PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାଖ୍ୟାନ କଲେ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା

ଭୁବନେଶ୍ୱର,୨୬/୧: ସଂସ୍କୃତି ଓ ଶିକ୍ଷା କ୍ଷେତ୍ର ପାଇଁ “ପଦ୍ମଶ୍ରୀ’ ଲାଗି ମନୋନୀତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତ ମେହେଟ୍ଟା ପଦ୍ମଶ୍ରୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଦେଶରେ ରହୁଥିବା ଗୀତା ନ୍ୟୁୟର୍କରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, କେନ୍ଦ୍ର ସରକାର ପଦ୍ମଶ୍ରୀ ପାଇଁ ତାଙ୍କୁ ଯୋଗ୍ୟ ଭାବିଥିବାରୁ ସେ ଅତ୍ୟନ୍ତ ଖୁସୀ । ମାତ୍ର ଏହି ସମୟ ତାଂକ ପାଇଁ ଉଚିତ୍‌ ନୁହେଁ, ତେଣୁ ଏହି ପୁରସ୍କାର ଗ୍ରହଣ କରିବା ଉଚିତ୍‌ ଭାବୁ ନାହାନ୍ତିିଁ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସେ ଏହି ୁପରସ୍କାର ଗ୍ରହଣ କରିବା ଦ୍‌ାରା ରାଜନୈତିକ କ୍ଷେତ୍ରରେ ଏକ ଭୁଲ ବାର୍ତା ଯାଇପାରେ ବୋଲି ପ୍ରେସ୍‌ ଇସ୍ତାହାରରେ ହାରରେ ଦର୍ଶାଇଛନ୍ତି । ମାତ୍ର ଏଭଳି ପୁରସ୍କାର ପ୍ରତ୍ୟାଖ୍ୟାନକୁ ନେଇ ବିଜେପିର ପ୍ରତିକ୍ରିୟା ରହିଛି । ‘ଏହି ପ୍ରସଂଗକୁ ନେଇ ରାଜନୀତିକରଣ ନ କରାଯାଉ । ଯୋଗ୍ୟ ବ୍ୟକିକୁ ପଦ୍ମଶ୍ରୀ ସନ୍‌ମାନ ଦିଆଯାଏ ବୋଲି ବିଜେପି ନିଜର ପ୍ରତିକ୍ରିୟା ରଖିଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପଦ୍ମ ପୁରସ୍କାର ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଗୀତାଙ୍କୁ ଜଣେ ବିଦେଶୀ ଭାରତୀୟ ବୋଲି ଦର୍ଶା ଯାଇଛି । ତେବେ ଜଣାପଡିଛି ଯେ, ଏବେ ବି ଭାରତୀୟ ନାଗରିକତ୍ବ ରହିଛି ଏବଂ ଭାରତୀୟ ପାସପୋର୍ଟରେ ହିଁ ସେ ବିଦେଶରେ ଅବସ୍ଥାନ କରୁଛନ୍ତି ।ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ଜଣେ ଉଚ୍ଚକୋଟୀର ଲେଖିକା ଓ ବୃତ୍ତଚିତ୍ର ନିର୍ମାତା । ତାଙ୍କ ସାହିତ୍ୟ କୃତୀଗୁଡିକ ମଧ୍ୟରେ ରହିଛି କର୍ମକୋଲା(୧୯୭୯), ରାଜ୍(୧୯୮୯), ଏ ରିଭର ସୂତ୍ର(୧୯୯୩), ସ୍ନେକ୍ସ ଆଣ୍ଡ ଲେଡର୍ସ : ଏ ଗ୍ଲିମ୍ପ୍ସ ଅଫ ମର୍ଡନ ଇଣ୍ଡିଆ(୧୯୯୭), ଇଟର୍ଣ୍ଣାଲ ଗଣେଶ: ଫ୍ରମ ବାର୍ଥ ଟୁ ରିବର୍ଥ (୨୦୦୬) ଇତ୍ୟାଦି । ସେହିଭଳି ସେ ୧୪ଟି ବୃତ୍ତଚିତ୍ର ପ୍ରଯୋଜନା କରିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି ।

ସମ୍ବନ୍ଧିତ ଖବର