ନୂଆଦିଲ୍ଲୀ, ୨୪/୨ : ଟି-୨୦ ବିଶ୍ବକପର ସୁପର-୮ ମୁକାବିଲାର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି ଭାରତ । ଦକ୍ଷିଣଆଫ୍ରିକାଠାରୁ ବଡ଼ ରନର ବ୍ୟବଧାନରେ ଭାରତ ହାରିବା ପରେ ଏବେ ସବୁଠି କରାଯାଉଛି ସମାଲୋଚନା । ଭାରତ ଏବେ ସେମିଫାଇନାଲରେ ପହଞ୍ଚିବା ପାଇଁ କଷ୍ଟ କରିବାକୁ ପଡ଼ିବ । ଯାହାକି ଦଳ ଉପରେ ପ୍ରଭାବ ପକାଉଛି । ତେବେ ଏହାରି ଭିତରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅହମ୍ମଦ ଶେହେଜାଦ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଗମ୍ଭୀର ଆସିବା ପରେ ଟିମ୍ ଇଣ୍ଡିଆରେ ରାଜନୀତି ପଶିଛି ।
ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚରେ ପ୍ଲେଇଂ ୧୧ରେ ଅକ୍ଷର ପଟେଲଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦରଙ୍କୁ ସୁଯୋଗ ନିଷ୍ପତ୍ତିକୁ ଅନେକ କ୍ରୀଡ଼ା ସମୀକ୍ଷକ ସମାଲୋଚନା କରିଛନ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଅଶ୍ବିନୀ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । ସେପଟେ ପାକିସ୍ତାନର ପୂର୍ବତନ କ୍ରିକେଟର ଅହମ୍ମଦ ଶେହେଜାଦ କହିଛନ୍ତି ଗମ୍ଭୀର ୨୦୧୯-୨୪ ସକ୍ରିୟ ରାଜନୀତିରେ ରହିଥିଲେ । ଯାହାକି ଏବେ ମଧ୍ୟ ତାଙ୍କ ଭିତରେ ରାଜନୀତି ରହିଛି । ଚିନ୍ତାଧାରା ପରିବର୍ତ୍ତନ ହୋଇନାହିଁ । ଟିମ୍ ଇଣ୍ଡିଆରେ ଭଲ ଭଲ ଖେଳାଳି ଥାଇ ମଧ୍ୟ ତାଙ୍କୁ ବ୍ୟବହାର କରିପାରୁନାହାନ୍ତି ଗମ୍ଭୀର । ଏଭଳି ଭାବେ ସେ ସମାଲୋଚନା କରିଥିଲେ ।
କେବଳ ଏତିକି ନୁହେଁ କୁଲଦୀପ ଯାଦବଙ୍କ ଉଦାହରଣ ମଧ୍ୟ ଦେଇଥିଲେ । ମ୍ୟାଚ ବିଜୟୀ ବୋଲର ଭାବେ କୁଲଦୀପ ଜଣାଶୁଣା । ମାତ୍ର ତାଙ୍କୁ ଗୋଟିଏ ମ୍ୟାଚରେ ଖେଳିବାକୁ ଦିଆଯାଇଛି । ତାଙ୍କୁ କାହିଁକି ଦଳରେ ଖେଳିବାର ସୁଯୋଗ ଦିଆଯାଉନାହିଁ ଏବଂ ତାଙ୍କର ବ୍ୟବହାର କରାଯାଉନାହିଁ ବୋଲି କହିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଝଗଡ଼ା ଯୋଗୁଁ ଜାଣିଶୁଣି ଦଳରେ ଖେଳିବାର ସୁଯୋଗ ମିଳୁନି । ଏହାସହ ଗମ୍ଭୀରଙ୍କ ଚାପ ପାଇଁ ମଧ୍ୟ ଅନେକ ଭୁଲ୍ ନିଷ୍ପତ୍ତି ନିଆଯାଉଥିବା ସେ ଭିଡିଓରେ ଜଣାଇଛନ୍ତି ।
ଏହାସହ ପଢ଼ନ୍ତୁ : ଶୀତ-ଖରା ଭିତରେ ବର୍ଷାର ଏଣ୍ଟ୍ରି : କାଳବୈଶାଖୀ ପ୍ରଭାବରେ ଟ୍ବିନସିଟିରେ ଛେଚିଲା