ପ୍ରମୂଖ ଖବର
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ଦୁଃଖଭରା ବିଦାୟ, ଆଜି ପୈତୃକ ଗାଁ ବାୟାବରରେ ହେବ ଶେଷକୃତ୍ୟ
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଶୁକ୍ର ଓ ଗୁରୁଙ୍କ ସଂଯୋଗରେ ସୃଷ୍ଟି ହେବ ଗଜଲକ୍ଷ୍ମୀ ରାଜଯୋଗ, ଚମକିବ ଏହି ୫ ରାଶିଙ୍କ ଭାଗ୍ୟ...

Published By : Harapriya Sethi | August 4, 2025 6:43 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଓ ଗୁରୁ ଏକାଠି ହେବା ଦ୍ୱାରା ଅତ୍ୟନ୍ତ ଶୁଭ ଓ ରାଜଯୋଗ ସୃଷ୍ଟି ହୋଇଥାଏ । ଏହାର ବିଶେଷ ମହତ୍ତ୍ୱ ମଧ୍ୟ ରହିଛି । ଶୁକ୍ର-ଗୁରୁ ଏକାଠି ହେବା ଦ୍ୱାରା ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହୋଇଥାଏ । ଏହି ବିଶେଷ ଯୋଗ ହେବା ପରେ ବ୍ୟକ୍ତିଙ୍କ ଜୀବନରେ ଧନ, ବୈଭବ, ପ୍ରେମ ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

ଗଣନାନୁସାରେ ୧୨ ଅଗଷ୍ଟ ୨୦୨୫ରେ ଧନ ଓ ଐଶ୍ୱର୍ଯ୍ୟର କାରକ ଶୁକ୍ର ଓ ସମୃଦ୍ଧିର କାରକ ଗୁରୁ ଏକାଠି ହେବେ । ଏହି ୨ ଗ୍ରହ ଏକାଠି ହେବା ପରେ ଗଜଲକ୍ଷ୍ମୀ ଯୋଗ ସୃଷ୍ଟି ହେବ । ଯାହା ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ଦେବା ସହ ଭାଗ୍ୟ ସୁନାଭଳି ଚମକିବ..

ମେଷ- ଏହି ରାଶିଙ୍କୁ ଆର୍ଥିକ କ୍ଷେତ୍ରରେ ଓ ଚାକିରିରେ ଜବରଦସ୍ତ ଲାଭ ମିଳିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଯେଉଁଥିରେ ହାତ ଦେବେ ସଫଳତା ପାଇବେ । ପରିବାରରେ ହସଖୁସିର ବାତାବରଣ ରହିବ । ବନ୍ଧୁଙ୍କ ସହାୟତା ମିଳିବ ।

ବୃଷ- ଏହି ରାଶିଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ । ଆମଦାନୀରେ ଆଶା ଅନୁଯାୟୀ ବୃଦ୍ଧି ହେବ । ଧନ ସ୍ଥିତି ପୂର୍ବ ଅପେକ୍ଷା ଉତ୍ତମ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ପରିବାରରେ ଖୁସିର ବାତାବରଣ ରହିବ । କର୍ମକ୍ଷେତ୍ରରେ ଉନ୍ନତି ସହ ସଫଳତା ହାସଲ କରିବେ ।

ମିଥୁନ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ସହ ପ୍ରେମରେ ସଫଳତା ମିଳିବ । ସକରାତ୍ମକ ଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହ ବ୍ୟବସାୟରେ ଆର୍ଥିକ ଲାଭ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ ।

ତୁଳା- ଅନେକ ସଫଳତା ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ସଫଳତା ସହ ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବଡ ଲାଭ ମିଳିବ । ନୂଆ ନୂଆ ସୁଯୋଗ ମଧ୍ୟ ମିଳିବ ।

କୁମ୍ଭ- ରାଜଯୋଗ ଫଳରେ ଏହି ରାଶିଙ୍କର ଅନେକ ଦିନର ସମସ୍ୟା ଦୂର ହେବ । ଆର୍ଥିକ ସ୍ଥିତି ଉତ୍ତମ ରହିବ । ସଞ୍ଚୟ ବଢିବ । ଧନ ଲାଭର ନୂଆ ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସନ୍ତାନ ସହ ହସଖୁସିରେ ସମୟ ବିତିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.