ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗ୍ୟାସ୍ ଟାଙ୍କି ଫାଟି ଅଘଟଣ; ଘରର ଆସବାପତ୍ର ପୋଡ଼ି ପାଉଁଶ, ଅଳ୍ପକେ ବର୍ତ୍ତିଲେ ପରିବାର

Published By : Swapna Ray | March 10, 2025 11:50 AM

ଭୁବନେଶ୍ୱର, ୧୦।୩: ଗ୍ୟାସ୍ ଟାଙ୍କି ଫାଟି ଅଘଟଣ । ରୋଷେଇ ଘର ଜଳିଯିବା ସହ ଆସବାପତ୍ର ଜଳିପଡ଼ି ନଷ୍ଟ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉଦୟପୁର ଗ୍ରାମର ପାତ୍ର ସାହିରେ ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଗ୍ରାମର ରାମଚନ୍ଦ୍ର ପାତ୍ରଙ୍କ ପରିବାର ଲୋକେ ଶୋଇଥିବା ସମୟରେ ଭୋର ୩ଟା ବେଳେ କୌଣସି କାରଣରୁ ଗ୍ୟାସ ଟାଙ୍କି ଫାଟି ରୋଷେଇ ଘର ଜଳିଯାଇଥିଲା । 

ଏଥିସହ ନିଆଁ ଲାଗି ଘରର ଆସବାବପତ୍ର ଜଳିପୋଡ଼ି ନଷ୍ଟ ହୋଇଯାଇଛି । ବଡ଼ ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଘର ପୋଡ଼ି ଯାଉଥିବାର ଦେଖି ପରିବାର ଲୋକ ଘରୁ ଦୌଡ଼ି ପଳାଇଥିଲେ । ପରେ ଗ୍ରାମବାସୀଙ୍କୁ ନିଆଁକୁ ଆୟତ୍ତ କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ୟାସ୍ ଟାଙ୍କି ଫାଟିବାର କାରଣ ଅସ୍ପଷ୍ଟ ରହିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.