ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚର୍ଚ୍ଚାରେ ଜର୍ମାନୀର ଜଣେ ୬୬ ବର୍ଷୀୟା ମହିଳା, ଜନ୍ମ ଦେଇଛନ୍ତି ୧୦ମ ସନ୍ତାନ

Published By : Anindita Ratha | April 2, 2025 2:11 PM

ନୂଆଦିଲ୍ଲୀ,୦୨/୦୪:  ଜର୍ମାନୀର ଜଣେ ୬୬ ବର୍ଷୀୟା ମହିଳା  ଜନ୍ମ ଦେଇଛନ୍ତି ୧୦ମ ସନ୍ତାନ। ତେବେ ଏଥିପାଇଁ ସେ କୌଣସି ପ୍ରଜନନ ଚିକିତ୍ସାର ସାହାଯ୍ୟ ନେଇନାହାନ୍ତି । ଆଲେକ୍‌ଜାଣ୍ଡ୍ରା ହିଲ୍‌ଡେବ୍ରାଣ୍ଟ୍‌ ପୂର୍ବରୁ ୯ ସନ୍ତାନର ମା’ଥିଲେ । ଗତ ସପ୍ତାହ ସେ ୧୦ମ ସନ୍ତାନ ଫିଲିପ୍‌କୁ ସି-ସେକ୍ସନ୍‌ ମାଧ୍ୟମରେ ଜନ୍ମ ଦେଇଛନ୍ତି । ଉଭୟ ମା’-ଶିଶୁ ସୁସ୍ଥ ଅଛନ୍ତି । ହିଲ୍‌ଡେବ୍ରାଣ୍ଟ୍‌ କହିଛନ୍ତି, ପ୍ରଜନନ ଔଷଧ କିମ୍ବା ଆଇଭିଏଫ୍‌ର ପ୍ରୟୋଗ ବିନା ସେ ସନ୍ତାନ ଜନ୍ମ ଦେଇଛନ୍ତି । ତାଙ୍କ ବୟସରେ ସହଜ ଗର୍ଭଧାରଣ ସୁବିଧା ବହୁତ କମ୍‌ ଥାଇ ମଧ୍ୟ ସେ ସଫଳ ହୋଇଛନ୍ତି । ତାଙ୍କର ସବୁଠୁ ସାନ ସନ୍ତାନ ମାତ୍ର ୨ ବର୍ଷ ବୟସର ଏବଂ ସବୁଠୁ ବଡ଼ ସନ୍ତାନର ବୟସ ୪୬ ବର୍ଷ।

ଏହା ମଧ୍ୟ ପଡନ୍ତୁ- ଇଜିପ୍ଟର ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ବଡ ସଫଳତା, ଆବିଷ୍କାର କଲେ ୩,୨୦୦ ବର୍ଷ ପୁରୁଣା ସମାଧି

 ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ସେ ଏବେ ନିଜକୁ ୩୫ ବର୍ଷୀୟା ଅନୁଭବ କରୁଥିବା କହିଛନ୍ତି । ତାଙ୍କର ପ୍ରସବ କରାଇଥିବା ଡାକ୍ତରଙ୍କ ଅନୁସାରେ, ହିଲ୍‌ଡେବ୍ରାଣ୍ଟ୍‌ଙ୍କ ବୟସ ଓ ସି-ସେକ୍ସନ୍‌ ସଂଖ୍ୟା ପ୍ରକୃତରେ ବିରଳ । ମାନସିକ ଓ ଶାରୀରିକ ଧୈର୍ଯ୍ୟ ଲାଗି ସେ ସହଜରେ ଗର୍ଭଧାରଣ କଲେ। ତାଙ୍କର ଶାରୀରିକ ଓ ମାନସିକ ସାମର୍ଥ୍ୟ ପାଇଁ ଏହା ହୋଇଛି । ତାଙ୍କର ସି-ସେକ୍ସନ୍‌ ପ୍ରକ୍ରିୟା ଆଦୌ ଜଟିଳ ନ ଥିଲା ବୋଲି ଡାକ୍ତର କହିଛନ୍ତି । ୬୬ ବର୍ଷ ବୟସରେ ଗର୍ଭଧାରଣ କରିବାର ସାମର୍ଥ୍ୟର ଶ୍ରେୟ ହିଲ୍‌ଡେବ୍ରାଣ୍ଟ୍‌ ନିଜ ଜୀବନଶୈଳୀକୁ ଦେଇଛନ୍ତି । ସେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହିତ ନିୟମିତ ଘଣ୍ଟାଏ ପହଁରନ୍ତି ଓ ଦୁଇ ଘଣ୍ଟା ଦୌଡ଼ନ୍ତି । ଧୂମପାନ କିମ୍ବା ମଦ୍ୟପାନଠୁ ସେ ସର୍ବଦା ଦୂରରେ ରହନ୍ତି । ସେ କଦାପି ଗର୍ଭନିରୋଧକ ବିକଳ୍ପ ବ୍ୟବହାର କରିନାହାନ୍ତି । ନିଜର ବ୍ୟକ୍ତିଗତ ଅନୁଭବକୁ ବାଣ୍ଟି ଅନ୍ୟମାନଙ୍କୁ ବଡ଼ ପରିବାର ଗଢ଼ିବା ପାଇଁ ସେ ଉତ୍ସାହିତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.