PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆମ୍ବୁଲାନ୍ସରେ ରୋଗୀ ନୁହେଁ, ହେଉଥିଲା ଗଞ୍ଜେଇ ଚାଲାଣ; ୪ ଯୁବକ ଗିରଫ

ଜୟପୁର,୧୫ା୭(ବ୍ୟୁରୋ): ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ୨୫ । ଏକ ଆମ୍ବୁଲାନ୍ସ ସାଇରନ ବଜାଇ ଦ୍ରୁତ ଗତିରେ ଆସୁଥିଲା । ସନ୍ଦେହ ହେବାରୁ ପୁଲିସ ଏହାକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଏଥିରେ ରୋଗୀ ବଦଳରେ ଗଞ୍ଜେଇ ମିଳିଥିଲା । ପୁଲିସ ତୁରନ୍ତ ଗାଡି ଓ ଗଞ୍ଜେଇକୁ ଜବତ କରି ଏଥିରେ ବସିଥିବା ୪ ଜଣ ଯୁବକଙ୍କୁ ଗିରଫ କରିଥିଲା । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଓଜନ ବେଳେ ଗଞ୍ଜେଇ ପରିମାଣ ୪କୁଇଣ୍ଟାଲ୍‌୬୯ କେଜି ଜଣାପଡିଥିଲା । ଘଟଣା ଘଟିଛି ସ୍ଥାନୀୟ ପାତ୍ରପୁଟ ଅଞ୍ଚଳରେ । ଗିରଫ ଅଭିଯୁକ୍ତ ହେଲେ କଳାହାଣ୍ଡିର ରୋହିତେଶ୍ୱର, ଜୟପୁରର ରମାକାନ୍ତ, ଉତ୍ତରପ୍ରଦେଶର ଅଭିଷେକ ଓ ମୟଙ୍କ ମିଶ୍ରା । ଏମାନେ ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଆଣି ଉତ୍ତରପ୍ରଦେଶକୁ ଚାଲାଣ କରୁଥିବା ଓ ସମ୍ପୃକ୍ତ ଆମ୍ବୁଲାନ୍ସର କୌଣସି ନମ୍ବର ନଥିବା ପୁଲିସ ସୂଚନା ଦେଇଛି । ଏହାକୁ ମିଶାଇ ପୁଲିସ ୩ଟି ଗଞ୍ଜେଇ ଚାଲାଣ ମାମଲାରେ ଭିନ୍ନ ଭିନ୍ନ ସ୍ଥାନରୁ ମୋଟ ୬୬୦ କେଜି ଗଞ୍ଜେଇ ଜବତ କରାଯାଇଛି । ସମସ୍ତ ମାମଲାରେ ମୋଟ ୧୦ଜଣଙ୍କୁ ଗିରଫ୍‌ କରାଯାଇଛି । ସ୍ଥାନୀୟ ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସାଗରିକା ନାଥ ଏହି ସୂଚନା ଦେଇଛନ୍ତି ।

ଦ୍ୱିତୀୟ ଘଟଣା ରବିବାର ଅପରାହ୍ଣରେ ବୈପାରିଗୁଡା ଥାନା ଅଞ୍ଚଳରେ ଘଟିଛି । ଏଠାରେ ଗଞ୍ଜେଇ ଚାଲାଣ ନେଇ ପୁଲିସ୍‌କୁ ଖବର ମିଳିଥିଲା । ସ୍ଥାନୀୟ କୋଟା ଛକ ନିକଟ ଘାଟିରେ ଏଥିପାଇଁ ପୁଲିସ୍‌ ଜଗି ରହିଥିଲା । ଏହି ସମୟରେ ଗୋଟିଏ ବାଇକ୍‌ (ଓଡି୧୦ଏଫ୍‌- ୧୬୮୨)ରେ ଦୁଇ ଜଣ ବ୍ୟକ୍ତି ଜୟପୁର ଆଡକୁ ଦ୍ରୁତ ବେଗରେ ଯାଉଥିଲେ । ସନ୍ଦେହ ହେବାକୁ ପୁଲିସ ବାଇକକୁ ଅଟକାଇଥିଲା । ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ଧରିଥିବା ବ୍ୟାଗ ଯାଞ୍ଚ କରିଥିଲା । ଏହି ବ୍ୟାଗରୁ ଗଞ୍ଜେଇ ମିଳିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ ବେଳେ ଏହାର ପରିମାଣ ୨୩ କେଜି ହୋଇଥିଲା । ପୁଲିସ ଏହି ମାମଲାରେ ଉଭୟଙ୍କୁ ଗିରଫ କରିବା ସହ ଗଞ୍ଜେଇ ଓ ବାଇକ ଜବତ କରିଥିଲା । ଗିରଫ ଦ୍ୱୟ ହେଲେ କଳାହାଣ୍ଡିର ଦାମୋଦରଓ ପଟେଲ ନାୟକ (୪୫) ।

ତୃତୀୟ ମାମଲାରେ ସୋମବାର ଭୋର ସମୟରେ ଟାଉନ ପୁଲିସ ଏକ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଆଗୁଆ ସୂଚନା ପାଇଁ ପୁଲିସ ରାଞ୍ଜି-ବିଜୟୱାଡା ୩୨୬ ନମ୍ବର ଜାତୀୟ ରାଜପଥର ହାତୀଶାଳ ନିକଟରେ ଜଗିଥିଲା । ଭୋର ପ୍ରାୟ ୩ ଟା ୩୫ ରେ ଗୋଟିଏ ବୋଲେରୋ (ସିଜି-୧୦ଏଫ୍‌ ୩୩୧୦)କୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଏଥିରୁ ୧୬୮ କେଜି ଗଞ୍ଜେଇ ମିଳିଥିଲା । ଏଥିରେ ବସିଥିବା ୪ ଜଣ ଯୁବକଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ କଳାହାଣ୍ଡିର ସନ୍ତୋଷ ନାୟକ ଓ ମାର୍କଣ୍ଡ ନାୟକ ଥିବାବେଳେ ଅନ୍ୟ ୨ ଜଣ ଦିଲ୍ଲୀର ମହମ୍ମଦ ଇର୍ଶାଦ୍‌ ଓ ମହମ୍ମଦ ରାଜଭୀର ବୋଲି ପୁଲିସ କହିଛି । ତିନୋଟି ଯାକ ମାମଲାରେ ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ ବୋଲେରୋ ଓ ଗୋଟିଏ ବାଇକ ଜବତ କରାଯାଇଥିବା ସେ କହିଛନ୍ତି । ଏହି ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସାଗରିକା ନାଥ କହିଛନ୍ତି ।