PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଜୁନାଗଡ଼ଠାରେ ଅବକାରୀ ବିଭାଗ ତରଫରୁ ଏକ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଜୁନାଗଡ଼ ୨୭/୩: ଆଜି ଜୁନାଗଡ଼ ଅବକାରୀ ବିଭାଗ ତରଫରୁ ସବ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କ ନେତୃତ୍ୱରେ ଜୁନାଗଡ଼ ଜାତୀୟ ରାଜପଥଠାରେ ମୋଟରସାଇକେଲକୁ ଅଟକାଇବା ସହ ଏହାର ତନଖି କରାଯାଇଥିଲା l ଏହି ହିରୋହୋଣ୍ଡା ସିଡି ଡୀଲକ୍ସ ମୋଟର ସାଇକେଲରୁ ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି l ଘଟଣାସ୍ଥଳରୁ ଉକ୍ତ ମୋଟରସାଇକେଲକୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ NDPS ଆକ୍ଟ ଅନୁଯାଇ ଗିରଫ କରାଯାଇ ଧର୍ମଗଡ଼ କୋର୍ଟକୁ ଚାଲାଣ କରାଯାଇଛି I ଅଭିଯୁକ୍ତ ଦ୍ବୟ ହେଲେ ଜୁନାଗଡ଼ ସମିଆ ବନ୍ଧ ପଡାର ବେଣୁ ଲହଜଳ (40)ଓ ଜୟପାଟଣା ଥାନା ଅନ୍ତର୍ଗତ ବାଣ୍ଡି ଗାଁର ସୁମନ୍ତ ଗୌଡ଼ I ଏହି ଅବକାରୀ ଚଢ଼ାଉରେ ଜୁନାଗଡ଼ ଅବକାରୀ ବିଭାଗର ସବ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ, କନେଷ୍ଟବଳ ଅସିତ ଖମାରି, କିଶନ ଗୌଡ଼, କର୍ଣ୍ଣ ବାଗ, ରାଜକୁମାରୀ ଶବର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।