ବେଆଇନ ଚାଲାଣ ବେଳେ ୩୩୦ କେ.ଜି ଗଞ୍ଜେଇ ଜବତ, ୭ ଗିରଫ

ଜୟପୁର, ୨୪/୦୧ : ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ। ହରିଆଣା ଚାଲାଣ ବେଳେ ୩୩୦ କେ.ଜି ଗଞ୍ଜେଇ ଜବତ କରିଛି ଜୟପୁର ସଦର ପୋଲିସ। ଏହି କାରବାରରେ ସମ୍ପୃକ୍ତ ଥିବା ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ରାଜ୍ୟ ବାହାରର ୪ ମାଫିଆ ସାମିଲ ଅଛନ୍ତି।

ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର୍ ଏବଂ ଗୋଟିଏ ଭ୍ୟାନ୍ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ଈଶ୍ଵର ତାଣ୍ଡି କହିଛନ୍ତି। ଏହି କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ଼ କରୁଛି ପୋଲିସ।