ନୂଆଦିଲ୍ଲୀ,୧୩।୧୦: ସ୍ୱେଚ୍ଛାସେବୀ ତଥା ଜଣାଶୁଣା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏବେ ଏହି ଘଟଣାର ଦୁଇ ଅଭିଯୁକ୍ତଙ୍କୁ ମିଳିଛି ଜାମିନ୍। ଅକ୍ଟୋବର ୯ରେ ସ୍ପେଶାଲ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଜାମିନ ଦେଇଥିଲେ। ଜାମିନ ପାଇ ଜେଲରୁ ବାହାରିବା ପରେ ଅଭିଯୁକ୍ତଙ୍କୁ ହିନ୍ଦୁ ସଂଗଠନ ପକ୍ଷରୁ କରାଯାଇଛି ଭବ୍ୟ ସ୍ୱାଗତ। ସେମାନଙ୍କୁ ଫୁଲ ମାଳ ଦିଆଯିବା ସହ ଗେରୁଆ ରଙ୍ଗର ଶାଲ୍ ପିନ୍ଧା ଯାଇଥିଲା। ଏହାପରେ ସେମାନଙ୍କ ସପକ୍ଷରେ ନାରାବାଜୀ କରାଯାଇଥିଲେ। ସ୍ୱାଗତ ସମ୍ୱର୍ଦ୍ଧନା ପରେ ଉଭୟଙ୍କୁ ଛତ୍ରପତି ଶିବାଜୀଙ୍କ ଷ୍ଟାଚ୍ୟୁ ନିକଟକୁ ନିଅଯାଇଥିଲା। ପ୍ରତିମୂର୍ତ୍ତିରେ ଉଭୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ହତ୍ୟା ଅଭିଯୁକ୍ତଙ୍କୁ ଏଭଳି ସ୍ବାଗତ କରାଯିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଉଲ୍ଲେଖନୀୟ ଯେ, ପ୍ରସିଙ୍ଗ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ପର୍ଶୁରାମ ୱାଘମୋରେ ଓ ମନୋହର ଯାଦବଙ୍କୁ ଗିରଫ କରାଯାଇଥିଲା। ସେମାନେ ଜେଲରେ ୬ ବର୍ଷ ରହିବା ପରେ ଅକ୍ଟୋବର ୯ରେ ବେଙ୍ଗାଲୁରୁର ସେସନ୍ସ କୋର୍ଟରୁ ଜାମିନ୍ ପାଇଛନ୍ତି। ଜାମିନ ମିଳିବା ପରେ ଉଭୟଙ୍କୁ ଅକ୍ଟୋବର ୧୧ରେ ପରାପ୍ପାନା ଅଗରାହରା ଜେଲରୁ ଖଲାସ କରାଯାଇଥିଲା। ଜେଲରୁ ବାହାରି ସେମାନେ ନିଜର ହୋମଟାଉନ ବିଜୟାପୁରାରେ ପହଞ୍ଚିଥିଲେ। ବାସ ସେଠାରେ ପର୍ଶୁରାମ ଓ ମନୋହର ପହଞ୍ଚିବା କ୍ଷଣୀ ସ୍ଥାନୀୟ ହିନ୍ଦୁ ସଂଗଠନରୁ ଭବ୍ୟ ସ୍ୱାଗତ କରାଯାଇଛି। ସେଠାରୁ ପର୍ଶୁରାମ ଓ ମନୋହର ନିଜର ହିନ୍ଦୁ ସଂଗଠନର ସଦସ୍ୟଙ୍କ ସହ କଳକୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।
ଦୁହିଁଙ୍କୁ ଭୁଲରେ ଗରିଫ କରି ଏଯାଏ ଜେଲରେ ରଖାଯାଇଥିଲା ବୋଲି ହିନ୍ଦୁ ସଂଗଠନ ପକ୍ଷରୁ କୁହାଯାଇଛି। ପର୍ଶୁରାମ ଓ ମନୋହରଙ୍କ ବ୍ୟତୀତ ଅମୋଲ କାଲେ, ରାଜେଶ, ବାସୁଦେବ, ଋଷିକେଶ, ଗଣେଶ, ମିସ୍କିନ ଓ ଅମିତଙ୍କୁ ମଧ୍ୟ ଅକ୍ଟୋବର ୯ରେ ଜାମିନ ମିଳିଥିଲା। ହିନ୍ଦୁ ସଂଗଠନର ନେତା କହିଛନ୍ତି, “ଆଜି ବଜୟା ଦଶମୀ। ଏହା ଆମ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିନ। ଆମେ ପର୍ଶୁରାମ ଓ ମନୋହରଙ୍କୁ ଭବ୍ୟ ସ୍ୱାଗତ କରିଥିଲୁ। ସେମାନଙ୍କୁ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ଚାର୍ଜ ଲଗାଇ ବେଆଇନ ଭାବେ ୬ ବର୍ଷ କାଳ ଜେଲରେ ରଖାଯାଇଥିଲା। ପ୍ରକୃତ ଦୋଷୀ ଏଯାଏ ଧରା ପଡ଼ିନାହାନ୍ତି। କିନ୍ତୁ ଏମାନେ ହିନ୍ଦୁ ସଂଗଠନର ସଦସ୍ୟ ହୋଇଥିବାରୁ ସେମାନଙ୍କୁ ଟାର୍ଗେଟ କରାଯାଇଥିଲା।
ଉଲ୍ଲେଖନୀୟ ଯେ, ବାମପନ୍ଥୀ ବିଚାରଧାରାରେ ବିଶ୍ୱାସ ରଖୁଥିବା ବରିଷ୍ଠ ସାମ୍ବାଦିକ ଗୌରୀ ଲଙ୍କେଶଙ୍କୁ ୨୦୧୭ ମସିହା ସେପ୍ଟେମ୍ବର ୫ରେ ୩ ଜଣ ବ୍ୟକ୍ତି ବାଇକରେ ଆସି ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘର ବାହାରେ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ହତ୍ୟାକାଣ୍ଡ ପୂରା ଦେଶରେ ଚହଳ ସୃଷ୍ଟି କରିଥିଲା। ଏବେ ତାଙ୍କ ହତ୍ୟାକାରୀ ଜେଲ୍ରୁ ମୁକୁଳିବା ପରେ କରାଯାଇଛି ଭବ୍ୟ ସ୍ବାଗତ।