ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଇଜିପ୍ଟର ପ୍ରତ୍ନତତ୍ତ୍ୱବିତ୍‌ଙ୍କୁ ବଡ ସଫଳତା, ଆବିଷ୍କାର କଲେ ୩,୨୦୦ ବର୍ଷ ପୁରୁଣା ସମାଧି

Published By : Prameya | April 2, 2025 10:48 AM

ନୂଆଦିଲ୍ଲୀ ୦୨/୦୪: ଇଜିପ୍ଟର ପ୍ରତ୍ନତତ୍ତ୍ୱବିତ୍‌ମାନେ ୩,୨୦୦ ବର୍ଷ ପୁରୁଣା ଏକ ସମାଧି ଆବିଷ୍କାର କରିଛନ୍ତି । ଏହା ଫରାଓ ରାମେସେସ୍‌ ୩ୟଙ୍କ ସମୟର ଜଣେ ବରିଷ୍ଠ ସାମରିକ କମାଣ୍ଡର୍‌ଙ୍କର ବୋଲି ସେମାନଙ୍କ ବିଶ୍ୱାସ । ଇସ୍‌ମାଇଲିଆ ଗଭର୍ନୋରେଟ୍‌ ସ୍ଥିତ ତେଲ୍‌ ଏଲ୍‌-ମାସ୍‌ଚୁଟା ଅଞ୍ଚଳରେ ସମାଧି ଆବିଷ୍କୃତ ହୋଇଛି । ନ୍ୟୁ କିଙ୍ଗ୍‌ଡମ୍‌ କାଳରେ ଇଜିପ୍ଟର ପୂର୍ବ ସୀମା ସୁରକ୍ଷାରେ ଉକ୍ତ ଅଞ୍ଚଳର ରଣନୀତିକ ଗୁରୁତ୍ୱକୁ ଏହି ଆବିଷ୍କାର ଦର୍ଶାଇଛି ।

ସୁପ୍ରିମ୍‌ କାଉନ୍‌ସିଲ ଅଫ୍‌ ଆଣ୍ଟିକ୍ସ ସେକ୍ରେଟାରୀ ଜେନେରାଲ ଡ. ମହମଦ ଇସ୍‌ମାଇଲ ଖାଲେଦ ଏହି ଆବିଷ୍କାରର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ତେଲ୍‌ ଏଲ୍‌-ମାସ୍‌ଚୁଟା ଅଞ୍ଚଳ ମୁଖ୍ୟ ମିଲିଟାରୀ ଆଉଟ୍‌ପୋଷ୍ଟ ଥିଲା ବୋଲି ସେ କହିଛନ୍ତି । ଉକ୍ତ କ୍ଷେତ୍ରରେ ଥିବା ଦୁର୍ଗ ଓ ସଶସ୍ତ୍ର ବଳରୁ ଜଣାପଡ଼େ ଯେ ବାହ୍ୟ ବିପଦ ବିରୋଧରେ ଇଜିପ୍ଟକୁ ରକ୍ଷା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ସମାଧିକୁ କାଦୁଅ ଇଟାରେ ନିର୍ମାଣ କରାଯାଇଥିଲା । ଏଥିରେ ମୁଖ୍ୟ ସମାଧି ଚାମ୍ବର ପାଖରେ ୩ ଅନ୍ୟ କୋଠରୀ ରହିଛି, ଯାହାର କାନ୍ଥସବୁ ଧଳା ମୋର୍ଟାର ଦ୍ୱାରା ଆବୃତ୍ତ ହୋଇଛି । ଭିତରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଅନେକ କଳାକୃତି ଆବିଷ୍କାର କଲେ, ଯାହା ଦର୍ଶାଉଛି ଯେ ମୃତକ ଜଣେ ଉଚ୍ଚ ପଦସ୍ଥ ସୈନ୍ୟ ଅଧିକାରୀ ଥିଲେ । 

ସମାଧିରୁ ଆବିଷ୍କୃତ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟରେ ରାମେସେସ୍‌ ୩ୟ ଲିଖିତ ଖୋଳ ସହିତ ସୁନା ମୁଦି, ତମ୍ବା ତୀର ଏବଂ ଏକ ହାତୀଦାନ୍ତ ବାକ୍ସ ଅଛି । ଏଥିରୁ ମୃତକ ଜଣକ ଫରାଓଙ୍କ ସୈନ୍ୟ ମୁଖ୍ୟ ଥିବା ଜଣାପଡ଼େ । ଆବିଷ୍କାରରେ ସବୁଠୁ ମଜାଦାର ଥିଲା ଖୋଦେଇ ହୋଇଥିବା ମାଟି ପାତ୍ର ସେଟ୍‌ । ଏଥିରେ ଫରାଓ ହୋରେମ୍‌ହେବ୍‌ଙ୍କ ନାଁ ଉଲ୍ଲେଖ ହୋଇଛି, ଯିଏକି ପ୍ରାୟ ଖ୍ରୀ.ପୂ. ୧୩୨୩ରୁ ୧୨୯୫ ପର୍ଯ୍ୟନ୍ତ ଶାସନ କରିଥିଲେ । ଫରାଓ ହେବା ପୂର୍ବରୁ ହୋରେମ୍‌ହେବ୍‌ ଜଣେ ପୂର୍ବତନ ସୈନ୍ୟ ନେତା ଥିଲେ । ରାମେସେସ୍‌ ୩ୟଙ୍କ ପୂର୍ବରୁ ସେ ଶତାଧିକ ବର୍ଷ ଶାସନ କରିଥିଲେ । ମାଟି ପାତ୍ରରେ ଲିଖିତ ତାଙ୍କ ନାଁରୁ ଜଣାପଡ଼େ ଯେ ସମୟ ସହିତ ସମାଧି ପୁନଃ ବ୍ୟବହୃତ ହୋଇଛି । 

ସମାଧି ଭିତରେ ଆଉ ଏକ ମାନବ ଅବଶେଷ ଆବିଷ୍କୃତ ହେବା ପରେ ସମାଧିର ପୁନଃ ବ୍ୟବହାର ପ୍ରମାଣକୁ ଆହୁରି ଦୃଢ଼ କରଛି । ଉକ୍ତ କଙ୍କାଳ ଲିନେନ୍‌ ଓ ପ୍ଲାଷ୍ଟର୍‌ଯୁକ୍ତ ଏକ ଉପକରଣରେ ପ୍ରସ୍ତୁତ କାର୍ଟୋନେଜ୍‌ରେ ଆବୃତ୍ତ ହୋଇଥିଲା । ଏହା ଦର୍ଶାଉଛି ଯେ ପରବର୍ତ୍ତୀ ସମୟରେ ସମାଧିରେ ପରିବର୍ତ୍ତନ ହୋଇଛି । ମାନବ କଙ୍କାଳ ଅବଶେଷ ସମେତ ପ୍ରତ୍ନତତ୍ତ୍ୱବିତ୍‌ମାନେ ଅଲବାଷ୍ଟର୍‌ ବାସନ, ଅର୍ଦ୍ଧ-ମୂଲ୍ୟବାନ ପଥର, ତାୱେରେଟ୍‌ ଓ ବେସ୍‌ ଭଗବାନଙ୍କର ତାବିଜ ଏବଂ ଇଜିପ୍ଟ ପୁରାଣରେ ସୁରକ୍ଷାତ୍ମକ ସଙ୍କେତ ଉଡ୍‌ଜାଟ ଆଖିକୁ ମଧ୍ୟ ଆବିଷ୍କାର କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.