PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଗାଜିଆବାଦ: ଚାକିରୀ ଦେବା ବାହାନାରେ ହୋଟେଲ ରୁମକୁ ନେଇ…

ନୁଆଦିଲ୍ଲୀ ୨୬/୭: ଗାଜିୟାବାଦର ସିହାନୀ ଥାନା ଅଞ୍ଚଳରେ ଗାନ୍ଧୀନଗର ସ୍ଥିତ ହୋଟେଲରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଯୁବତୀଙ୍କୁ ଚାକିରୀ ଦେବା ବାହାନାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଚାକିରୀ ଦେବା ବାହାନାରେ ଅଭିଯୁକ୍ତ ଯୁବତୀଙ୍କୁ ହୋଟେଲକୁ ଆଣି ମୃଦ୍ୟୁପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଛି । ଏଭଳି ଅଭିଯୋଗ ଆଣିଛନ୍ତି ଯୁବତୀ । ଏହି ଅଭିଯୋଗ ପରେ ସମ୍ପୃକ୍ତ ଯୁବକକୁ ଖୋଜିବାରେ ଲାଗିପଡିଛି ପୋଲିସ ।

ପିଡିତାଙ୍କ ଅଭିଯୋଗ କ୍ରମେ ତାର ଜଣେ ସାଙ୍ଗ ମାଧ୍ଯମରେ ସେ ଅଭିଯୁକ୍ତ ସମ୍ପର୍କରେ ଜାଣିବାକୁ ପାଇଲା । ଅଭିଯୁକ୍ତ ଜଣକ ତାଙ୍କୁ ଚାକିରୀ କରାଇଦେବ ବୋଲି ଆଶ୍ୱାସନା ଦେଇଥିଲା । ଏହା ପରେ ସେ ଯୁବତୀଙ୍କୁ ହୋଟେଲ ଡକାଇ ତାଙ୍କ ସହିତ ଦୁଷ୍କର୍ମ କଲା । ଏହା ପରେ ପୀଡିତା ହୋଟେଲ୍ ରିସେପ୍ସନରୁ ହିଁ ନିଜ ଭଉଣୀଙ୍କୁ ଫୋନ୍ କଲେ ଏବଂ ଥାନାରେ ପହଞ୍ଚିଲେ ।

ପୀଡିତାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁ କରି ଯାଞ୍ଚ କରିବାରେ ଲାଗିପଡିଛି । କୁହାଯାଉଛି ଯେ ଅଭିଯୁକ୍ତର ନାଁ ଅଙ୍କୁର ତ୍ୟାଗୀ । ଅଭିଯୁକ୍ତ ସମ୍ପର୍କରେ କୁହାଯାଉଛି ଯେ ସେ ଏକ ହିନ୍ଦୁ ଦଳର ପଦାଧିକାରୀ । ଅନ୍ୟପଟେ ଯୁବତୀ ଜଣକ ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ବନ୍ଧୁକ ମୁନରେ ଧମକ ଦିଆଯାଉଛି । ଯୁବତୀଙ୍କ ଅନୁସାରେ ତାଙ୍କୁ ଡରାଇ ଏହା କୁହାଯାଉଛି ଯେ ହୋଟେଲର ତାଙ୍କୁ କରାଯାଇଥିବା ଦୁଷ୍କର୍ମର ଅଶ୍ଲୀଳ ଭିଡିଓ ବନାଯାଇଛି । ଏହାପରେ ଯୁବତୀ ଜଣକ ଚିନ୍ତାରେ ପଡିଯାଇଛନ୍ତି । ସେ ମାତ୍ର କିଛି ମାସ ପୂର୍ବରୁ ହିଁ ସେହି ଯୁବକକୁ ଜାଣିଥିଲେ । ଅନ୍ଯପଟେ ପୋଲିସ ସେହି ଯୁବକକୁ ଖୋଜିବାରେ ଲାଗିପଡିଛି ।

ସମ୍ବନ୍ଧିତ ଖବର