App ବଜାରରେ ଅମ୍ୱାନୀଙ୍କୁ ଟକ୍କର ଦେବେ ଆଦାନୀ , ଆଣୁଛନ୍ତି ଏହି ସୁପର ଆପ୍

ନୂଆଦିଲ୍ଲୀ – ଏବେ ହେବ ଅମ୍ୱାନୀ-ଆଦାନୀ ଟକ୍କର। ଭାରତରେ ୫ଜି ମାର୍କେଟ୍ରେ ପ୍ରବେଶ କରିବା ପରେ ଗୌତମ ଆଦାନୀ ଆପ୍ ମାର୍କେଟକୁ ଓହ୍ଲାଇଛନ୍ତି । ମୁକେଶ ଅମ୍ୱାନୀଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। ଗୌତମ ଆଦାନୀ ଏକ ସୁପର ଆପ୍ ଲଞ୍ଚ କରିବାକୁ ଯାଉଥିବା ସୂଚନା ମିଳିଛି ।
ବ୍ଲୁମବର୍ଗର ରିପୋର୍ଟ ମୁତାବିକ, ଆଦାନୀ ଗ୍ରୁପର ଏକ ସୁପର ଆପ୍କୁ ଆଗାମୀ ୩ରୁ ୬ ମାସ ଭିତରେ ଲଞ୍ଚ କରାଯାଇ ପାରେ । ଏହି ଆପ୍ରେ ଆଦାନୀ ଗ୍ରୁପ୍ର ସବୁ ଇ-କମର୍ସ ସର୍ଭିସର ଆକ୍ସେସ ଉପଲବ୍ଧ ହେବ। ଏହି ଆପ୍ରେ ଶପିଂ, ଅନଲାଇନ ପେମେଣ୍ଟ , ଏଣ୍ଟରଟେନମେଣ୍ଟ , ସୋସିଆଲ ମିଡ଼ିଆର ବ୍ୟବହାର କରାଯାଇ ପାରିବ । ରିଲାଏନ୍ସ ଜିୟୋର ଇ-କମର୍ସ ପ୍ଲାଟଫ୍ରମ ଜିଓ ମାର୍ଟ ଓ ଟାଟା ଗ୍ରୁପ୍ର ନିଉ ସୁପର ଆପ୍ ସହ ଟକ୍କର ହେବ । ହେଲେ Tata Neu ଆପ୍ରୁ ଅଲଗା adani Super Appରେ ପେମେଣ୍ଟ ସର୍ଭିସ୍ର ସୁବିଧା ମିଳେନାହିଁ ।
ସୁପର ଆପ୍ କଣ ?
ସୁପର ଆପ୍ କ୍ୟାଟେଗୋରୀରେ ସେହି ଆପ୍ସକୁ ସାମିଲ କରାଯାଏ , ଯେଉଁଥିରେ ଅନେକ ପ୍ରକାରର ସର୍ଭିସ ଏକ ପ୍ଲାଟଫର୍ମରେ ମିଳିଥାଏ । ଏହି କନସେପ୍ଟକୁ ଧ୍ୟାନରେ ରଖି ଆଦାନୀ ସୁପର ଆପ୍ରେ ସପିଂ, ଅନଲାଇନ୍ ପେମେଣ୍ଟ , ଏଣ୍ଟରଟେନମେଣ୍ଟ ଓ ଓଟିଟି ଭଳି ସର୍ଭିସ ଅଫର କରାଯିବ। ଏହିପରି Tata Neu ଆପ୍ରେ ଗୋଟିଏ ସ୍ଥାନରେ ଅନେକ ସର୍ଭିସ ଅଫର କରାଯାଏ। ସେଠାରେ ଜିଓମାର୍ଟ ଆପ୍ରେ ଅନେକ ସର୍ଭିସ ଆପ୍ସକୁ ଆକ୍ସେସ ମିଳିଥାଏ। ଏହାସହ ମାଇଁ ଜିଓ ଆପ୍ର ଆକ୍ସେସ ମିଳିଥାଏ। ସୁପର ଆପ୍ସ କାଟେଗୋରୀରେ ଫୋନପେ , ପେଟିଏମ୍ ଭଳି ଆପ୍ସକୁ ସାମିଲ କରାଯାଇପାରେ , କାରଣ ଏହି ଆପ୍ସରେ ଆପଣଙ୍କୁ ଶପିଂ , ରିଚାର୍ଜ ସମେତ ଅନେକ ପ୍ରକାରର ସର୍ଭିସ ମିଳିଥାଏ ।
ହେଲେ ଆଦାନୀ ସୁପର ଆପ୍ ପାଇଁ ମାର୍କେଟ୍ରେ ରାସ୍ତା ସେତେ ସହଜ ହେବ ନାହିଁ। କାରଣ ମାର୍କେଟରେ ପୂର୍ବରୁ Tata Neu ଓ ଜିଓ ମାର୍ଟ ଭଳି ସୁପର ଆପ୍ ଉପଲବ୍ଧ ରହିଛି। କହି ରଖୁଛୁ କି ଟାଟା ନିଉର ୧.୫ କୋଟିରୁ ଅଧିକ ୟୁଜର ଅଛନ୍ତି । ଅନ୍ୟପଟେ ଜିଓ ପାଖରେ ଏକ ବଡ଼ ମୋବାଇଲ ୟୁଜରବେସ୍ ରହିଛି।