ଭୁବନେଶ୍ଵର,୦୩/୦୨ : ଗରୁଡ଼ ପୁରାଣରେ ଜନ୍ମ-ମୃତ୍ୟୁର ଗୁଢ ରହସ୍ୟ। ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ କହିଛନ୍ତି ଯେ, ଜୀବନରେ କରିଥିବା କର୍ମ ଏବଂ ପାପ ପାଇଁ ଆତ୍ମର ଯାତ୍ରା ଏବଂ ଜନ୍ମ-ମୃତ୍ୟୁ ଚକ୍ରରେ ଗଭୀର ପ୍ରଭାବ ପକାଏ। ଗରୁଡ଼ ପୁରାଣରେ ଏଭଳି କିଛି ପାପ ବିଷୟରେ ଉଲ୍ଲେଖ ରହିଛି। ଯାହା ଦ୍ଵାରା ମନୁଷ୍ୟର ଆୟୁ କ୍ଷୟ ହେବା ସହ ଅକାଳ ମୃତ୍ୟୁର କାରଣ ସାଜିଥାଏ। ଏହି ପାପ ଆତ୍ମାକୁ ନର୍କ ମାର୍ଗରେ ନେଇଯିବ। ତେବେ ଜାଣନ୍ତୁ ଏହି ୫ଟି ବଡ଼ ପାପ କ'ଣ ?

୧-ବ୍ରାହ୍ମଣଙ୍କୁ ଅପମାନ ଏବଂ ହିଂସା କରିବା ପାପ। ଜ୍ଞାନ ଏବଂ ସଂସ୍କାରର ଆଦର କରିବା ନିହାତି ଜରୁରୀ। ତେଣୁ ବ୍ରାହ୍ମଣ କିମ୍ଵା ବିଦ୍ଵାନଙ୍କ ଅପମାନ କଲେ ସାମାଜିକ ଅନୁଶାସନ ଭାଙ୍ଗିବ। ମନୁଷ୍ୟର ଆତ୍ମା ଉପରେ ବୀପରିତ ପ୍ରଭାବ ପଡ଼ିବ।

୨-ମାତା-ପିତା ଓ ଗୁରୁ ଦେବତାଙ୍କ ତିରସ୍କାର କରିବା ମହାପାପ। ଜୀବନରେ ଯେତିକି ସମ୍ମାନ ଓ କୃତଜ୍ଞତା ଆମେ ଆମ ମାତା-ପିତା ଓ ଗୁରୁଙ୍କ କରିବା ସେତିକି ସୁଖ-ସମୃଦ୍ଧି ବଢିଯିବ।

୩-ପର ସ୍ତ୍ରୀ ସହ ବ୍ୟଭିଚାର କରିବା ମହାପାପ। ଏହା ଦ୍ଵାରା ଆୟୁଷ ହାନୀ ହୁଏ।

୪- ମିଥ୍ୟା କହିବା ଏବଂ ଚୋରି କରିବା ମଧ୍ୟ ପାପ। ଏହି କର୍ମ କରିବା ଦ୍ଵାରା ଆତ୍ମା ନର୍କ ମାର୍ଗକୁ ଯାଏ।

୫-ଜୀବ ହତ୍ୟା ଏବଂ ମାଂସାହାର କରିବା ମହାପାପ। ଏହା ମନୁଷ୍ୟକୁ ଆତ୍ମିକ ଅନ୍ଧକାରରେ ବୁଡ଼ାଇଦିଏ। ଏହି କର୍ମ କେବଳ ସମାଜ ପାଇଁ ନୁହେଁ ବରଂ ନିଜ ଆତ୍ମା ପାଇଁ ମଧ୍ୟ କ୍ଷତିକାରକ।

ଗରୁଡ଼ ପୁରାଣରେ ଏହାର ଉପାୟ ମଧ୍ୟ କୁହାଯାଇଛି। ନିୟମିତ ଭଗବାନ ବିଷ୍ଣୁଙ୍କ ପୂଜା କଲେ, ଗଙ୍ଗା ସ୍ନାନ କଲେ, ଦାନ କଲେ, ମାତା-ପିତାଙ୍କ ଆଦର କଲେ, ସେମାନଙ୍କ ଆଜ୍ଞା ପାଳନ କଲେ ପାପର ପ୍ରଭାବ କମିଯିବ। ଏହା ସହ ସତ୍ୟ କହିଲେ, ଅହିଂସା ପାଳନ କଲେ, ଶୁଦ୍ଧ ଆହାର କଲେ ଆତ୍ମା ପବିତ୍ର ରହିବ।

ଏହି ଖବରଟିକୁ ପଢନ୍ତୁ- ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ ଆୟଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