ନୂଆଦିଲ୍ଲୀ ୦୮/ ୦୬: ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ପ୍ରଥମ ଦିନରେ ଆଧିପତ୍ୟ ବିସ୍ତାର କରିଥିଲା ଅଷ୍ଟ୍ରେଲିଆ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କଙ୍ଗାରୁ ଟିମ୍, ଷ୍ଟିଭ୍ ସ୍ମିଥ ଓ ଟ୍ରେଭିସ୍ ହେଡଙ୍କ ଦମଦାର ଇନିଂସ ବଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ଓ୍ବିକେଟ ହରାଇ ସଂଗ୍ରହ କରିଛି ୩୨୭ ରନ । ଯାହାକି ଭାରତ ପାଇଁ ଚାପ ସୃଷ୍ଟି କରିଛି ।

ଫାଇନାଲ ମ୍ୟାଚ୍ରେ ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ବିଶ୍ବର ନମ୍ବର ଓ୍ବାନ୍ ଟେଷ୍ଟ ବୋଲର ରବିଚନ୍ଦ୍ରନ ଅଶ୍ବିନଙ୍କୁ ପ୍ଲେଇଂ ଇଲେଭେନରେ ବାଦ୍ ଦେଇଥିଲା ଭାରତୀୟ ଦଳ । ଓଭାଲ ପିଚ୍ ସ୍ଥିତିକୁ ନଜରରେ ରଖି ତାଙ୍କୁ ବାଦ୍ ଦିଆଯାଇଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟର ତଥା ପ୍ରଶଂସକ ।
ବାର୍ସେଲୋନାକୁ ମେସିଙ୍କ ନା, ଆମରିକୀୟ କ୍ଲବ୍ ଇଣ୍ଟର ମିଆମିରେ ହେବେ ସାମିଲ
WTC ଫାଇନାଲ Day-1: ଟ୍ରେଭିସ୍ ହେଡ୍ଙ୍କ ଅପରାଜିତ ଶତକ, ମଜବୁତ ସ୍ଥିତିରେ ଅଷ୍ଟ୍ରେଲିଆ
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି କହିଛନ୍ତି, ଅଧିନାୟକ ରୋହିତ ଶର୍ମା ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ସ୍ପିନରଙ୍କୁ ବାଦ୍ ଦେବା ନିହାତି ଭାବେ ଆଶ୍ଚର୍ଯ୍ୟକର ତଥା ଅସମ୍ଭବ କଥା । ଟସ୍ ପକାଇବା ପୂର୍ବରୁ ନିଷ୍ପତ୍ତି ନେବା କଥା ଆଉ ରୋହିତ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ଖେଳିବାକୁ ପୂର୍ବରୁ ମନସ୍ଥ କରିସାରିଥିଲେ । ଅବଶ୍ୟ ଗତ କିଛି ବର୍ଷ ହେଲା ୪ ଜଣ ପେସର୍ଙ୍କୁ ନେଇ ଦଳ ଭଲ ପ୍ରଦର୍ଶନ କରିଛି । ମ୍ୟାଚ୍ ବି ଜିତିଛି । ଅଧିନାୟକ ଭାବେ ମୋ ଚିନ୍ତାଧାରା ଭିନ୍ନ ଏବଂ ରୋହିତଙ୍କ ଚିନ୍ତାଧାର ମଧ୍ୟ ଭିନ୍ନ ହୋଇପାରେ । କିନ୍ତୁ ଅଶ୍ବିନଙ୍କ ଭଳି କ୍ବାଲିଟି ସ୍ପିନରଙ୍କୁ ପ୍ଲେଇଂ ଇଲେଭେନରୁ ବାଦ୍ ଦେବା ଉଚିତ ନଥିଲା'।
{"id":584420,"width":824,"height":1312,"sizeSlug":"full","linkDestination":"none"}
କ୍ରିକେଟ୍ ଲିଜେଣ୍ଡ ସୁନିଲ ଗାଭାସ୍କର ମଧ୍ୟ ରୋହିତ ଶର୍ମାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ରବିଚନ୍ଦ୍ରନ ଅଶ୍ବିନଙ୍କୁ ନଖେଳାଇ ଭାରତୀୟ ଦଳ ଭୁଲ ନିଷ୍ପତ୍ତି ନେଇଥିଲା ଏବଂ ଟ୍ରିକ୍ ମିସ୍ କରିଥିଲା । ସେ ବିଶ୍ବର ନଂ୧ ଟେଷ୍ଟ ବୋଲର । କିନ୍ତୁ ପିଚ୍ କଣ୍ଡିସନ ପାଇଁ ତାଙ୍କୁ ବାଦ୍ ଦିଆଯାଇ ପାରିବ ନାହିଁ । ଏଭଳି ନିଷ୍ପତ୍ତି ମୋ ବୁଝିବା ଠାରୁ ମଧ୍ୟ ବାହାରେ । ଉମେଶ ଯାଦବଙ୍କ ସ୍ଥାନରେ ଅଶ୍ବିନଙ୍କୁ ଖେଳାଇବାର ଥିଲା । କିନ୍ତୁ ପିଚ୍ ସ୍ଥିତିକୁ ନେଇ ତାଙ୍କୁ ବାଦ୍ ଦେବା ଦଳ ପାଇଁ ଠିକ୍ ନିଷ୍ପତ୍ତି ନଥିଲା'।
You May Read:
wp:embed {"url":"https://www.prameya.com/sradha-walker-case-repeated-in-mumbais-meera-road-accused-arrested/","type":"wp-embed","providerNameSlug":"prameya"}