PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଘନେଇଲା ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ – ରିୟା କରିଥିଲେ ତାଙ୍କ କଲ୍‌କୁ ମୃତ୍ୟୁ ପୂର୍ବରୁ ବ୍ଲକ ଏବଂ କରିଥିଲେ ଏହି କାମ

https://www.indiatvnews.com/

ମୁମ୍ବାଇ- ସୁଶାନ୍ତ ସିଂହ ରାଜପୁତ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସିବିଆଇକୁ ଏହି ମାମଲା ହସ୍ତାନ୍ତର ପରେ ଏବେ ଘଟଣା ସହିତ ସପୃକ୍ତ ବିଭିନ୍ନ ରହସ୍ୟମୟ ତଥ୍ୟ ବାହାରୁଛି। ଏତିକିବେଳେ ସୁଶାନ୍ତଙ୍କ କଲ ଡିଟେଲ ରିପୋର୍ଟ ଆଗକୁ ଆସିଛି।

ସିବିଆଇ ପଶିବା ପୂର୍ବରୁ ମାଗିଛି ତଥ୍ୟ। ବିହାର ପୁଲିସ ସୁଶାନ୍ତଙ୍କ ମୃତ୍ୟୁମାମଲାରେ ଅନେକ ତଥ୍ୟ ପାଇଥିବା କଥା କହିଛି । ତଥ୍ୟ ସଂଗ୍ରହରେ ମୁମ୍ବାଇ ପୁଲିସ ସହଯୋଗ କରିଥିବା କଥା ବିହାର ପୁଲିସ କହିଛି । ସୁଶାନ୍ତଙ୍କ ପୂର୍ବତନ ଗର୍ଲ ଫ୍ରେଣ୍ଡ ଅଙ୍କିତା, ନିର୍ଦେଶକ ରୁମି ଜାଫ୍ରିଙ୍କସହ ସୁଶାନ୍ତଙ୍କ ମ୍ୟାନେଜର, ଡ୍ରାଇଭର ଏବଂ ରୋଷୟାଙ୍କୁ ବିହାର ପୁଲିସ ଜେରା କରିଛି । ବିହାର ପୋଲିସ ଟିମ୍ ପାଟନା ଫେରି ଆସିଛି। ଏହି ଟିମ୍ ଆଜି ପୋଲିସ ଆଇଜି ସଂଜୟ ସିଂହଙ୍କୁ ଭେଟି ସମସ୍ତ ତଥ୍ୟ ଦେଇଛି। ଏହାପରେ ବିହାର ପୋଲିସ ଠାରୁ ତଥ୍ୟ ନେଇଛି ସିବିଆଇ ।

ଏହି ଘଟଣାରେ ନୂଆ ନୂଆ ତଥ୍ୟ ଘଟଣାକୁ ଅଧିକ ରହସ୍ୟଜନକ କରିବାରେ ଲାଗିଛି ।ସୁଶାନ୍ତ ସିଂହ ରାଜପୁତ ବ୍ୟବହାର କରିଥିବା ଏକାଧିକ ଫୋନ ମଧ୍ୟରୁ ଗୋଟିଏ ଫୋନର କଲ ରେକର୍ଡ ଡିଟେଲ ମିଳିଛି। ଯେଉଁଥିରେ ସୁଶାନ୍ତ ମୃତ୍ୟୁ ପୂର୍ବରୁ ରିୟା ଚକ୍ରବର୍ତ୍ତୀଙ୍କୁ ବାରମ୍ବାର କଲ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଜୁନ୍ ୮ରୁ ରିୟା ତାଙ୍କ ଫୋନ୍ ବ୍ଲକ କରିଦେଇଥିବା ଜଣାଯାଇଛି। ମୃତ୍ୟୁ ପୂର୍ବରୁ ସୁଶାନ୍ତ ମାନସିକ ଅସୁନ୍ତଳିତ ଥିବା ଦର୍ଶାଇ ରିୟା କୁଆଡ଼େ ତାଙ୍କୁ ମାନିସିକ ହସ୍ପିଟାଲ ପଠାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ସେପଟେ ସୁଶାନ୍ତ ସିଂହ ରାଜପୁତଙ୍କ ଆର୍ଥିକ କାରବାରର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ପୂର୍ବ ମ୍ୟାନେଜର ସାମୁଏଲ ମିରିଣ୍ଡାଙ୍କୁ ସମନ କରିଛି। ଏନେଇ କାଲି ରିୟାଙ୍କୁ ମଧ୍ୟ ସମନ କରିଛି ଇଡି।

ସେପଟେ ସୁଶାନ୍ତଙ୍କ ବାପା କେ କେ ସିଂହଙ୍କ ଅଭିଯୋଗର ଜବାବ ରଖିଛି ମୁମ୍ବାଇ ପୋଲିସ । କେ କେ ସିଂହ ଏକ ଭିଡିଓ ବାର୍ତ୍ତାରେ ଅଭିଯୋଗ କରିଥିଲେ ଯେ ଫେବ୍ରୁଆରି ମାସରେ ସେ ବାନ୍ଦ୍ରା ପୋଲିସକୁ ସେ ସୁଶାନ୍ତଙ୍କ ଉପରେ ବିପଦ ଥିବା ଅବଗତ କରିଥିଲେ ।ତେବେ କେ. କେ., ସିଂହ କୌଣସି ବିଧିବଦ୍ଧ ଅବିଯୋଗ କରିନଥିଲେ ବରଂ ରିୟାଙ୍କ ଉପରେ ଚାପ ପକାଇବାକୁ ଚାହୁଁଥିଲେ ବୋଲି ଡିସିପି ପରମଜିତ ସିଂହ ଦହିଆ କହିଛନ୍ତି।

ସେପଟେ ମାମଲାରେ ବାରମ୍ବାର ଚର୍ଚ୍ଚାକୁ ଆସିଥିବା ସୂରଜ ପାଞ୍ଚୋଲି ମୁହଁ ଖୋଲିଛନ୍ତି । ମୁଁ କୌଣସି ପାର୍ଟିରେ ଯୋଗ ଦେଇନଥିଲି କିମ୍ବା ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁରେ ମୋର କୌଣସି ସଂପର୍କ ନାହିଁ ବୋଲି ସୂରଜ ପାଞ୍ଚୋଲି କହିଛନ୍ତି । ଏବେ ଅପେକ୍ଷା ସିବିଆଇ କେଉଁମାନଙ୍କ ପାଖକୁ ଯାଉଛି।
ବ୍ୟୁରୋ ରିପୋର୍ଟ ନ୍ୟୁଜ ସେଭେନ