- ଥମିବାର ନାଁ ନେଉନି ଗୌତମ ଗମ୍ଭୀରଙ୍କ ଚର୍ଚ୍ଚା
- ୫୪୦ ଦିନରେ କ’ଣ କରିଛନ୍ତି ଗମ୍ଭୀର ?
- ଜାଣନ୍ତୁ କଣ ରହିଛି ଗମ୍ଭୀରଙ୍କ ରିପୋର୍ଟ କାର୍ଡ
ନୂଆଦିଲ୍ଲୀ ; ୧୯/୧ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ପରାଜୟ ପରେ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଉଛି । ସେ ଦଳର କୋଚ୍ ହେବା ଦିନଠାରୁ ଦଳ ବିଭିନ୍ନ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଛି । ଟେଷ୍ଟ କ୍ରିକେଟ କତା ନକହିବା ଭଲ । ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠାରୁ ଦିନିକିଆ ସିରିଜରେ ପରାଜୟ ଗମ୍ଭୀରଙ୍କ ବିଫଳତାକୁ ଦର୍ଶାଉଥିବା କ୍ରିକେଟ ବିଶେଷଜ୍ଞମାନେ କହିଛନ୍ତି । ତେବେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର କୋଚ ହେବାକୁ ୫୪୦ ଦିନ ପୁରିଛି । ଏହି ସମୟ ମଧ୍ୟରେ ଦଳ କେତେ ସଫଳତା ହାସଲ କରିଛି ଏବଂ କଣ ବିଫଳତା ହାସଲ କରିଛି ନଜର ପକାଇବା ରିପୋର୍ଟ କାର୍ଡ ଉପରେ...
ଗମ୍ଭୀରଙ୍କ ପ୍ରଶିକ୍ଷଣରେ କଣ ରହିଛି ବିଫଳତା ?
ବିସିସିଆଇ ୯ ଜୁଲାଇ ୨୦୨୪ ମସିହାରେ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକଭାବେ ଘୋଷଣା କରିଥିଲା । ୨୭ ଜୁଲାଇ ୨୦୨୪ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ ଖେଳିଥିଲା ଭାରତ । ଏହି ସିରିଜରୁ ସେ ଦାୟିତ୍ବ ଆରମ୍ଭ କରିଥିଲେ । ଏବେ ସେ କୋଚିଂ ଆରମ୍ଭ କରିବାର ୧୮ ମାସ ଚାଲିଛି । ଏହି ସମୟ ମଧ୍ୟରେ ଦଳ ସଫଳତା ଅପେକ୍ଷା ବିଫଳତାକୁ ଅଧିକ ଦେଖିଛି । ଯାହାକି ଫ୍ୟାନ୍ସଙ୍କୁ ଅଧିକ ଆଘାତ ଦେଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପରାଜୟ । ଇନ୍ଦୋରରେ ହାରିବା ସହ ଘରୋଇ ମାଟିରେ କିଓ୍ବି ଦଳଠାରୁ ବଡ଼ ପରାଜୟ ବରଣ କରିବା । ଏହା ସଦ୍ୟ ରେକର୍ଡ ହୋଇଥିବାବେଳେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ସିରିଜରୁ ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ଏହି ସିରିଜରେ ଭାରତର ଏଭଳି ପରାଜୟ ହୋଇଥିଲା କି, ଯାହା ୨୭ ବର୍ଷ ମଧ୍ୟରେ କେବେ ହୋଇ ନଥିଲା ।
କ୍ରିକେଟର ତିନୋଯି ଯାକ ଫର୍ମାଟରେ ଦଳ ବହୁ ବିଫଳତା ପାଇଛି । ଅନେକ ଲଜ୍ଜାଜନକ ରେକର୍ଡ ମଧ୍ୟରେ ରହିଛି ୩୬ ବର୍ଷ ପରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠାରୁ ଟେଷ୍ଟ ସିରିଜ୍ ହାରିବା, ୧୯ ବର୍ଷ ପରେ ଚିନ୍ନସ୍ବାମୀ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍ ହାରିବା । ପ୍ରଥମଥର ପାଇଁ ଘରୋଇ ମାଟିରେ ୫୦ରୁ କମ ରନରେ ଅଲଆଉଟ୍ ହେବା । ଏହାସହ ଟେଷ୍ଟ କ୍ରିକେଟରେ ଦଳ ୨୦୦ ରନ ମଧ୍ୟ ଚେଜ୍ କରିପାରିନାହିଁ । ଏହାସହ ଘରୋଇ ମାଟିରେ ଭାରତ ମଧ୍ୟ କ୍ଲିନ ସୁଇପ୍ ହୋଇଛି । ଏହାସହ ପ୍ରଥମଥର ପାଇଁ WTC ଫାଇନାଲ୍ ହାତଛଡ଼ା କରିବା । ବିଶେଷ କରି ଟେଷ୍ଟ କ୍ରିକେଟରେ ଭାରତ ଅଧିକ ବିଫଳତା ହାସଲ କରିଛି ।