PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ

  • ଗୌତମ ଆଦାନୀଙ୍କ ଅଡୁଆ ବଢ଼ିଲା ।
  • ଆଦାନୀ ଗ୍ରୁପର ସେୟାରରେ ୨୦ ପ୍ରତିଶତ ହ୍ରାସ ।
  • କୋଟିପତିଙ୍କ ତାଲିକାରେ ୭ମ ସ୍ଥାନରେ ରହିଲେ ।

ନୂଆଦିଲ୍ଲୀ – ଆମେରିକୀୟ ରିସର୍ଚ୍ଚ ଫର୍ମ ହିଣ୍ଡନବର୍ଗର ରିପୋର୍ଟ ପରେ ଗୌତମ ଆଦାନୀଙ୍କ ଅଡୁଆ ବଢ଼ି ଯାଇଛି। ଯେଉଁଠି ଗୋଟେ ପଟେ ଆଜି ଶୁକ୍ରବାର ଆଦାନୀ ଗ୍ରୁପର ସେୟାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଡ଼ ହ୍ରାସ ଘଟିବା ପରେ ଆଦାନୀଙ୍କର ନେଟ୍‌ୱର୍ଥରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ଫୋବର୍ସ ବିଲେନିୟର୍ସ ଇଣ୍ଡେକ୍ସ ମୁତାବିକ, ଆଦାନୀଙ୍କର ନେଟୱର୍ଥରେ ଗତ ୨୪ ଘଣ୍ଟାରେ ୧୭.୩୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଅର୍ଥାତ୍‌ ଗୋଟିଏ ହିଁ ଦିନରେ ପାଖାପାଖି ୨୦ ବିଲିୟନ ଡଲାର ( ୧ଲକ୍ଷ ୬୦ ହଜାର କୋଟି ଟଙ୍କା )ର କ୍ଷତି ହୋଇଛି। ଗୌତମ ଆଦାନୀଙ୍କର ନେଟୱର୍ଥ ୯୮.୫ ବିଲିୟନ ଡଲାର ରହିଛି। ଏହାସହ ଆଦାନୀ କୋଟିପତିଙ୍କର ତାଲିକାରେ ୪ର୍ଥ ସ୍ଥାନକୁ ଖସି  ୭ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। କହି ରଖୁଛୁ କି, ଦୀର୍ଘ ଦିନପରେ ଆଦାନୀଙ୍କର ସମ୍ପତ୍ତି ୧୦୦ ବିଲିୟନ ଡଲାରର ତଳକୁ ଆସି ଯାଇଛି।

ଫୋବର୍ସର ରିୟଲ ଟାଇମ୍‌ ବିଲେନିୟର୍ସ ଇଣ୍ଡେକ୍ସ ମୁତାବିକ , ଗୌତମ ଆଦାନୀ ଏବେ ସାରା ବିଶ୍ୱର କୋଟିପତିଙ୍କ ତାଲିକାରେ ୭ମ ନମ୍ୱରକୁ ଆସିଯାଇଛନ୍ତି। ଆଦାନୀଙ୍କ ପୂର୍ବରୁ ଏବେ ବିଲ୍‌ ଗେଟ୍ସ ୬ଷ୍ଠ ସ୍ଥାନ , ୱାରେନ ବଫେଟ୍‌ ୫ମ ଓ ଲାରୀ ଏଲିସନ ୪ର୍ଥ ସ୍ଥାନକୁ ଆସି ଯାଇଛନ୍ତି। ଏହି ତାଲିକାରେ ୩ୟ ସ୍ଥାନରେ ଆମାଜନର ଫାଉଣ୍ଡର ଜେଫ୍‌ ବେଜୋସ,  ୨ୟ ନମ୍ୱରରେ ଟେସଲାର ସିଇଓ ଏଲନ ମସ୍କ ଓ ପ୍ରଥମ ପୋଜିସନରେ ବର୍ନାର୍ଡ ଅରନାଲ୍ଟ ରହିଛନ୍ତି।

ଆମେରିକୀୟ ସର୍ଟ-ସେଲର ହିଣ୍ଡନବର୍ଗ ରିସର୍ଚ୍ଚର ୩୨,୦୦୦ ଶବ୍ଦର ରିପୋର୍ଟ ଆଦାନୀ ଗ୍ରୁପ୍‌ ଉପରେ  କର୍ପୋରେଟ୍‌ ଦୁନିଆର ସବୁଠୁ ବଡ଼ ଠକେଇ କରିବାର ଅଭିଯୋଗ ଲଗେଇଛି। ରିପୋର୍ଟରେ ଆଦାନୀ ଗ୍ରୁପ୍‌ ଉପରେ ସେୟାରକୁ ମାନିପ୍ୟୁଲେସନ ଓ ଆକାଉଣ୍ଟିଂ ଫ୍ରଡ୍‌ର ଅଭିଯୋଗ ରହିଛି। ହେଲେ , ଏହି ଅଭିଯୋଗକୁ ମୂଲ୍ୟହୀନ କହି ଆଦାନୀ ଗ୍ରୁପ୍  ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରିବା କଥା କହିଛନ୍ତି ।