PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

୧୭୯୦ କୋଟି ବର୍‌ବାଦ: କ୍ରିପ୍ଟୋକରେନ୍ସି ସିଇଓଙ୍କ ମୃତ୍ୟୁ ସହ ହଜିଗଲା ପାସ୍‌ୱାର୍ଡ

source:shilfa.com

ନ୍ୟୁୟର୍କ,୬ା୨(ଏଜେନ୍ସି):ଭାରତ ଗସ୍ତରେ ଥିବା କାନାଡାଭିତ୍ତିକ ଏକ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍‌ ‘କ୍ୱାଡ୍ରିଗାସିଏକ୍ସ’ର ସିଇଓ ଗେରାଲ୍ଡ କୋଟେନଙ୍କ ଅଚାନକ ମୃତ୍ୟୁ ଘଟିଛି । ଗତ ଡିସେମ୍ବର ୯ରେ ତାଙ୍କର ପରଲୋକ ହୋଇଥିବାବେଳେ ଏବେ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ତାଙ୍କ ମୃତ୍ୟୁ ପରେ ୧ ଲକ୍ଷରୁ ଊଦ୍ଧ୍ୱର୍ କ୍ରିପ୍ଟୋକରେନ୍ସିଧାରୀ ଆଶଙ୍କିତ । ନିଜର ପ୍ରାପ୍ୟରାଶି ଫେରିପାଇବା ସେମାନଙ୍କ ପାଇଁ ବର୍ତ୍ତମାନ ଅସମ୍ଭବ ପାଲଟିଛି । କାରଣ ହେଉଛି କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍‌ର ସିଇଓ ୩୦ ବର୍ଷୀୟ ଗେରାଲ୍ଡ କୋଟେନ୍‌ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯାହାଙ୍କ ନିକଟରେ କମ୍ପାନିର ପାଣ୍ଠି ଆକ୍ସେସ୍‌ କରିବାର ସବୁ ପାସ୍‌ୱାର୍ଡ ରହିଥିଲା ।
କୋଟେନ୍‌ଙ୍କ ଆକସ୍ମିକ ମୃତ୍ୟୁ ପରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଏବେ ଆମ ଉପରେ କ୍ଲାଏଣ୍ଟମାନଙ୍କ ୨୫୦ ନିୟୁତ ଡଲାର (ପାଖାପାଖି ୧୭୯୦ କୋଟି ଟଙ୍କା) ବକେୟା ରାଶି ରହିଛି । ପାଣ୍ଠି ଆକ୍ସେସ କରିବା ପାଇଁ ସମସ୍ତ ପାସ୍‌ୱାର୍ଡ କେବଳ କୋଟେନ୍‌ଙ୍କ ନିକଟରେ ଥିଲା । ତାଙ୍କର ପରଲୋକ ପରେ ଏହାକୁ ଆକ୍ସେସ୍‌ କରିବା ଅସମ୍ଭବ ହୋଇଛି । ତେଣୁ ଗ୍ରାହକଙ୍କୁ ସେମାନଙ୍କ ପ୍ରାପ୍ୟରାଶି ପରିଶୋଧ କରିବା ପାଇଁ ଆମେ ଅକ୍ଷମ ।
କମ୍ପାନି ଋଣ ପ୍ରଦାନକାରୀଙ୍କଠାରୁ ସୁରକ୍ଷା ପାଇବା ପାଇଁ ସୁପ୍ରିମ୍‌କୋର୍ଟ ଅଫ୍‌ ନୋଭା ସ୍କୋଟିଆରେ ୩୦ ଦିନ ସମୟ ମାଗିଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକୁ ଗ୍ରହଣ କରିଛନ୍ତି । ସିଇଓଙ୍କ ପରଲୋକ ପରେ ବର୍ତ୍ତମାନ କ୍ୱାଡ୍ରିଗା ଯେଉଁ ଅର୍ଥ ସଙ୍କଟର ସମ୍ମୁଖୀନ ହୋଇଛି ତାହାର ସମାଧାନ ପାଇଁ ଅର୍ଣ୍ଣଷ୍ଟ ଆଣ୍ଡ୍‌ ୟଙ୍ଗ୍‌କୁ ନିୟୋଜିତ କରାଯିବ । ଏହା ସହ କମ୍ପାନିର ସମ୍ଭାବ୍ୟ ବିକ୍ରି ଉପରେ ମଧ୍ୟ ଅନୁଧ୍ୟାନ କରାଯିବ ।
