ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

କୋହଲି ଓ ରୋହିତଙ୍କ ମଧ୍ଯରେ ଫାଟକୁ ନେଇ ମୁହଁ ଖୋଲିଲେ ଗମ୍ଭୀର, କହିଲେ ମୋତେ ଲାଗୁନି ଯେ ଆଉ...

ନୁଆଦିଲ୍ଲୀ ୨୪/୭: ବିଶ୍ୱ କପରେ ନ୍ଯୁଜିଲାଣ୍ଡଠୁ ସେମିଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଥିଲା ଟିମ୍ ଇଣ୍ଡିଆ । ଏବେ ଟିମର ଏକ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ଯରେ ମନାନ୍ତର ଚାଲିଛି । ଏହାଫଳରେ ଖେଳାଳୀଙ୍କ ଭିତରେ ମଧ୍ୟ ୨ଟି ଟିମ୍ ହୋଇଯାଇଛି ଏବଂ କିଛି ଖେଳାଳୀ କୋହଲିଙ୍କୁ ଏବଂ ଅନ୍ଯ କିଛି ରୋହିତ ଶର୍ମାଙ୍କୁ ସପୋର୍ଟ କରୁଥିବା ଶୁଣିବାକୁ ମିଳୁଛି । ତେବେ ପୂର୍ବତନ ଭାରତୀୟ ବ୍ଯଟ୍ସମ୍ଯାନ୍ ଗୌତମ ଗମ୍ଭୀର ଏହି ଗୁଜବକୁ ମାନିବାକୁ ମନା କରିଦେଇଛନ୍ତି  ।

ଗୌତମ ଗମ୍ଭୀର କହିଛନ୍ତି ଯେ ବିଶ୍ୱକପରେ ହାରିବା ପରେ ପ୍ରାୟ ଏମିତି କଥା ସାମ୍ନାକୁ ଆସିଥାଏ । ସାରା ଟୁର୍ଣ୍ଣାମେଣ୍ଟ ସମୟରେ ଏମିତି କିଛି ଦେଖିବାକୁ ମିଳିନାହିଁ । ଯଦି ପରେ ଏମିତି କିଛି ହୋଇଥାଏ ତେବେ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)କୁ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ଉଚିତ୍ । ଗମ୍ଭୀର କହିଛନ୍ତି ଯେ ‘ମୁଁ ଏହି ଖବର ପଢିଛି ଯେ ରୋହିତ ଓ କୋହଲି ସବୁ କିଛି ଠିକ୍ କରୁନାହାନ୍ତି । କିନ୍ତୁ ମୋତେ ଲାଗୁନି ଯେ କୋହଲି ଓ ରୋହିତଙ୍କ ମଧ୍ଯରେ ମନାନ୍ତର ଚାଲିଛି, କାରଣ ଉଭୟ ପରିପକ୍ୱ ଖେଳାଳୀ ଏବଂ ଅନେକ ବର୍ଷ ହେଲାଣି ଖେଳି ଆସୁଛନ୍ତି । କିନ୍ତୁ ଯଦି ଏହା ସତ ହୋଇଥାଏ ତେବେ ବିସିସିଆଇକୁ ଏହି ସମ୍ବନ୍ଧରେ ଆଲୋଚନା କରିବା ଉଚିତ୍ । ମାମଲା ପାରଦର୍ଶୀ ହେବା ଉଚିତ୍ ଏବଂ ଏଥିପାଇଁ ଏକ ବୟାନ ଜାରି ହେବା ଉଚିତ୍ ।‘ ଆପଣଙ୍କୁ କହିରଖୁଛୁ ସେମିଫଇନାଲରେ ୧୮ ରନର ଅନ୍ତରରେ ହାରିବା ପରେ ଭାରତୀୟ ଖେଳାଳୀଙ୍କୁ ନେଇ ଅନେକ ପ୍ରକାର ଆଲୋଚନା ଆରମ୍ଭ ହୋଇଯାଇଥିଲା ।

Copyright © 2022 - Summa Real Media Private Limited. All Rights Reserved.