ଜଗତସିଂହପୁର, ୩୦/୦୭: ମାଛଗାଁ କେନାଲର ନୂଆଦା ପାଖରେ ଘାଇ । ବନ୍ଧ ଭାଙ୍ଗି କେନାଲ ପାଣି ଗାଁ ଭିତରକୁ ମାଡ଼ି ଆସିଛି । କିଛି ଦିନ ତଳେ ଏଠାରେ ଘଳିଆ ପଡିଥିଲା । ତରବରିଆ ଭାବେ ମରାମତି କାମ ହୋଇଥିଲା । ଆଜି କିନ୍ତୁ ବନ୍ଧ ଭାଙ୍ଗି ଯାଇଛି । ଯାହା ଫଳରେ ତରିକୁନ୍ଦ ପୁଲିସ ଫାଣ୍ଡି ସହ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯିବ । ଦୁଇ ତିନି ବର୍ଷ ତଳେ ବି ତରିକୁନ୍ଦ ପାଖରେ ବନ୍ଧ ଭୁଶୁଡିଥିଲା । ବର୍ତ୍ତମାନ ମାଛଗାଁ କେନାଲରେ ପାଣି ଉବୁଟୁବୁ । ଏବେ ବନ୍ଧ ଧସିବାରୁ କେନାଲ ପାଣି ଅଟକାଯିବ । ଫଳରେ ଶାଖା କେନାଲକୁ ପାଣି ଆସିବନି । ଏହାଦ୍ୱାରା ସିଧା ସଳଖ ଚାଷ ପ୍ରଭାବିତ ହେବ ।

କାନଖୋଲି ଶୁଣିନିଅ...ମୋଦି-ଟ୍ରମ୍ପଙ୍କର ହୋଇନଥିଲା...