PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ବିଶ୍ବର ଚତୁର୍ଥ ବୃହତ୍ତମ ଅର୍ଥନୀତି ଜର୍ମାନୀ ଏବେ ଆର୍ଥିକ ମାନ୍ଦାବସ୍ଥାର ଶିକାର, ଦେଶରେ ହା ହା କାର ପରିସ୍ଥିତି…

ନୂଆଦିଲ୍ଲୀ : ୟୁରୋପର ଅନେକ ଦେଶ ଏବେ ଗଭୀର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଏହି ତାଲିକାରେ ଜର୍ମାନୀର ନାମ ମଧ୍ୟ ଯୋଡା ହୋଇଛି । ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଜର୍ମାନୀ ଏବେ ଅର୍ଥନୈତିକ ଅବନତିର ଶିକାର ହେଉଛି । ଆଜି (ଗୁରୁବାର) ଆସିଥିବା ସରକାରୀ ଆକଳନରୁ ଏହି ସୂଚନା ମିଳିଛି । ଗର୍ଜିଆନ୍ ରିପୋର୍ଟ ଅନୁଯାୟୀ, ଜର୍ମାନୀର ଫେଡେରାଲ୍ ଷ୍ଟାଟିଷ୍ଟିକାଲ କାର୍ଯ୍ୟାଳୟର ସଂଶୋଧିତ ତଥ୍ୟ ଦର୍ଶାଉଛି ଯେ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଶୂନରୁ ମାଇନସ୍ ୦.୩ ପ୍ରତିଶତ ଥିଲା । ଏହାପୂର୍ବରୁ, ଡିସେମ୍ବର ୨୦୨୨ ଶେଷ ହୋଇଥିବା ତ୍ରୈମାସରେ ଅଭିବୃଦ୍ଧି ହାର ମାଇନସ୍ ୦.୫ ପ୍ରତିଶତ ଥିଲା । ବୈଷୟିକ ଭାବରେ, କ୍ରମାଗତ ଦୁଇଟି ତ୍ରୈମାସିକ ପାଇଁ ଅଭିବୃଦ୍ଧି ହାର ଶୂନରୁ କମ୍ ରହିଛି । ଏହି ଫଳାଫଳକୁ ଦେଖିଲେ ଦେଶ ଅର୍ଥନୈତିକ ଅବନତି ଦେଇ ଗତି କରୁଛି ବୋଲି ବିବେଚନା କରାଯାଉଛି ।

ଏପ୍ରିଲରେ ପ୍ରକାଶିତ ପ୍ରାରମ୍ଭିକ ଆକଳନରେ କୁହାଯାଇଥିଲା ଯେ, ବର୍ଷର ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାର ଶୂନ ଥିଲା ଏବଂ ୟୁରୋପର ବୃହତ୍ତମ ଅର୍ଥନୀତି ଜର୍ମାନୀ ଅର୍ଥନୈତିକ ଅବନତିରୁ ଅଳ୍ପକେ ରକ୍ଷା ପାଇଛି । କିନ୍ତୁ ଆଜି ପ୍ରକାଶିତ ସଂଶୋଧିତ ଆକଳନରେ ଅର୍ଥନୀତିରେ ୦.୩ ପ୍ରତିଶତ ହ୍ରାସ ନେଇ ଚର୍ଚ୍ଚା ଚାଲିଛି ।

ଗର୍ଜିଆନ୍ ଅନୁଯାୟୀ, ପରିସଂଖ୍ୟାନ କାର୍ଯ୍ୟାଳୟ କହିଛି ଯେ ବର୍ଷ ଆରମ୍ଭରେ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗ ଏବଂ ନିର୍ମାଣରେ ବୃଦ୍ଧି ହୋଇଥିଲା । ଏବେ ଉପଭୋକ୍ତା ଖର୍ଚ୍ଚ ହ୍ରାସ ହେତୁ ଏହା ଆଂଶିକ ଭାବରେ ଟ୍ରାକରୁ ଖସିଥିଲା । କାରଣ ମୁଦ୍ରାସ୍ଫୀତି ସାଧାରଣ ପରିବାରକୁ ସଞ୍ଚୟ କରିବାକୁ ବାଧ୍ୟ କରିଥିଲା । ପରିସଂଖ୍ୟାନ କାର୍ଯ୍ୟାଳୟ କହିଛି ଯେ ବର୍ଷ ଆରମ୍ଭରେ ଜିନିଷର ମୂଲ୍ୟ ଅଧିକ ଥିବାରୁ ଅର୍ଥନୀତି ଉପରେ ଭାର ରହିଲା । ମୋଟାମୋଟି ଭାବେ, ପ୍ରଥମ ତ୍ରୈମାସିକରେ ଘରୋଇ ଖର୍ଚ୍ଚ ୧.୨ ପ୍ରତିଶତ ହ୍ରାସ ପାଇଛି । ପୂର୍ବ ତ୍ରୈମାସିକ ତୁଳନାରେ ସରକାରୀ ଖର୍ଚ୍ଚ ମଧ୍ୟ ୪.୯ ପ୍ରତିଶତ ହ୍ରାସ ପାଇଛି ।