ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

‘ମନ୍ଦିର ଶୈଳୀରେ ରତ୍ନଭଣ୍ଡାର ମରାମତି; ନୀଳଦ୍ରି ବିଜେ ସୁଦ୍ଧା ସରିବ ସମସ୍ତ କାର୍ଯ୍ୟ’

Published By : Manash Sahoo | July 3, 2025 1:53 PM

ପୁରୀ: ମହାପ୍ରଭୁଙ୍କ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ । ଆସନ୍ତା ନୀଳାଦ୍ରି ବିଜେ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ । ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଯାଞ୍ଚ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ । ସେ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି । ମରାମତି କାର୍ଯ୍ୟ ପରେ ଅତି ସୁନ୍ଦର ଦିଶୁଛି । ମନ୍ଦିର ନିର୍ମାଣ ଶୈଳୀରେ ସମସ୍ତ ମରାମତି କାର୍ଯ୍ୟ ହୋଇଛି । ଏଥିରେ ପ୍ରାୟ ୬ଶହ ନୂଆ ପଥର ଲାଗିଛି । ଅନ୍ୟପଟେ ଶ୍ରୀଜିଉ ରତ୍ନ ସିଂହାସନକୁ ଆସିଲା ପରେ ଗଣତି-ମଣତି ହେବ । ରାଜ୍ୟ ସରକାରଙ୍କ ପରାମର୍ଶରେ ଆତିଶୀଘ୍ର କାମ ଆରମ୍ଭ ହେବା ବୋଲି ଗଜପତି ମହାରାଜ କହିଛନ୍ତି ।

ସୂଚନା ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ-ଭଉଣୀଙ୍କ ସହିତ ନବଦିନାତ୍ମକ ଯାତ୍ରା ଅଛନ୍ତି । ଏହି ସମୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ଅନୁଧ୍ଯାନ କରିଛନ୍ତି । ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟୟରେ ପହଞ୍ଚିଛି । ଏହାକୁ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଛି । ଏଥିରେ ୬ ଶହରୁ ଅଧିକ ପଥର ବଦଳା ଯାଇ ସମସ୍ତ ବିମକୁ ମଜଭୁତ କରଯାଇଛି । ଭଣ୍ଡାରର ବାହାର ଓ ଭିତର ଅଂଶରେ ରସାୟନିକ ପ୍ରଲେପ ଦିଆଯାଇ ସଂରକ୍ଷିତ କରାଯାଉଛି । 

ଏଥିସହ ରତ୍ନଭଣ୍ଡାର କାର୍ଯ୍ୟରେ ୮୦ରୁ ଅଧିକ କୁଶଳୀ କାରିଗର ପର୍ଯ୍ୟାୟ କ୍ରମେ ନିର୍ମାଣ କାର୍ଯ୍ୟ କରୁଛନ୍ତି । ଶ୍ରୀମନ୍ଦିରର ସମସ୍ତ ରୂପ ଦ୍ୱାରକୁ ପରିସ୍କାର କରାଯାଇଥିବା ବେଳେ ବାକି ଦ୍ୱାରକୁ ବର୍ମାଟିକ କାଠରେ ତିଆରି ନୂଆ କବାଟ ଲଗାଯିବ । ଗର୍ଭଗୃହର କାଠ ନିର୍ମିତ କନକ ମୁଣ୍ଡିକୁ ବଦଳାଯାଇ ସ୍ଟେନଲେସ ଷ୍ଟିଲ୍ କନକ ମୁଣ୍ଡି ଲଗାଯାଉଅଛି । ସେପଟେ ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗଜପତି ନିଜେ ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି । ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି । ବାହାର ରତ୍ନଭଣ୍ଡାର କାମ ଦିନେ ଦୁଇ ଦିନ ଭିତରେ ଶେଷ ହେବ । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.