ବେଙ୍ଗାଲୁରୁରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ବାଇକ୍ ଟ୍ୟାକ୍ସିର ଚାଳକ ଭିଆଇଥିଲା କାଣ୍ଡ

ବେଙ୍ଗାଲୁରୁ ୨୯/୧୧: ଆଇଟି ହବ୍ କୁହାଯାଉଥିବା କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ପିଡିତା କେରଳରେ ରୁହନ୍ତି । ସେ ଏକ ବାଇକ୍ ଟ୍ୟାକ୍ସି ସର୍ଭିସ ବ୍ୟବହାର କରିଥିଲେ । କିନ୍ତୁ ବାଇକ ରାଇଡର ତାଙ୍କୁ ଅନ୍ୟ ଏକ ଶୁନଶାନ୍ ସ୍ଥାନକୁ ନେଇଗଲା । ସେଠାରେ ବାଇକ ଚାଳକଙ୍କ ସାଙ୍ଗ ମଧ୍ୟ ଥିଲା । ଉଭୟ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ ।
ବେଙ୍ଗାଲୁରୁରେ ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା । ଜଣେ ନର୍ସଙ୍କୁ ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସମସ୍ତେ ଟ୍ରେନିଂ ପାଇଁ ବେଙ୍ଗାଲୁରୁ ଆସିଥିଲେ । ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨୨ ବର୍ଷୀୟ ରଜତ ପିଡିତାଙ୍କୁ ଏକ ଡେଟିଂ ଆପ ଜରିଆରେ ସମ୍ପର୍କ କରିଥିଲା । ଯୁବତୀ ଜଣକ ପୋଲିସକୁ ଜଣାଇଥିଲେ କି ଅଭିଯୁକ୍ତ ତାଙ୍କୁ ହୋଟେଲ ରୁମକୁ ଭେଟ କରିବା ପାଇଁ ଡକାଇଥିଲେ । ଯେତେବେଳେ ସେ ତାକୁ ଭେଟ କରିବା ପାଇଁ ଯାଇଥିଲେ ସେତେବେଳେ ସେଠି ତାର ଅନ୍ୟ ସାଙ୍ଗମାନେ ଥିଲେ । ସମସ୍ତେ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ଯୁବତୀ ।