ନୂଆଦିଲ୍ଲୀ, ୯/୩ : ଟି-୨୦ ବିଶ୍ବକପ ୨୦୨୬ର ବିଜୟ ଟୀକା ପିନ୍ଧିଛି ଭାରତ । ତୃତୀୟଥର ଥର ପାଇଁ ଟି-୨୦ ଟାଇଟଲ ହାସଲ କରିଛି । ଟିମ ଇଣ୍ଡିଆର ବିଜୟ ପରେ ଏବେ ଚାରିଆଡ଼ୁ ଛୁଟୁଛି ପ୍ରଂଶସାର ସୁଅ । ଭାରତୀୟ ଦଳର ବିଜୟର ଅନେକ ଗୁଡ଼ିକ କାରଣ ରହିଛି । ତେବେ ଟିମ ଇଣ୍ଡିଆ ଟ୍ରଫି ହାତେଇବା ପଚଣ ବଡ଼ ସତ କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ଏକ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭିୟ୍ୟୁ ଦେଇ ଗମ୍ଭୀର ଅନେକ ଗୁଡ଼ିଏ କଥା କହିଛନ୍ତି । ଯାହାକି ଟିମ କିଭଳି ଭାବେ ପ୍ରସ୍ତୁତ କଲେ ଏବଂ ପ୍ଲେଇଂ ଇଲେଭେନରେ କେଉଁ ମ୍ୟାଚରେ କାହାକୁ ସୁଯୋଗ ଦିଆଗଲା ଏହ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଗମ୍ଭୀର ନିଜର ପ୍ରତିକ୍ରିୟାରେ କହିଛନ୍ତି କି ଟି-୨୦ କ୍ରିକେଟରେ ପ୍ରଥମରୁ ନିଜର ପ୍ରଭାବ ଜାରି ରଖିବାକୁ ପଡ଼ିବ । ବିପକ୍ଷ ଦଳ ଉପରେ ପ୍ରଭାବ ପକାଇବା ପାଇଁ ବିଶାଳ ସ୍କୋର ଦେବା ପାଇଁ ଆମେ ନିଜର ଅଭିଜ୍ଞତାକୁ ଖେଳାଳିଙ୍କ ନିକଟରେ ବାଣ୍ଟିଥିଲୁ । ଏହାସହ ଯଦି ଜଣେ ଖେଳାଳିଙ୍କ ବ୍ୟକ୍ତିଗତ ଖେଳାଳିଙ୍କ ମାଇଲଖଉଣ୍ଟରୁ ୧୫-୨୦ ରନ କମିଯାଉ କିନ୍ତୁ ଆମେ ଦଳର ବିଶାଳ ସ୍କୋର ଉପରେ ଲକ୍ଷ୍ୟ ରଖିଥିଲୁ । ସଞ୍ଜୁଙ୍କ ସମ୍ପର୍କରେ ପଚରାଯାଇଥିଲା କି, ସେ ବିଶ୍ବକପ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଖରାପ ଫର୍ମ ଦେଇ ଗତି କରିଥିଲେ ତଥାପି ତାଙ୍କୁ କିଭଳି ଦଳରେ ଖେଳିବାର ସୁଯୋଗ ଦେଲେ ? ଏହାର ଉତ୍ତରରେ ସେ କହିଥିଲେ କି, କେବେ ମଧ୍ୟ କହି ହେବନାହିଁ କି, ଫର୍ମରେ ଅଛନ୍ତି । ଆଉ ସଞ୍ଜୁ ଯେଭଳି ଭାବେ ପ୍ରଦର୍ଶନ କରିଛନ୍ତି ତାହା ଅନ୍ୟ ଖେଳାଳିଙ୍କ ପାଇଁ ବଡ଼ ସ୍ବପ୍ନ ।
ଆମେ ଆଶା ନୁହେଁ ବିଶ୍ବାସ ଉପରେ ଖେଳାଳିଙ୍କୁ ଚୟନ କରୁ । ଯଦି ଆପଣ ଜଣେ ଖେଳାଳିଙ୍କ ଉପରେ ବିଶ୍ବାସ କରନ୍ତି ଏବଂ ଦଳରେ ସୁଯୋଗ ଦିଅନ୍ତି ସେ ଭଲ ପ୍ରଦର୍ଶନ କରିବେ । ଅଭିଶେକଙ୍କ ଉଦାହରଣ ଦେଇଥିଲେ ଗମ୍ଭୀର । ଅଭିଶେକଙ୍କ ଫର୍ମକୁ ନେଇ ଟ୍ରୋଲ କରାଯାଉଥିଲା । କିନ୍ତୁ ଫାଇନାଳରେ ତାଙ୍କର ପ୍ରଭାବଶାଳି ବ୍ୟାଟିଂ ବିପକ୍ଷ ଦଳ ଉପରେ ବଡ଼ ପ୍ରଭାବ ପକାଇଛି । କ୍ରିକେଟରେ ବ୍ୟକ୍ତିଗତ ସଫଳତା ଅପେକ୍ଷା ଦଳର ସଫଳତା ଉପରେ ନିର୍ର କରେ । ଜଣେ ଖେଳାଳିଙ୍କ ଅପେକ୍ଷା ଦଳର ସମସ୍ତ ଖେଳାଳି ଯଦି ବିପକ୍ଷ ଦଳ ଉପରେ ଭାରି ପନିବେ ତାହେଲେ ପ୍ରଭାବ ବଡ଼ ପଡ଼ିବ । ଏହାସହ ଡ୍ରେସିଂରୁମର ମାହୋଲ ମଧ୍ୟ ଖେଳ ଉପରେ ପ୍ରଭାବ ପକାଏ । ଦଳର ଖେଳାଳିମାନେ ଏକତା ରଖିଲେ ଟ୍ରଫି ହାତେଇବା ସମ୍ଭବ ହୋଇଥାଏ । ଯାହା ଆମ ଖେଳାଳିଙ୍କ ଭିତରେ ଥିଲା ।