଼ ସହିତ ବିଭିନ୍ନ ପ୍ରକାର ପାନୀୟ ସେବନ କରିବେ ତେବେ ୨୦୩୦ ବେଳକୁ ପ୍ରତି ୩ଜଣରେ ଜଣେ ମୋଟାପାର ଶିକାର ହେବେ।

ତେବେ ପିଲାଙ୍କୁ ଖାଇବା ପିଇବାକୁ ଦୃଷ୍ଟିରେ ରଖି ଏଫଏସଏସଏଆଇ-୨୦୧୩କୁ ପ୍ରେରିତ କରାଯାଇଥିଲା। ଯେଉଁଥିରେ ପିଲାଙ୍କ ଖାଇବା ପିଇବା ଉପରେ ଧ୍ୟାନ ଦେବା ବାଧ୍ୟତାମୂଳକ। ଏଫଏସଏସଏଆଇ ଅନୁସାରେ ସ୍କୁଲର ୫୦ମିଟର ଭିତରେ ଅପମିଶ୍ରଣ ଖାଦ୍ୟ ପଦାର୍ଥର ବିଜ୍ଞାପନ ଏବଂ ପ୍ରଚାର ଉପରେ ରୋକ ଲଗାଯିବ। ପିଲାଙ୍କ ଖାଦ୍ୟକୁ ଦୃଷ୍ଟିରେ ରଖି ଏଫଏସଏସଏଆଇ ବିଭିନ୍ନ ପ୍ରକାର ଅଭିଯାନ କରୁଛି। ଏହାକୁ ରାଷ୍ଠ୍ରୀୟ ସ୍ତରରେ ନେବାକୁ ଯୋଜନା କରୁଛି ବୋଲି ସୂଚନା ମିଳିଛି।