ଗ୍ରାହକଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ କମ୍ପାନି ଅକ୍ଷମତା ଦର୍ଶାଇବା ପରେ ନିବେଶକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ୨୦୧୩ରେ କୋଟେନ୍‌ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ‘କ୍ୱାଡ୍ରିଗା’କୁ ପ୍ରତିଷ୍ଠା କରିଥିଲେ । ଅସହାୟ ପିଲାମାନଙ୍କ ପାଇଁ ଏକ ଅନାଥ ଆଶ୍ରମ ଖୋଲିବା ପାଇଁ ସେ ଭାରତ ଗସ୍ତରେ ଆସିଥିଲେ । ଦୁରାରୋଗରେ ପୀଡ଼ିତ ଥିଲେ ସେ ।
ଏକ ସତ୍ୟପାଠ ମାଧ୍ୟମରେ କୋଟେନ୍‌ଙ୍କ ବିଧବା ପତ୍ନୀ ଜେନିଫର ରୋବର୍ଟସନ୍‌ କହିଛନ୍ତି ଯେ, କମ୍ପାନିର ଫାଇନାନ୍ସ ସଂକ୍ରାନ୍ତ ସବୁ ପାସ୍‌ୱାର୍ଡ ସ୍ୱାମୀଙ୍କ ନିକଟରେ ଥିଲା । ପାସ୍‌ୱାର୍ଡଗୁଡିକ ବିଷୟରେ ସେ ଆଦୌ କିଛି ଜାଣିନାହାନ୍ତି । ପ୍ରଥମ ଥର କ୍ରିପ୍ଟୋକରେନ୍ସି କ୍ଷେତ୍ରରେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ କମ୍ପାନିର ଆକାଉଣ୍ଟ ସଂକ୍ରାନ୍ତ ପାସ୍‌ୱାର୍ଡଗୁଡିକ ହଜିଯାଇଛି ।
ସୂଚନାଯୋଗ୍ୟ, କ୍ୱାଡ୍ରିଗାର ପ୍ଲାଟ୍‌ଫର୍ମ ଜାନୁଆରୀ ୨୮ରେ ଅଫ୍‌ଲାଇନ୍‌ ହୋଇଯାଇଥିଲା । ଏହା ପରେ ନିବେଶକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜ୍ଜନା ଦେଖାଦେଇଥିଲା । ନିବେଶକମାନେ ରେଡ୍ଡିଟ୍‌ ଏବଂ ଟୁଇଟର ଭଳି ସୋସିଆଲ ନେଟ୍‌ୱର୍କିଂ ସାଇଟ୍‌ରେ ଏହା ଉପରେ ଯୁକ୍ତିତର୍କ ଆରମ୍ଭ କରିଥିଲେ । ସତରେ କୋଟେନ୍‌ଙ୍କ ମୃତ୍ୟୁ ଘଟିଛି ନା ମିଥ୍ୟା ଖବର ପ୍ରଚାର କରି କମ୍ପାନି ନିବେଶକଙ୍କ ଅର୍ଥ ହଡ଼ପ କରିବାକୁ ଚାହୁଁଛି ତାହା ଉପରେ ଏମାନେ ପ୍ରଶ୍ନ ଉଠାଇଥିଲେ ।
କ୍ୱାଡ୍ରିଗା ଅଫ୍‌ଲାଇନ୍‌ ହେବା ବେଳକୁ ଏହାର ପ୍ଲାଟ୍‌ଫର୍ମରେ ୩୬୩,୦୦୦ ୟୁଜର ଥିଲେ । ଏଥିମଧ୍ୟରୁ ୧୧୫,୦୦୦ ଜଣ ୟୁଜରଙ୍କ ଆକାଉଣ୍ଟରେ ୧୮୦ ନିୟୁତ ଡଲାର ( ପାଖାପାଖି ୧,୨୮୯.୫୨ କୋଟି ଟଙ୍କା) କ୍ରିପ୍ଟୋକରେନ୍ସି ଆକାରରେ ଥିବାବେଳେ କାନାଡାର ପ୍ରଚଳିତ ମୁଦ୍ରା ଆକାରରେ ୭୦ ନିୟୁତ ଡଲାର (ପାଖାପାଖି ୫୦୧.୪୮ କୋଟି ଟଙ୍କା) ଥିଲା । ବିଶ୍ୱର ମାନ୍ୟତାପ୍ରାପ୍ତ ୨୩୭ଟି କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ମଧ୍ୟରେ କ୍ୱାଡ୍ରିଗା ଅନ୍ୟତମ । ଏହା କାନାଡାର ସର୍ବବୃହତ୍‌ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍‌ ମଧ୍ୟରେ ଗୋଟିଏ ।

ସମ୍ବନ୍ଧିତ ଖବର