ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପଳାତକ ନିରବ ମୋଦୀକୁ ପୁଣି ଝଟ୍‌କା; ୧୦ମ ଥର ଜାମିନ ଆବେଦନ ଖାରଜ କଲେ ବ୍ରିଟିସ କୋର୍ଟ

Published By : Soubhagya Ranjan | May 19, 2025 6:35 PM

Image source: NBT

ନୂଆଦିଲ୍ଲୀ,୧୯/୦୫: ଦେଶର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବିରେ) ରେ ଏକ ଅରବ ଡଲାର ଠକେଇ କରି ପଳାୟନ କରିଥିବା ନୀରବ ମୋଦିର ଜାମିନ ଆବେଦନକୁ ୟୁକେ ହାଇକୋର୍ଟ ୧୦ମ ଥର ପାଇଁ ଖାରଜ କରିଦେଇଛନ୍ତି। ନୀରବ ମୋଦିକୁ ୨୦୧୯ ରେ ବ୍ରିଟେନରେ ଅଟକ ରଖାଯାଇଥିଲା। ସେବେଠାରୁ ସେ ଜାମିନ ପାଇବା ପାଇଁ ୧୦ ଥର କୋର୍ଟରେ ଆବେଦନ କରିଛନ୍ତି।

ଇଡି ଏକ ସରକାରୀ ପୋଷ୍ଟରେ ସୂଚନା ଦେଇଛି ଯେ ୟୁକେ ହାଇକୋର୍ଟ ନୀରବ ମୋଦି କରିଥିବା ଆବେଦନର ଶୁଣାଣି କରି ଠକେଇର ମାଷ୍ଟରମାଇଣ୍ଡ ନୀରବ ମୋଦିକୁ ଜାମିନ ଦେବାକୁ ପୁଣି ଥରେ ମନା କରିଦେଇଛନ୍ତି। ଚଳିତ ସପ୍ତାହର ଆରମ୍ଭରେ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ କୋର୍ଟଙ୍କ ନିଷ୍ପତ୍ତିକୁ ନିଶ୍ଚିତ କରି ଏକ ପ୍ରେସ୍ ରିଲିଜ୍ ଜାରି କରିଥିଲା। କୁହାଯାଇଥିଲା ଯେ ନୀରବ ମୋଦିର ଜାମିନ ଆବେଦନକୁ ଲଣ୍ଡନର କିଙ୍ଗସ ବେଞ୍ଚ ଡିଭିଜନ ଖାରଜ କରିଦେଇଛନ୍ତି।

ବ୍ରିଟେନ ଜେଲ୍‌ରେ ଅଛି ପଳାତକ ନିରବ ମୋଦୀ: 

ଏକ ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସେହି ଦସ୍ତାବିଜ ଗୁଡ଼ିକୁ ସଫଳାତାର ସହିତ ରଖିଥିଲା, ଯାହାର ପରିଣାମ ସ୍ବରୁପ ନିରବ ମୋଦୀର ଆବେଦନ ଖାରଜ କରିଦିଆଯାଇଛି। ନୀରବ ମୋଦି ୧୯ ମାର୍ଚ୍ଚ ୨୦୧୯ ଠାରୁ ୟୁକେ ଜେଲରେ ଅଛି। ନୀରବ ମୋଦି ଜଣେ ପଳାତକ ଅର୍ଥନୈତିକ ଅପରାଧୀ, ଯିଏକି ଭାରତରେ ୬,୪୯୮.୨୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ କରି ଦେଶରୁ ପଳାୟନ କରିଛି।

ନିରବ ଏବଂ ଚୋକସୀ ବିରୁଦ୍ଧରେ ରୁଜୁ ହୋଇଛି ଅନେକ ମାମଲା: 

ମୋଦିକୁ ମାର୍ଚ୍ଚ ୨୦୧୯ରେ ବ୍ରିଟିଶ କର୍ତ୍ତୃପକ୍ଷ ଗିରଫ କରିଥିଲେ। ତାର ଭାରତ ପ୍ରତ୍ୟର୍ପଣକୁ ୟୁକେ ହାଇକୋର୍ଟ ପୂର୍ବରୁ ଅନୁମୋଦନ କରିସାରିଛି। ଇଡି ୨୦୧୮ ରେ ନିରବ ମୋଦି ଏବଂ ତାର କାକା ମେହୁଲ ଚୋକସି ବିରୋଧରେ ପିଏମ୍‌ଏଲ୍‌ଏ ମାମଲା ରୁଜୁ କରିଥିଲା ଏବଂ ତଦନ୍ତ ସମୟରେ ଅନେକ ସମ୍ପତ୍ତି ଜବତ କରାଯାଇଥିଲା। ନିରବ ଡିସେମ୍ବର ୨୦୨୨ ରେ ୟୁକେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିବା ସମେତ ପ୍ରତ୍ୟର୍ପଣକୁ ବନ୍ଦ କରିବାର ପ୍ରୟାସ କରିଥିଲେ ମଧ୍ୟ ଏହା ବାରମ୍ବାର ବିଫଳ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.