PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ମାଣ୍ଡୋଲି ଜେଲକୁ ସ୍ଥାନାନ୍ତର ହେଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ତିହାରରେ ଗ୍ୟାଙ୍ଗ ଓ୍ବାର୍‌ ପରେ କଡା ପଦକ୍ଷେପ

ନୂଆଦିଲ୍ଲୀ୨୫/ ୦୫: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଗୁରୁବାର ସକାଳୁ ଅହମଦାବାଦର ସାବରମତି ସେଣ୍ଟ୍ରାଲ ଜେଲରୁ ଦିଲ୍ଲୀ ଜେଲକୁ ସ୍ଥାନାନ୍ତର କରାଯାଇଛି । ଗୁଜରାଟ ପୋଲିସର ସ୍ବତନ୍ତ୍ର ଟିମ୍‌ ଲରେନ୍ସ ବିଷ୍ଣୋଇକୁ କଡା ସୁରକ୍ଷା ବଳୟ ମଧ୍ୟରେ ଦିଲ୍ଲୀ ଆଣିଛନ୍ତି । ସୀମା ପାର୍ ଡ୍ରଗ୍ସ ସ୍ମଗଲିଂ ମାମଲାରେ ଗୁଜରାଟର ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌ (ATS) ଟିମ୍‌ ଗତ ଏପ୍ରିଲ ମାସରେ ଲରେନ୍ସ ବିଷ୍ଣୋଇକୁ ଦିଲ୍ଲୀରୁ ଅହମଦାବାଦ ଆଣିଥିଲେ ।

ଡ୍ରଗ୍ସ ମାମଲାରେ ଲରେନ୍ସ ବିଷ୍ଣୋଇକୁ ୧୪ ଦିନିଆ ହେପାଜତକୁ ନେବା ପାଇଁ, ଗତ ଏପ୍ରିଲ ମାସରେ ଗୁଜରାଟ ଏଟିଏସ୍‌କୁ ଅନୁମତି ଦେଇଥିଲେ କଚ୍ଚ ମାଜିଷ୍ଟ୍ରେଟ୍‌ କୋର୍ଟ । ୧୪ ଦିନିଆ ରିମାଣ୍ଡ ଶେଷ ହେବା ପରେ ତାକୁ ଗୁଜରାଟର ସାବରମତି ଜେଲରେ ରଖାଯାଇଥିଲା । ଗୁରୁବାର ସକାଳୁ ପୁଣି ତାକୁ ଦିଲ୍ଲୀ ଅଣାଯାଇଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଉରେନ୍ସ ବିଷ୍ଣୋଇ । ତା’କୁ ଗତ ବର୍ଷ ଗିରଫ କରିଥିଲା ପଞ୍ଜାବ ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ସୁରକ୍ଷା ଦୃଷ୍ଟିରୁ ମାଣ୍ଡୋଲୀ ଜେଲକୁ ନିଆଯାଇଛି । ତାକୁ ସେଲ୍‌ ନମ୍ବର ୧୫ରେ ହାଇ ସିକ୍ୟୁରିଟି କ୍ୟାମେରା ଓ କଡା ସୁରକ୍ଷା ମଧ୍ୟରେ ରଖାଯାଇଥିଲା ସୂଚନା ମିଳିଛି । ତିହାର ଜେଲରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିୟାକୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ଲରେନ୍ସ ବିଷ୍ଣୋଇକୁ ପୁଣି ସେହି ଜେଲକୁ ନିଆଯାଇ ନାହିଁ । ଜେଲ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ମାଣ୍ଡୋଲୀ ଜେଲକୁ ନିଆଯାଇଛି ।

ସୂଚନା ଯେ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାଁ ରେ ୧୨ରୁ ଉର୍ଦ୍ଧ୍ବ ମାମଲା ରହିଛି । ଏକାଧିକ ହତ୍ୟାରେ ସଂପୃକ୍ତି, ଲୁଟ୍ ଓ ଦାଦା ବଟି ଆଦାୟ ଭଳି ମାମଲାରେ ସଂପୃକ୍ତ ରହିଥିଲା ଲରେନ୍ସ । ଗତ ବର୍ଷ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାରେ ମାଷ୍ଟର ମାଇଣ୍ଡ ଥିଲା ଲରେନ୍ସ ବିଷ୍ଣୋଇ ।