ସାହିତ୍ୟ ପତ୍ରିକା ଅମୃତାୟନର ସମ୍ପାଦିକା ଗୀତା ହୋତାଙ୍କ ପରଲୋକ

ଭୁବନେଶ୍ଵର, ୩୦/୧୧ : ସର୍ବ ପୁରାତନ ଲୋକପ୍ରିୟ ପାରିବାରିକ ସାହିତ୍ୟ ପତ୍ରିକା ଅମୃତାୟନର ସମ୍ପାଦିକା ଗୀତା ହୋତାଙ୍କ ପରଲୋକ ଘଟିଛି। ମଙ୍ଗଳବାର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ନିଜ ବାସଭବନରେ ରାତି ୯.୪୦ ସମୟରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ସ୍ଵାମୀ ଡକ୍ଟର ସାତକଡି ହୋତା, ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।