ପ୍ରମୁଖ ଖବର
  • ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା
  • ||
  • ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ୫୫୪ଟି ଅମୃତ ଭାରତ ଷ୍ଟେସନ୍ ଶିଳାନ୍ୟାସ
  • ||
  • ଭୁବନେଶ୍ଵର : ୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ
  • ||
  • ପାରାଦୀପ ବନ୍ଦରରୁ କଂଟେନର୍ ଏକ୍‌ଜିମ୍‌ ସେବା ଆରମ୍ଭ, ପଣ୍ୟ ପରିବହନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ
  • ||
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ଲକ୍ଷାଧିକ ଟଙ୍କା ଲୁଟିନେଲ ଦୁର୍ବୃତ୍ତ

ନିମବାହାଳି,୧୯/୧୧: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୁରୁଣା ୪୨ ନଂ ଜାତୀୟ ରାଜପଥ ରାସ୍ତାର ଚିନ୍ତାପୋଖରୀ ଛକରେ ଗ୍ରାହକ ସେବା କେନ୍ଦ୍ର କରିଥିବା ଉପେନ୍ଦ୍ର ସାହୁ (୩୧) ଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ତିନି ଜଣ ଲୁଟେରା ୯୫ ହଜାର ଟଙ୍କା ଓ ୪ ଟି ଦାମୀ ମୋବାଇଲ ଫୋନ ଲୁଟି ନେଇଛନ୍ତି । ଗୁରୁତର ଅବସ୍ଥାରେ ଉପେନ୍ଦ୍ରଙ୍କୁ ପ୍ରଥମେ ମେରାମଣ୍ଡଳି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଢେଙ୍କାନାଳ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉପେନ୍ଦ୍ର ମୋଟଙ୍ଗା ଥାନା ଅନ୍ତର୍ଗତ ରଞ୍ଜାସିଂହା ଗ୍ରାମର ବାଙ୍କନିଧି ସାହୁଙ୍କ ପୁଅ ।

ସୂଚନା ଅନୁଯାୟୀ, ଚିନ୍ତା ପୋଖରୀ ଛକରେ ଉପେନ୍ଦ୍ର ଏକ ଗ୍ରାହକ ସେବା କେନ୍ଦ୍ର ଖୋଲିଛନ୍ତି । ପ୍ରତିଦିନ ଭଳି କାରବାର ସାରି ବାଇକ ଯୋଗେ ସେ ଗାଁର ପଙ୍କଜ ମହାପାତ୍ରଙ୍କ ସହିତ ଘରକୁ ଫେରୁଥିଲେ । ଚିନ୍ତା ପୋଖରୀ ରେଲୱେ ଗେଟଠାରୁ ପ୍ରାୟ ୧୦୦ ମିଟର ଦୂରରେ ପଛରୁ ପିଛା କରି ଆସୁଥିବା ଏକ ବାଇକରେ ତିନି ଜଣ ଲୁଟେରା ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପଙ୍କଜଙ୍କୁ ଜଣେ ଦୁର୍ବୁତ୍ତ କାବୁ କରି ରଖିଥିବା ବେଳେ ଉପେନ୍ଦ୍ରଙ୍କୁ ଦୁଇ ଦୁର୍ବୁତ୍ତ ଆକ୍ରମଣ କରି ତାଙ୍କ ନିକଟରେ ଥିବା ୯୫ ହଜାର ଟଙ୍କା ଭର୍ତ୍ତି ବ୍ୟାଗ, ୪ଟି ଦାମୀ ମୋବାଇଲ ସହ କମ୍ପ୍ୟୁଟର ଛଡ଼ାଇ ନେଇଥିଲେ । ଗୁରୁତର ଅବସ୍ଥାରେ ପଙ୍କଜ ଉପେନ୍ଦ୍ରଙ୍କୁ ଧରି ମେରାମଣ୍ଡଳି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସହ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.