ନୂଆଦିଲ୍ଲୀ,୧୮।୩: ସୁପ୍ରିମକୋର୍ଟ ଦ୍ୱାରା ଇଚ୍ଛାମୃତ୍ୟୁ ମଞ୍ଜୁରୀ ପାଇଥିବା ହରିଶ ରାଣାଙ୍କୁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରଦାନ ପ୍ରକ୍ରିୟାରେ ନୂତନ ଅପଡେଟ୍ ଆସିଛି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ହରିଶ ରାଣାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ଏମ୍ସ୍ ମେଡିକାଲ ବୋର୍ଡର ବିସ୍ତାର କରି ସଦସ୍ୟଙ୍କ ସଂଖ୍ୟା ୫ରୁ ବୃଦ୍ଧି କରି ୧୦ କରାଯାଇଛି। ହରିଶ ରାଣାଙ୍କୁ ସମ୍ମାନଜନକ ବିଦାୟ ସହିତ ତାଙ୍କ ପରିବାରକୁ କାଉନସେଲିଂ ଦୃଷ୍ଟିରୁ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ। ଏମ୍ସର ନୂଆ ମେଡିକାଲ ବୋର୍ଡ ଅଲଗା ଅଲଗା ବିଶେଷଜ୍ଞଙ୍କୁ ସାମିଲ କରିଛି। ଯାହା ଭିତରେ ମନୋଚିକିତ୍ସକଙ୍କ ସଂଖ୍ୟା ବଢାଇ ଦିଆଯାଇଛି। ଏହାର ଉଦେଶ୍ୟ ନା କେବଳ ହରିଶଙ୍କ ସ୍ଥିତିର ମୂଲ୍ୟାଙ୍କନ କରିବା ସହ ପରିବାରକୁ ଏହି କଠିନ ସମୟରେ ମାନସିକ ସାହାରା ମଧ୍ୟ ଦେବ।
ବର୍ତ୍ତମାନ ହରିଶ ଏମ୍ସର ପେଲେଟିଭ୍ କେୟାର ୟୁନିଟ୍ରେ ଅଛନ୍ତି। ସେଠାରେ ଗମ୍ଭୀର ରୋଗୀଙ୍କୁ ଆରାମ ଓ ସହାୟକ ଉପଚାର ଦିଆଯାଇଥାଏ। ଡାକ୍ତରଙ୍କ କହିବା ଅନୁସାରେ,ତାଙ୍କ ସ୍ଥିତି ବର୍ତ୍ତମାନ ସ୍ଥିର ରହିଛି,କିନ୍ତୁ ଶରୀରର ବହୁ ଅଙ୍ଗ ସମ୍ପୂର୍ଣ୍ଣ ସୁସ୍ଥ ନାହିଁ। ଚିକିତ୍ସା ବେଳେ ଡାକ୍ତର ତାଙ୍କର କିଛି ମେଡିକାଲ ସପୋର୍ଟ ସିଷ୍ଟମ ହଟାଇବା ଆରମ୍ଭ ହୋଇଛି। ତାଙ୍କର ନ୍ୟୁଟ୍ରିସନ୍ ସପୋର୍ଟ ଅର୍ଥାତ ପୋଷଣ ସହାୟତା ମଧ୍ୟ ହଟାଇ ଦିଆଯାଇଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ନାହିଁ। ଯଦିଓ ଜରୁରୀ ଔଷଧ ଏବେ ଦିଆଯାଉଛି। ଡାକ୍ତରଙ୍କ କହିବା ଅନୁସାରେ, ଏହି ପକ୍ରିୟା ମେଡିକାଲ ପ୍ରୋଟୋକଲ୍ ଅନୁସାରେ କରାଯାଉଛି। ପ୍ରତ୍ୟେକ ନିଷ୍ପତ୍ତି ବିଶେଷଜ୍ଞ ରାୟ ଆଧାରରେ ନିଆଯାଇଛି। ହରିଶ ରାଣାଙ୍କ ଅଙ୍ଗର ସ୍ଥିତିକୁ ନେଇ ଏବେ ବି ଯାଞ୍ଚ ଜାରି ରହିଛି। କାରଣ ତାଙ୍କ ଶରୀରର ବହୁ ଅଙ୍ଗ ସମ୍ପୂର୍ଣ୍ଣ ସୁସ୍ଥ ନାହିଁ। ଏଭଳି ସ୍ଥିତିରେ ଅଙ୍ଗଦାନ ସମ୍ଭବ ହେବ କି ନାହିଁ। ଏନେଇ ଶେଷ ନିଷ୍ପତ୍ତି ମେଡିକାଲ ଯାଞ୍ଚ ପରେ ନିଆଯିବ।
ଏହି ପୁରା ମାମଲାରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ତାଙ୍କ ପରିବାରର କାଉନସେଲିଂ। ଏମ୍ସ ପ୍ରଶାସନ ମତରେ ମନୋଚିକିତ୍ସକଙ୍କ ଏକ ଟିମ୍ ମୁତୟନ କରାଯାଇଛି। ଏହି ଟିମ୍ ପ୍ରତିଦିନ ବାପା-ମା ଓ ଭାଇଙ୍କ ସହ କଥା ହେୁଛି। ପରିବାରକୁ ମାନସିକ ଭାବରେ ଏହି କଠିନ ସ୍ଥିତି ପାଇଁ ପ୍ରସ୍ତୁତ ହେବାକୁ କୁହାଯାଉଛି। ହସ୍ପିଟାଲ ପ୍ରଶାସନ ମାନବୀୟ ଦୃଷ୍ଟିକୋଣ ଗ୍ରହଣ କରି ପରିବାରର ଜଣେ ସଦସ୍ୟଙ୍କୁ ହରିଶଙ୍କ ସହ ରହିବାର ଅନୁମତି ଦେଇଛି। ସେଭଳି ଅଧିକାଂଶ ସମୟ ତାଙ୍କ ମା’ ତାଙ୍କ ପାଖରେ ରୁହନ୍ତି। ବାପା-ଭାଇ ଓ ଭଉଣୀ ମଧ୍ୟ ସମୟ ସମୟରେ ତାଙ୍କୁ ଭେଟୁଛନ୍ତି।