ନୂଆଦିଲ୍ଲୀ,୦୫/୦୪; ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧୀ ଦଳ (ୟୁପି ଏଟିଏସ) ମେରଟ ଏବଂ ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏକ  ଡେଞ୍ଜର ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାସ କରିଛି । ଯାହାର ପାକିସ୍ତାନ ସହିତ ସିଧାସଳଖ ସମ୍ପର୍କ ଅଛି । ଏହି ତଦନ୍ତ ସମୟରେ ହୋଇଥିବା ଖୁଲାସା ସୁରକ୍ଷା ଏଜେନ୍ସଗୁଡିକୁ ଚିନ୍ତାରେ ପକାଇଛି । ତଦନ୍ତକାରୀଙ୍କ ଅନୁଯାୟୀ ଏହି ମଡ୍ୟୁଲ କେବଳ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ନଥିଲା । ଚିହ୍ନଟ ଏଡାଇବାକୁ ପାଇଁ ହିନ୍ଦୁ ଛଦ୍ମବେଶ ଏବଂ କୋଡ୍ ନାମ ମଧ୍ୟ ବ୍ୟବହାର କରୁଥିଲେ । ତଦନ୍ତରୁ ଜଣାପଡିଛି ଯେ, ପାକିସ୍ତାନରେ ଏହାର ମାଲିକମାନେ ସେମାନଙ୍କର କାର୍ଯ୍ୟକର୍ତ୍ତମାନଙ୍କୁ ସ୍ଥାନୀୟ ହିନ୍ଦୁ ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ଏବଂ ସୁରକ୍ଷା ଏଜେନ୍ସିଗୁଡିକର ଦୃଷ୍ଟି ଏଡାଇବାକୁ ସମ୍ବେଦନଶୀଳ ସ୍ଥାନରେ ଗୁପ୍ତଚର ପାଇଁ ସେମାନଙ୍କୁ କଭର କରି ବ୍ୟବହାର କରିଥିଲେ ।

ଗଜବା-ଏ-ହିନ୍ଦର ମିଶନ- ରିପୋର୍ଟ ଅନୁସାରେ, ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସାରିବକୁ ପଚରାଉଚରା କରିବାରୁ ଜଣାପଡିଛି ଯେ , ସେ ପାକିସ୍ତାନରେ ଥିବା ହ୍ୟାଣ୍ଡେଲମାନଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ । ସାକିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ମିଶନକୁ କୌଣସି ପରିସ୍ଥିତିରେ ଅସମାପ୍ତ ରଖିବାକୁ ପଡିବ ନାହିଁ । ହ୍ୟାଣ୍ଡଲରମାନେ ତାଙ୍କୁ ଗଜୱା-ଏ-ହିନ୍ଦ ଏଜେଣ୍ଡାରେ କାମ କରିବାକୁ ଏବଂ ସୁରକ୍ଷା ଏଜେନ୍ସିଗୁଡିକୁ ସତର୍କ ନ କରିବା ପାଇଁ ନେଟୱାର୍କ ବିସ୍ତାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହ୍ୟାଣ୍ଡଲରମାନେ ସାକିବକୁ ଚେତାବନୀ ଦେଇଥିଲେ, ଯଦି ଭାରତ ଏଥର କୌଣସି ଅପରେସନ କରିବାକୁ ଚେଷ୍ଟା କରେ ତେବେ ସେମାନଙ୍କୁ ପ୍ରସ୍ତୁତ ହେବାକୁ ପଡିବ । ଏହି ଷଡ଼ଯନ୍ତ୍ରରେ ସାକିବ ଦୁଇ ହିନ୍ଦୁ ଯୁବକ ବିକାଶ ଏବଂ ଲୋକେଶଙ୍କୁ ମଡ୍ୟୁଲରେ ଯୋଗ ଦେବାକୁ ପ୍ରଲୋଭିତ କରିଥିଲେ । ସେମାନଙ୍କର ପରିଚୟ ଲୁଚାଇବା ପାଇଁ କୋଡ ନାମ ଦିଆଯାଇଥିଲା । ଲୋକେଶ ସଲିମ୍ ନାମରେ ଜଣାଶୁଣା ଥିଲେ । ବିକାଶ ଜାହିଦ୍ ନାମରେ ।

ସୁରକ୍ଷା ପାସ୍‌- ତଦନ୍ତକାରୀ କହିଛନ୍ତି ଯେ, ସାକିବ ଲୋକେଶଙ୍କୁ ସମ୍ବୋଦନଶୀଳ ଏବଂ ଧାର୍ମିକ ସ୍ଥାନଗୁଡିକର ଯାଞ୍ଚ ପାଇଁ ବ୍ୟବହାର କରିଥିଲେ ଯେଉଁଠାରେ ଏକ ନିଦ୍ଦିଷ୍ଠ ସମ୍ପ୍ରଦାୟର ବ୍ୟକ୍ତି ଭାବେ ପ୍ରବେଶ କରିବା କଷ୍ଟକର ହେବ । ଲୋକେଶ ହିନ୍ଦୁ ହୋଇଥିବାରୁ ସୁରକ୍ଷା ଯାଞ୍ଚ ସମୟରେ ସନ୍ଦିଗ୍ଧ ବ୍ୟକ୍ତି ଭାବରେ ବିବେଚନା କରାଯାଇନଥିଲା । ଯାହାର ସୁଯୋଗ ନେଇ ବଡ଼ ପ୍ରତିଷ୍ଠାନର ଯାଞ୍ଚ କରାଯାଇଥିଲା । 

ଏହା ବି ପଢନ୍ତୁ...ପଞ୍ଜାବକୁ ନେଇ ନୂଆ ଭିଡିଓରେ ଟ୍ରେଲର ଦେଖାଇଲେ ରାଘବ ଚଢା, ଆପ୍ ନେତାଙ୍କୁ ଦେଲେ ଜବାବ  

ଦୁବାଇ କନେକ୍ସନ- ଏହି ସମ୍ପୂର୍ଣ୍ଣ ଲିଙ୍କ କେବଳ ପାକିସ୍ତାନରେ ସୀମିତ ନୁହେଁ, ବରଂ ଏହାର ପ୍ରମୁଖ ଅଂଶ ଦୁବାଇ ସହିତ ମଧ୍ୟ ଜଡ଼ିତ । ତଦନ୍ତରୁ ଆକିବ ନାମକ ଜଣେ ବ୍ୟକ୍ତିଙ୍କର ଭୂମିକା ଥିବା ଜଣାପଡିଛି । ଯିଏ ସାକିବ ଏବଂ ଦୁବାଇର ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରିଥିଲା । ଆକିବ ଯୁବକମାନଙ୍କୁ ମୌଳବାଦୀ କରିବାକୁ ଇନଷ୍ଟାଗ୍ରାମ ଏବଂ ଟେଲିଗ୍ରାମ ଭଳ ପ୍ଲାଟଫର୍ମ ବ୍ୟବହାର କରୁଥିଲା । ଯୁବକମାନଙ୍କ ମନରେ ହିଂସା ସୃଷ୍ଟି କରିବାକୁ ଉତ୍ତେଜନାମୂଳକ ଭିଡିଓ ସେୟାର କରୁଥିଲେ । ଗତ କିଛି ମାସ ମଧ୍ୟରେ ଉତ୍ତରପ୍ରଦେଶରେ ଏହିପରି ମଡ୍ୟୁଲ ଦେଖିବାକୁ ମିଳିଛି । ଯାହାକୁ ହାଇବ୍ରିଡ ଆତଙ୍କବାଦୀ କୁହାଯାଇପାରେ ।​​​​​​​